/odishatv-khabar/media/post_attachments/uploadimage/library/16_9/16_9_0/IMAGE_1631207069.jpg)
Mother Of dusmanta
ଜଗତସିଂହପୁର: ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ ପରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା ଦୁଷ୍ମନ୍ତ ଦାସଙ୍କ ମୃତ୍ୟୁକୁ ୪ ଦିନ ବିତିଛି। ଏଭଳି ସ୍ଥିତିରେ ଆଜି ତାଙ୍କ ମାଆ କୁଜଙ୍ଗ ପୋଲିସ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ସେ ଅଭିଯୋଗ କରିଛନ୍ତି ଯେ, ଫୋନରେ କୁଜଙ୍ଗ ପୋଲିସ ତାଙ୍କୁ ଗାଳି କରିବା ସହ ଧମକ ଦେଇଛି। ତେଣୁ ପୋଲିସ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଦୁଷ୍ମନ୍ତଙ୍କ ମୃତ୍ୟୁ ପରେ ତାଙ୍କ ମାଆ ବାସନ୍ତୀ ଦାସଙ୍କୁ ଫୋନ କରି ଖରାପ ଭାଷାରେ ଧମକ ଦିଆଯାଉଥିବା ନେଇ ଏକ ଅଡିଓ ଭାଇରାଲ୍ ହେଉଛି।
ସେପଟେ ଏହା ଉପରେ ପ୍ରତିକ୍ରିୟା ରଖି ତିର୍ତ୍ତୋଲ ଏସଡିପିଓ କହିଛନ୍ତି, କେଉଁ ନମ୍ବରରୁ ଦୁଷ୍ମନ୍ତଙ୍କ ମାଆକୁ ଫୋନ କରାଯାଇ ଧମକ ଦିଆଯାଇଛି, ତାର ଯାଞ୍ଚ କରାଯିବ। ସେପଟେ ଜଗତସିଂହପୁରରେ ଦୁଷ୍ମନ୍ତଙ୍କ ମାଆ ଦେଇଥିବା ରିପୋର୍ଟକୁ ସେଠାରେ ରେଜିଷ୍ଟର କରାଯାଇ ପଏଣ୍ଟ ଅଫ୍ ଜୁରିସଡିକସନ୍ରେ କଟକକୁ ଫରୱାର୍ଡ କରାଯାଇଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି।
ଆଗରୁ ଦୁଷ୍ମନ୍ତଙ୍କ ମାଆ ସିଧା ସିଧା ଚିକିତ୍ସାରେ ତ୍ରୁଟି ଓ ବ୍ୟବସ୍ଥାର ବିଚିତ୍ର ସ୍ଥିତି ଆଡ଼କୁ ଅଙ୍ଗୁଳି ଉଠାଇବା ସହ କାହା ସହ ତାଙ୍କ ପୁଅ ଭୁବନେଶ୍ୱରକୁ ଯାଇଥିଲା, ଏନେଇ ଥାନାରେ ଏତଲା ଦେଇଥିଲେ। କେହି ଜଣେ ଦୁଷ୍ମନ୍ତଙ୍କୁ କଟକରୁ ଭୁବନେଶ୍ୱର ଡାକି ନେଇଥିବା ଅଭିଯୋଗ କରିଥିଲେ। ଭୁବନେଶ୍ୱର ନେଇ ହାତ କାଟିବା ସହ ବିଷ ପିଆଇଥିବା ଅଭିଯୋଗ କରିଥିଲେ। କୁଜଙ୍ଗ ଥାନାରେ ଏତଲା ହୋଇଥିଲା, ପରେ କମିଶନରେଟ ପୋଲିସକୁ ଟ୍ରାନ୍ସଫର କରାଯିବା ନେଇ ଜଗତସିଂହପୁର ଏସପି ଅଖିଳେଶ୍ୱର ସିଂହ ସୂଚନା ଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)