Advertisment

Raja Chakra: ବିଜେଡି ନେତା ରାଜା ଚକ୍ରଙ୍କ ୧୩ ଟିପର୍ ଜବତ, ଥିଲା କ୍ରଶର ୟୁନିଟରେ

Raja Chakra:ଏସବୁ ଟିପର୍ ରାଜା ଚକ୍ରଙ୍କ ନାଁରେ ରହିଥିଲା । ଜବତ ଟିପର୍ ଗୁଡ଼ିକରେ ବ୍ୟାଟେରୀ କିମ୍ବା ଚାବି ନାହିଁ । ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସୀ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ସୌମ୍ୟଶଙ୍କର ଓରଫ ରାଜା ଚକ୍ର। ରାଜା ଚକ୍ର ସହ ତାର ସହଯୋଗୀଙ୍କୁ ତିନି ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରିଛି EOW ।

ଅଦ୍ୟତନ ହୋଇଛି
Raja Chakra

Raja Chakra

Advertisment

ବିଜେଡି ନେତା ରାଜା ଚକ୍ରଙ୍କ ୧୩ ଟିପର୍ ଜବତ । କ୍ରସର ୟୁନିଟରୁ ୧୩ ଟିପର ଜବତ କଲା ସେମିଳିଗୁଡ଼ା ପୋଲିସ । ଏସବୁ ଟିପର୍ ରାଜା ଚକ୍ର ନାଁରେ ରହିଥିଲା । ଜବତ ଟିପର୍ ଗୁଡ଼ିକରେ ବ୍ୟାଟେରୀ କିମ୍ବା ଚାବି ନାହିଁ । ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସୀ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ସୌମ୍ୟଶଙ୍କର ଓରଫ ରାଜା ଚକ୍ର। ରାଜା ଚକ୍ର ସହ ତାର ସହଯୋଗୀଙ୍କୁ ତିନି ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରିଛି EOW ।

Advertisment

କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଥିଲା, ରାଜା ଚକ୍ରଙ୍କ ୪୨ଟି ବଡ଼ ଗାଡ଼ି କେନ୍ଦୁଝରରୁ ଜବତ କରାଯାଇଛି। କେନ୍ଦୁଝରରେ ଥିବା ୨ ପ୍ଲାଣ୍ଟ ସିଜ୍ କରାଯାଇଛି । ଆକାଉଣ୍ଟରେ ଥିବା ୨୫ ଲକ୍ଷ ଟଙ୍କା ଫ୍ରିଜ୍ କରାଯାଇଛି। ୨୦୧୭-୧୮ରୁ ମାର୍ଚ୍ଚ ୨୦୨୪ ମଧ୍ୟରେ ୧୮୫ କୋଟି ଆୟ କରିଥିଲା ରାଜା ଚକ୍ରଙ୍କ ଏଜେନ୍ସି । ଏହି ଆୟ ଏହାଠାରୁ ଅଧିକ ବି ହୋଇପାରେ। ତେବେ ଅଡିଟ୍ ହେଲେ ସବୁ ସ୍ପଷ୍ଟ ହେବ। ପାରିପାର୍ଶ୍ବିକ ବିକାଶ ପାଇଁ ୩୪ କୋଟି ଖର୍ଚ୍ଚ ହୋଇଥିବା ରାଜା ଦର୍ଶାଇଥିଲା । କିନ୍ତୁ କୌଣସି ପାରିପାର୍ଶ୍ବିକ ବିକାଶ ହୋଇନଥିବା ୨ ଜଣ ବିଡିଓ କହିଛନ୍ତି ବୋଲି କ୍ରାଇମବ୍ରାଞ୍ଚ ଡିଜି କହିଥିଲେ।

କ୍ରାଇମବ୍ରାଞ୍ଚ ଡିଜି ଆହୁରି କହିଥିଲେ, ମା’ କାଳୀ ନାମକ ଏକ ପେଟ୍ରୋଲ ପମ୍ପକୁ ୯ କୋଟି ଟଙ୍କା ପେମେଣ୍ଟ ହୋଇଥିବା ଦର୍ଶାଯାଇଥିବା ବେଳେ ତଦନ୍ତରେ ଜଣାପଡ଼ିଛି ଯେ GMILକୁ କୌଣସି ତେଲ ଦିଆଯାଇନାହିଁ । ରାଜା ଚକ୍ର ଗାଡ଼ିକୁ ଏସବୁ ତେଲ ଦିଆଯାଇଛି। ସହାୟତା ନାଁରେ ୪ ବର୍ଷରେ ଗାଁ ଲୋକଙ୍କୁ ବଣ୍ଟା ହୋଇଛି ୩୩ କୋଟି ଟଙ୍କା । ତେବେ ଗାଁ ଲୋକଙ୍କ ସମର୍ଥନ ପାଇଁ ଏସବୁ ଟଙ୍କା ବଣ୍ଟାଯାଇଛି ବୋଲି କ୍ରାଇମବ୍ରାଞ୍ଚ ଡିଜି କହିଥିଲେ।

Advertisment

ବିଜେଡି ଛତ୍ରଛାୟାରେ କଳା ସାମ୍ରାଜ୍ୟ ବିଛାଇଥିଲା ରାଜା ଚକ୍ର। ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ହେରଫେର ମାମଲାରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲା ରାଜା। ହାଇକୋର୍ଟ ଏହି ଆଗୁଆ ଜାମିନକୁ ଖାରଜ କରିଦେଇଥିଲେ। କେବଳ ରାଜା ନୁହେଁ, ରାଜାର ୪ ସହଯୋଗୀଙ୍କ ଆଗୁଆ ଜାମିନ ଆବେଦନକୁ ମଧ୍ୟ ହାଇକୋର୍ଟ ଖାରଜ କରିଦେଇଥିଲେ। ଏହାସହ ରାଜାକୁ ମିଳିଥିବା ଅନ୍ତରୀଣ ସୁରକ୍ଷା ମଧ୍ୟ ହଟାଇ ଦେଇଥିଲେ। ରାଜା ଚକ୍ରକୁ ଗିରଫ ନେଇ ଥିବା ସମସ୍ତ ପ୍ରତିବନ୍ଧକ ହଟିବା ପରେ ତାକୁ ଗିରଫ କରାଯାଇଥିଲା।

ଅଧିକ ପଢ଼ନ୍ତୁ: ଖୋଲୁଛି ରାଜା ଚକ୍ର ସୁରକ୍ଷା ଢାଲର ଗୁମର; ଚାର୍ଜସିଟରୁ କେମିତି କଟିଲା ନାଁ, ଉଠିଲା ପ୍ରଶ୍ନ...  

Advertisment
BJD Crime Branch Raja Chakra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ