/odishatv-khabar/media/post_attachments/uploadimage/library/16_9/16_9_0/Crime_1666162437.jpg)
Crime
ସ୍ତ୍ରୀ ବାପ ଘରୁ ଆସିଲେନି ବୋଲି ଜାଳିଦେଲେ ସ୍ୱାମୀ । ଖାଲି ସ୍ତ୍ରୀଙ୍କୁ ନୁହେଁ ଦୁଇ ଛୁଆ, ଶ୍ୱଶୁର, ଶାଶୁକୁ ବି ପୋଡ଼ି ମାରିଦେଲେ । ଏଭଳି କିଛି ଲୋମହର୍ଷଣକାରୀ ଘଟଣା ଘଟିଛି ପଞ୍ଜାବ ଲୁଧିଆନାର ଖୁର୍ସିଦପୁର ଗାଁରେ । ମିଳିଥିବା ସୂଚନା ମୁତାବକ, ସ୍ତ୍ରୀ ପରମଜିତଙ୍କୁ ଗାଁରୁ ଆଣିବାକୁ ଯାଇଥିଲେ କୁଲଦୀପ ସିଂହ । ହେଲେ କୌଣସି କାରଣରୁ ସ୍ତ୍ରୀ ବାପ ଘରୁ ଯିବାକୁ ମନା କରିଥିଲେ । ଏହାକୁ ନେଇ କୁଲଦୀପ ଏତେ ରାଗି ଯାଇଥିଲେ ଯେ, ସ୍ତ୍ରୀଙ୍କ ସମେତ ପୁରା ଶ୍ୱଶୁର ଘର ଲୋକଙ୍କୁ ହତ୍ୟା ପାଇଁ ଯୋଜନା କରିଥିଲେ ।
ସ୍ତ୍ରୀ, ଦୁଇ ନାବାଳକ ପୁଅ, ଶ୍ୱଶୁର, ଶାଶୁକୁ ଶୋଇଥିବା ଅବସ୍ଥାରେ ନିଆଁ ଲଗାଇ ଦେଇଥିଲେ । ଘରକୁ ନିଆଁ ଲଗାଇ ସେ ସେଠୁ ଫେରାର ହୋଇ ଯାଇଥିଲେ । ଅଭିଯୁକ୍ତ କୁଲଦୀପକୁ ଗିରଫ କରି ଏବେ ତଦନ୍ତ କରୁଛି ପୋଲିସ୍ । କୁଲଦୀପ ଓ ପରମଜିତଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିଲା ବୋଲି ଜଣାପଡ଼ିଛି । କାରଣ ପରମଜିତ୍ ପୂର୍ବରୁ ବିବାହ କରିଥିଲେ । କୁଲଦୀପ ତାଙ୍କର ଦ୍ୱିତୀୟ ସ୍ୱାମୀ । ମୃତ ଦୁଇ ଶିଶୁ ପ୍ରଥମ ସ୍ୱାମୀଙ୍କ ପାଖରୁ ଥିଲା । ଯାହାକୁ ନେଇ ଘରେ ଅନେକ ସମୟରେ କଳହ ଲାଗୁଥିଲା ।
କୁଲଦୀପ ପ୍ରଥମେ ଘରେ ନିଆଁ ଲଗାଇ ସେଠୁ ଫେରାର ହୋଇ ଯାଇଥିଲା । ଅଭିଯୁକ୍ତ କୁଲଦୀପକୁ ଗିରଫ କରି ଏବେ ତଦନ୍ତ କରୁଛି ପୁଲିସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)