ଭୁବନେଶ୍ୱରରେ ବିଭତ୍ସ ହତ୍ୟା, ବାପାକୁ ମାରିଲା ପ୍ରଫେସର ପୁଅ

ଭୁବନେଶ୍ୱର ମଞ୍ଚେଶ୍ବର ଥାନା ରଙ୍ଗମାଟିଆର ଏକ ଆପାର୍ଟମେଣ୍ଟରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । କୌଣସି କାରଣରୁ ବାପପୁଅଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ବାପାଙ୍କୁ ହତ୍ୟା କରିଛି ପୁଅ ।

Murder

ରକ୍ତ ସମ୍ପର୍କରେ ରକ୍ତର ଛିଟା । ବାପାକୁ ହତ୍ୟା କଲା ପ୍ରଫେସର ପୁଅ । ଛୁରୀ ଭୁସି ଅତି ନିର୍ମମ ଭାବରେ ହତ୍ୟା କରିଛି । ଭୁବନେଶ୍ୱର ମଞ୍ଚେଶ୍ବର ଥାନା ରଙ୍ଗମାଟିଆର ଏକ ଆପାର୍ଟମେଣ୍ଟରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । କୌଣସି କାରଣରୁ ବାପପୁଅଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ବାପାଙ୍କୁ ହତ୍ୟା କରିଛି ପୁଅ ।

ସୂଚନା ଅନୁସାରେ ଅଭିଯୁକ୍ତ ପୁଅ ଏକ ଘରୋଇ କଲେଜର ପ୍ରଫେସର ଥିବା ସୂଚନା ମିଳିଛି । ଶିକ୍ଷିତ ପୁଅର ଏଭଳି ବର୍ବରକାଣ୍ଡ ସମସ୍ତଙ୍କୁ ଆଶ୍ଚଯ୍ୟ କରିଛି । ପୁଅ କେମିତି ଭୁଲିଗଲା ହିତାହିତ ଜ୍ଞାନ । ଜନ୍ମଦାତାଙ୍କୁ ହତ୍ୟା ପାଇଁ ହାତ ଗଲା କେମିତି ? ସେପଟେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ପୁଅକୁ ଅଟକ ରଖିଛି।

ଅଧିକ ପଢ଼ନ୍ତୁ: ପୁରୀରେ ଚାଞ୍ଚଲ୍ୟ, ସାନ ଶଢୁକୁ ଗୁଳିକରି ହତ୍ୟା କଲା ବଡ଼ ଶଢୁ