/odishatv-khabar/media/post_attachments/uploadimage/library/16_9/16_9_0/Ragging_1707735784.jpg)
Ragging
ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ରାଗିଂ ଅଭିଯୋଗ। କ୍ୟାମ୍ପସରେ ଜଣେ ଏମବିବିଏସ ଦ୍ୱିତୀୟ ବର୍ଷ ଛାତ୍ରଙ୍କୁ ଦୁଇଜଣ ସିନିୟର ଛାତ୍ର ମାଡ଼ ମାରିବା ସହ ରାଗିଂ କରିଥିବା ପୀଡ଼ିତ ଛାତ୍ରଙ୍କ ବାପା ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ରାଗିଂର ଶିକାର ହୋଇଥିବା ଛାତ୍ର ଜଣକ ବାଲେଶ୍ୱର ସୁନାହାଟ ଅଞ୍ଚଳର।
ଗତ ଶୁକ୍ରବାର ରାତିରେ କ୍ୟାମ୍ପସ ଭିତରେ ହେଉଥିବା ବ୍ୟାଣ୍ଡପାର୍ଟି ଅଭ୍ୟାସ କରିବାକୁ ସେ ଯାଇଥିଲେ। ଅଭ୍ୟାସ ପରେ ୨ ଜଣ ସିନିୟର ଛାତ୍ରଙ୍କ ଅନୁରୋଧ ରଖି ସେ ସେମାନଙ୍କୁ ସ୍ଥାନୀୟ ପୋଲିସ୍ ଫାଣ୍ଡି ନିକଟରେ ଛାଡିଥିଲେ । ହେଲେ କୌଣସି କାରଣକୁ ନେଇ ସେଠାରେ ଉପସ୍ଥିତ ଥିବା ଏମବିବିଏସ ୪ର୍ଥ ବର୍ଷରେ ପଢୁଥିବା ୨ ଜଣ ସିନିୟର ଛାତ୍ର ତାଙ୍କୁ ମାଡ ମାରିଥିଲେ। ଏ ସମ୍ପର୍କରେ ସେ X ଯୋଗେ ଏମକେସିଜି କର୍ତ୍ତୃପକ୍ଷ, ବ୍ରହ୍ମପୁର ଏସପି ଓ ଗଞ୍ଜାମ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ଆଣ୍ଟି ରାଗିଂ ସେଲ ତଦନ୍ତ କରୁଥିବା ଏମକେସିଜି ପ୍ରିନସିପାଲ୍ କହଛନ୍ତି । ସେହିପରି ଘଟଣାର ଅନୁଧ୍ୟାନ କରାଯାଉଛି କଲେଜରୁ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି DMET ଅତିରିକ୍ତ ନିର୍ଦ୍ଦେଶକ ପ୍ରଫେସର ଉମାକାନ୍ତ ଶତପଥୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)