• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାବତ ମାଆର ଅସଲ ଚେହେରା । କୁନି ଝିଅକୁ ବାକ୍ସ ଭିତରେ କରିଦେଲା ବନ୍ଦ । କ’ଣ ସତରେ ଜଣେ ମାଆ ଏତେ ନିର୍ଦୟ ହୋଇପାରେ । ଆଜ୍ଞା ହଁ ଯଦି ନିଜ ଛୁଆ ପେଟରେ ଥାଏ ତେବେ ମାଆ ଅନ୍ୟ ଛୁଆଙ୍କ ପାଇଁ ଡାହାଣୀ ସାଜିପାରେ । ଠିକ୍‌ ଏମିତି କିଛି ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ମୁଜପରନଗରରେ । ଜଣେ ମହିଳା, ଯାହାଙ୍କର ନାଁ ଶିଳ୍ପୀ । ସେ ନିଜେ ଏବେ ଗର୍ଭବତୀ । ସେ ମାଆ ହେବାକୁ ଯାଉଛନ୍ତି । ହେଲେ ମାଆ ହେବା ପୂର୍ବରୁ ତାଙ୍କର ଡାହାଣୀ ରୂପ ଦେଖିବାକୁ ମିଳିଛି । ସାବତ ଝିଅକୁ ମାରିବା ପାଇଁ ଏକ ବାକ୍ସରେ ବନ୍ଦ କରିଦେଇଛି । ଆଉ ସେହି କୁନି ଝିଅକୁ ମାତ୍ର ୯ ବର୍ଷ । 

ତେବେ ଏହି ପୁରା କାହାଣୀ ସେତେବେଳେ ସାମ୍ନାକୁ ଆସିଲା, ଯେତେବଳେ ପୋଲିସ ପାଖରେ ଖବର ପହଞ୍ଚିଲା । କୁନି ଝିଅର ନିଖୋଜ ହେବା ନେଇ ସୋମବାର ପୋଲିସ ନିକଟରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଆଧାର କରି ପୋଲିସ ଘଟଣାର ତଦନ୍ତ ପାଇଁ କୁନି ଝିଅର ଘରକୁ ହିଁ ଯାଇଥିଲା । ସେଠାରେ ଖୋଜା ଖୋଜି କରିବା ପରେ ଏକ ବାକ୍ସ ଭିତରେ କୁନି ଝିଅକୁ ରଖାଯାଇଥିବା ପୋଲିସ ଦେଖିଥିଲା । ସେଥିରୁ ଅଚେତ୍‌ ଅବସ୍ଥାରେ କୁନି ଝିଅକୁ ଉଦ୍ଧାର କରିଥିଲା ପୋଲିସ । 

ଏଭଳି କାରନାମା ପଛରେ କୁନି ଝିଅ ରାଧିକାଙ୍କ ସାବତ ମାଆ ଶିଳ୍ପୀର ହାତ ‍ବୋଲି ପୋଲିସ ସୂଚନା ଦେଇଛି । ଶିଳ୍ପୀଙ୍କ ନାଁରେ ପୋଲିସ ୩୦୭ ଦଫା ମଧ୍ୟ ଲାଗାଇଛି । କିନ୍ତୁ ତାଙ୍କୁ ଗିରଫ କରାଯାଇ ନାହିଁ । କାରଣ ସେ ଏବେ ଗର୍ଭବତୀ । ଶିଳ୍ପୀ ହେଉଛନ୍ତି ରାଧିକାଙ୍କ ବାପାଙ୍କ ଦ୍ୱିତୀୟ ପତ୍ନୀ । ରାଧିକାକୁ ପୋଲିସ ଉଦ୍ଧାର କରିବା ପରେ ସେ ନିଜେ ସାବତ ମାଆ ଶିଳ୍ପୀଙ୍କୁ ଏଥିପାଇଁ ଦାୟୀ କରିଥିଲା ।

ରାଧିକାଙ୍କ ବାପା ସୋନୁ ଶର୍ମା ନିଜର ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେବା ପରେ ଦ୍ୱିତୀୟ ପତ୍ନୀ ଶିଳ୍ପୀଙ୍କୁ ବିବାହ କରିଥିଲେ ।