• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

କଟକରେ ଲିଙ୍ଗ ନିରୂପଣ ମାମଲାରେ ବାହାରିଛି ରାଜ୍ୟ ବାହାର ଲିଙ୍କ୍ । ଏହି ମାମଲାରେ ଆଜି ମଙ୍ଗଳାବାଗ ଥାନା ପୋଲିସ ଆଉ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ରାଞ୍ଚିରୁ ଅଲଟ୍ରା ସାଉଣ୍ଡ ମେସିନ୍ ଏହି ବ୍ୟକ୍ତି ଜଣକ ଆଣିଥିବା ପୋଲିସ୍ ହାତରେ ଖବର ଲାଗିଥିଲା । ଏହି ସବୁ ମେସିନ୍ ବିନା କାଗଜପତ୍ରରେ ରାଜ୍ୟ ବାହରୁ ଆସୁଥିଲା । କଟକର ଏକ ଘରୋଇ ଲ୍ୟାବ୍‌ରେ ଲିଙ୍କ ନିରୂପଣ ହେଉଥିବା ଅଭିଯୋଗ ହୋଇଥିଲା । ଏଯାଏଁ ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଛି ।

ସେହିପରି ଗତ ଦୁଇ ଦିନ ପୂର୍ବରୁ ବେଆଇନ ଲିଙ୍ଗ ନିରୂପଣ ମାମଲାରେ ଆଉ ଦୁଇ ଜଣ ଦଲାଲଙ୍କୁ ଗିରଫ କରାଯାଇଥିଲା । ଗିରଫ ଅଭିଯୁକ୍ତି ଦୁଇଜଣ ହୃଷିକେଶ ସାହୁ ଓ ସନ୍ତୋଷ ଲେଙ୍କା ହୋଇଥିବା ଜଣାପଡିଥିଲା । ହୃଷିକେଶ ସାହୁ ଔଷଧ ଦୋକାନୀ ହୋଇଥିବାବେଳେ ସନ୍ତୋଷ ଲେଙ୍କା ପ୍ରାଇମ ଡାଇଗ୍ନୋଷ୍ଟିକ ନାମକ ଏକ ଘରୋଇ କ୍ଲିନିକ୍ ଚଳାଉଥିଲେ ବୋଲି ସୂଚନା ମିଳିଥିଲା ।

ସୂଚନା ଅନୁସାରେ, ବେଆଇନ ଲିଙ୍ଗ ନିରୂପଣ ପାଇଁ ଲ୍ୟାବ୍‌କୁ ରୋଗୀ ଯୋଗାଇ ଦେଲେ ଉଭୟଙ୍କୁ ଜଣଙ୍କ ପିଛା ଦେଢ଼ ହଜାର ଟଙ୍କା ମିଳୁଥିଲା । ଗିରଫ ହୋଇଥିବା ଦୁଇଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ମାମଲାରେରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ବର୍ତ୍ତମାନ ପୋଲିସର ତଦନ୍ତ ଜାରି ରହିଛି ।