/odishatv-khabar/media/post_attachments/uploadimage/library/16_9/16_9_0/ss_1639449382.jpg)
Prisoner Escapes From Jail
ବାଲିଗୁଡ଼ା(ଅଜିତ ନାୟକ): ଗ୍ରୀଲ୍ କାଟି ଜେଲ୍ରୁ କଏଦୀ ଫେରାର। କନ୍ଧମାଳ ଜିଲ୍ଲା ବାଲିଗୁଡା ସବ୍ ଜେଲ୍ରୁ ଜଣେ କଏଦୀ ସମସ୍ତଙ୍କୁ ଚକମା ଦେଇ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଫେରାର କଏଦୀ ହେଲେ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ କୁମ୍ଭାରୀଗାଁର ଟୁକୁନା ମାଳି। କଏଦୀ ଜଣକ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜେଲ୍ରେ ଥିଲା।
Advertisment
ସୂଚନା ଅନୁସାରେ, ଗତକାଲି ଟୁକୁନା ଜେଲ୍ ପରିସରରେ ଥିବା ଏକ ଝରକାର ଲୁହା ଗ୍ରୀଲ୍ କାଟି ଖସି ପଳାଇବାରେ ସକ୍ଷମ ହୋଇଛି। ଏନେଇ ଜେଲ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବାଲିଗୁଡା ଥାନାରେ ଅଭିଯୋଗ କରାଯାଇଛି। ଅଭିଯୋଗ ପାଇବା ପରେ ବାଲିଗୁଡା ଥାନା ଅଧିକାରୀ ଜେଲ୍ରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛନ୍ତି।
କଏଦୀ ଜଣକ କିଭଳି ଭାବେ ଗ୍ରୀଲ୍ କାଟି ଖସି ଯିବାରେ ସଫଳ ହେଲା, ସେନେଇ ପୋଲିସ୍ ତଦନ୍ତ ଆରମ୍ଭ କରିଛି। ପୋଲିସ୍ ଏକ ଟିମ୍ ଗଠନ କରି କଏଦୀକୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି କରିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)