Mantu Chhuria
ସାଇବର ଠକେଇର ଶିକାର ହେଲେ ଲୋକପ୍ରିୟ ଗାୟକ ମଣ୍ଟୁ ଛୁରିଆ । ଏନେଇ ସେ ସମ୍ବଲପୁର ସାଇବର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ କରି ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତର ଘର ଦେବଗଡ ଜିଲ୍ଲା ରେ ବୋଲି ଜଣାପଡ଼ିଛି । ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତର ନାଁ ଜନ୍ମେଜୟ ସାମଲ ।
ତେବେ ମଣ୍ଟୁ ଛୁରିଆଙ୍କ ନାଁରେ ଫେକ ଆକାଉଣ୍ଟ ଖୋଲି ଅଭିଯୁକ୍ତ ଜଣକ ଅନ୍ଲାଇନ୍ ପବ୍ ଜି ଗେମ୍ ଖେଳୁଥିଲା । ଏହାସହ ଅନ୍ଲାଇନ୍ରେ ନୂଆ ନୂଆ ବନ୍ଧୁ ତିଆରି କରୁଥିଲା । ସେ ପବ୍ ଜି ଖେଳିବା ସହ ମଝିରେ ମଝିରେ ମଣ୍ଟୁ ଛୁରିଆ ବୋଲି ନିଜକୁ ପରିଚିତ କରିବା ପାଇଁ ଗୀତ ବି ବୋଲୁଥିଲା । ଏହାସହ ସେଥିରେ ଚାଟିଂ ବି କରୁଥିଲା । ଏମିତିକି ମଣ୍ଟୁଙ୍କ ନାଁରେ ବିଭିନ୍ନ ଯୁବତୀଙ୍କ ସହ ଚାଟିଂ କରୁଥିଲା ଉକ୍ତ ଅଭିଯୁକ୍ତ ।
ତେବେ ଖାଲି ମଣ୍ଟୁଙ୍କ ନାଁରେ ଠକେଇ ହୋଇଛି ତାହା ନୁହେଁ, ତାଙ୍କ ବଡ ଭାଇର ମୋବାଇଲ ନମ୍ବରକୁ ମଧ୍ୟ ହ୍ୟାକ୍ କରି ତାକୁ ବ୍ୟବହାର କରୁଥିଲା ସାଇବର ଠକ । ଏନେଇ ମଣ୍ଟୁ ନିଜେ ଥାନାରେ ଅଭିଯୋଗ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1677690369.jpg)