Advertisment

Police Unravel Shocking Murder Plot: ପୋଲିସ୍ ସ୍ବାମୀର ଜଘନ୍ୟକାଣ୍ଡ; ସ୍ତ୍ରୀକୁ ପଥରରେ ଛେଚୁଥିଲେ, ମାରିଦେବାକୁ ପିଟୁଥିଲେ

ଦିନେ ଯେଉଁ ମଥାରେ ସିନ୍ଦୂର ପିନ୍ଧି ସ୍ବାମୀ ପାଇଁ ବନିଥିଲେ ସାତ ଜନ୍ମର ସାଥୀ, ରକ୍ତପାତ ପରଠୁ ଯନ୍ତ୍ରଣାରେ ଥରୁଛି ସେହି ମଥା । ଦିନେ ଯେଉଁ ଓଠରେ ସ୍ବାମୀକୁ ପ୍ରେମର ଭାଷା କହୁଥିଲେ ଆଜି ସେହି ଓଠ ମାଗୁଛି ହତ୍ୟା ଉଦ୍ୟମର କୈଫିୟତ୍ ।

ଅଦ୍ୟତନ ହୋଇଛି
undefined

ପୋଲିସ୍‌ ସ୍ୱାମୀର ବର୍ବରକାଣ୍ଡ

Advertisment

କାଲି ଦେଖିଥିଲେ ସୁନ୍ଦରଗଡ଼ର ଜଣେ ସୈତାନ ସ୍ବାମୀକୁ । ଆଜି ବଲାଙ୍ଗିରରୁ ଦେଖିବା, ପୋଲିସ୍ ବାଲା ସ୍ବାମୀର ଲୋମଟାଙ୍କୁରା ଅପରାଧ । ଯିଏ ପତ୍ନୀ ପାଇଁ କେମିତି ମଝି ରାସ୍ତାରେ ତିଆରି କରିଥିଲା ମର୍ଡର୍ ପ୍ଲଟ୍, ଓଟିଭି କ୍ୟାମେରାରେ ଛାତିଥରା କାହାଣୀ ବଖାଣିଛନ୍ତି ଜୀବନ ଧରି ଫେରିଆସିଥିବା ଗୁରୁତର ପତ୍ନୀ। ଦୂର୍ଭାଗ୍ୟଜନକ କଥା ହେଉଛି, ସଂପୃକ୍ତ ସ୍ବାମୀ ଫେରାର୍, ସପ୍ତାହେ ପରେ ବି ପତ୍ତା ପାଉନି ପୋଲିସ ।

Advertisment

ଦିନେ ଯେଉଁ ମଥାରେ ସିନ୍ଦୂର ପିନ୍ଧି ସ୍ବାମୀ ପାଇଁ ବନିଥିଲେ ସାତ ଜନ୍ମର ସାଥୀ, ରକ୍ତପାତ ପରଠୁ ଯନ୍ତ୍ରଣାରେ ଥରୁଛି ସେହି ମଥା । ଦିନେ ଯେଉଁ ଓଠରେ ସ୍ବାମୀକୁ ପ୍ରେମର ଭାଷା କହୁଥିଲେ ଆଜି ସେହି ଓଠ ମାଗୁଛି ହତ୍ୟା ଉଦ୍ୟମର କୈଫିୟତ୍ । ଥରୁଛି ସର୍ବାଙ୍ଗ, ଭୟରେ ସ୍ବାମୀଠୁ ସୁରକ୍ଷା ଲୋଡୁଛନ୍ତି ପତ୍ନୀ । ୟେ ସେହି ପତ୍ନୀ, ଯିଏ ରକ୍ତରେ ହୋଲି ଖେଳିବାକୁ ଷଡ଼ଯନ୍ତ୍ର ରଚିଥିବା ଜଣେ ଜହ୍ନାଦ ସ୍ବାମୀ ପାଖରୁ ଜୀବନ ନେଇ ଫେରିଆସି ମରଣ ସହ ସଂଘର୍ଷ କରୁଛନ୍ତି ମେଡ଼ିକାଲରେ । ନାଁ ନୂପୁର ବିଶ୍ବାଳ । ଘର ବଲାଙ୍ଗିର ଦେଓଗାଁ ଥାନା କୁନ୍ଦେଇମାଲା । ବଲାଙ୍ଗିର ରିଜର୍ଭ ପୋଲିସର କନେଷ୍ଟବଳ ନୂପୁର ପୋଲିସବାଲା ସ୍ବାମୀ ଦ୍ବାରା ହତ୍ୟା ଉଦ୍ୟମର ଶୀକାର ହୋଇ ଆଜି ନ୍ୟାୟ ମାଗୁଛନ୍ତି । ଏ ହେଲେ ନୂପୁରଙ୍କ ସ୍ବାମୀ ଜ୍ୟୋତିରଂଜନ ପଧାନ । ସେ ବି ବଲାଙ୍ଗିର ରିଜର୍ଭ ପୋଲିସର କନେଷ୍ଟବଳ ।

ଅଧିକ ପଢ଼ନ୍ତୁ: ଯୁବପୀଢ଼ିଙ୍କୁ ବିଗାଡୁଛି ଅଙ୍ଗୁଳି ଟିପରେ ରୋଜଗାର ନିଶା; ଅନଲାଇନ ଗେମ୍ ଖେଳି ହେଉଛନ୍ତି ସର୍ବସ୍ବାନ୍ତ

Advertisment

ନୂପୁରଙ୍କ କହିବା କଥା, ଏକ ସାମାଜିକ କାର୍ଯ୍ୟରେ ଯୋଗଦେଇ ସ୍କୁଟିରେ ଘରକୁ ଫେରୁଥିଲେ ସ୍ବାମୀ ସହ । ତା’ପୂର୍ବରୁ କୁନି ପୁଅକୁ ବାପା, ମା ସହ ପଠାଇଦେଇଥିଲେ ଜ୍ୟୋତି । ଆଉ ସନ୍ଧ୍ୟାରେ ନୂପୂରଙ୍କୁ ଧରି ଫେରିବା ଭିତରେ ହଠାତ୍ ଏକ ନିଛାଟିଆ ରାସ୍ତାରେ ବାହାନା କରି ସ୍କୁଟି ରଖିଲେ। ଯେଉଁଠି ଅନ୍ୟ ଜଣଙ୍କ ବାଇକ୍ ବି ଥିଲା। ଏହି ସମୟରେ ହଠାତ୍ ସାଙ୍ଗରେ ଆଣିଥିବା ଏକ ତାଲାରେ ପତ୍ନୀଙ୍କ ମୁଣ୍ଡକୁ ଆଘାତ ଦେଇଥିଲେ ଜ୍ୟୋତି । ନୂପୁର ଚିତ୍କାର କରି ପଚାରୁଥିଲେ ଆକ୍ରମଣର କାରଣ । ତଥାପି କିଛି ନଶୁଣି ଜଂଗଲକୁ ଟାଣି ନେବାକୁ ଉଦ୍ୟମ କରିବା ସହ ପୂର୍ବରୁ ଘଟଣାସ୍ଥଳରେ ଥିବା ସହଯୋଗୀ ଜଗନ୍ନାଥ ପଧାନ ସହାୟତାରେ ପାଟି ବନ୍ଦ କରାଇ ମୁଣ୍ଡକୁ ପଥରରେ ଛେଚି ଚାଲିଥିଲେ ଜ୍ୟୋତି ।

ଏତିକିରେ ସରିନଥିଲା ସ୍ବାମୀଙ୍କ ନୃଶଂସ କାଣ୍ଡ। ନିଶ୍ବାସ ପ୍ରଶ୍ବାସ ଚାଲୁଥିବା ଜାଣି ପୁଣି ପଥରରେ ଛେଚିଥିଲେ। ଏପରିକି ସହଯୋଗୀ ଜଗନ୍ନାଥକୁ କହୁଥିଲେ ଆହୁରି ମାରିବାକୁ । କିନ୍ତୁ ଚିତ୍କାର ଶୁଣି ରାସ୍ତାରେ ଯାଉଥିବା ୪/୫ ଜଣ ବ୍ୟକ୍ତି ଦୌଡ଼ି ଆସିବାରୁ ଘଟଣାସ୍ଥଳରୁ ଖସି ପଳାଇଥିଲେ ସ୍ବାମୀ ଜ୍ୟୋତି ଓ ସହଯୋଗୀ ଜଗନ୍ନାଥ । ପରେ ଲୋକେ ଆଣି ମେଡ଼ିକାଲରେ ଭର୍ତ୍ତି କରିଥିବା କହିଛନ୍ତି ନୂପୁର ।

Advertisment

ଉଭୟେ ପୋଲିସ କର୍ମଚାରୀ, ପ୍ରେମ କରି ବାହା ହୋଇଥିଲେ । ଫୁରସତ ସମୟରେ ରୋମାଣ୍ଟିକ ଭିଡିଓ ସହ ଫଟୋ ପୋଷ୍ଟ କରିଥିଲେ ସୋସିଆଲ ମିଡିଆରେ। ୨୦୧୯ରୁ ଜ୍ୟୋତିରଜଂନଙ୍କ ସହ ସଂପର୍କରେ ଥିଲେ ନୂପୁର । ୨୦୨୨ ଫେବୃୟାରୀ ୧୦ରେ ଉଭୟ ପରିବାର ସହମତିରେ ହାତକୁ ଦି’ହାତ ହୋଇଥିଲେ । କୋଳରେ ପ୍ରାୟ ବର୍ଷକର ପୁଅଟିଏ ବି ଅଛି । ପୁଅ ବୋହୂ ପାଖରେ ଜ୍ୟୋତିଙ୍କ ବାପା, ମା’ବି ରହୁଥିଲେ । ସବୁକିଛି ଯଦି ଠିକଠାକ୍ ଚାଲିଥିଲା ତେବେ କାହିଁକି ପତ୍ନୀ ପାଇଁ ମର୍ଡର୍ ପ୍ଲଟ୍ ରଚିଥିଲେ ଜ୍ୟୋତିରଂଜନ ? କିଛି ବି ଜାଣୁପାରୁନାହାଁନ୍ତି ପରିବାର ଲୋକେ ।

ଇତିମଧ୍ୟରେ ପୋଲିସ ସହଯୋଗୀ ଜଗନ୍ନାଥକୁ ଗିରଫ କରିସାରିଛି । କିନ୍ତୁ ଘଟଣାକୁ ସପ୍ତାହେ ବିତିଥିଲେ ବି ଫେରାର୍ ସ୍ବାମୀ ଜ୍ୟୋତି ଏବେ କେଉଁଠି ? ଜ୍ୟୋତିକୁ ନିଲମ୍ବନ କରିଥିଲେ ବି କାହିଁକି ଏଯାଏଁ ଧରିପାରିନି ପୋଲିସ ?

ଅଧିକ ପଢ଼ନ୍ତୁ: ଗର୍ଭବତୀଙ୍କୁ ଗୁଳି ଘଟଣାରୁ ଉଠିଲା ପରଦା; ସ୍ୱାମୀ ହିଁ ରଚିଥିଲା ହତ୍ୟାର ବ୍ଲୁ ପ୍ରିଣ୍ଟ

Bolangir Police Couple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ