Astrospeak
  • Live TV
  • Read In English

Child Kidnapping in Bhubaneswar: ମାଆ କୋଳରୁ ଶିଶୁ ପୁତ୍ରକୁ ଝାମ୍ପିନେଲେ, ଖୋଦ୍ ରାଜଧାନୀରେ

ରାଜଧାନୀରେ ଅସୁରକ୍ଷିତ ଶିଶୁ । ରାଜଧାନୀରୁ ଆସିଲା ପିଲା ଚୋରିର ସାଂଘାତିକ ଅଭିଯୋଗ । ଭୁବନେଶ୍ବର ଜନପଥରୁ ଦେଢ଼ ବର୍ଷର ଶିଶୁ ପୁତ୍ର ଚୋରି ଅଭିଯୋଗ ହୋଇଛି ।

ରାଜଧାନୀରେ ପିଲା ଚୋରି !
ରାଜଧାନୀରେ ପିଲା ଚୋରି !

ରାଜଧାନୀରେ ଅସୁରକ୍ଷିତ ଶିଶୁ । ରାଜଧାନୀରୁ ଆସିଲା ପିଲା ଚୋରିର ସାଂଘାତିକ ଅଭିଯୋଗ । ଭୁବନେଶ୍ବର ଜନପଥରୁ ଦେଢ଼ ବର୍ଷର ଶିଶୁ ପୁତ୍ର ଚୋରି ଅଭିଯୋଗ ହୋଇଛି । ଭୁବନେଶ୍ୱରରୁ ଦେଢ ବର୍ଷର ଶିଶୁ ପୁତ୍ରକୁ ଝାମ୍ପି ନେଇଛନ୍ତି ଦୁର୍ବୁତ୍ତ ।

ବିସ୍କୁଟ, ଜୁସ୍ ଏବଂ ମୋବାଇଲ ଲୋଭ ଦଖାଇ ଦୃଷ୍ଟି ବାଧିତ ମାଆର ଶିଶୁ ପୁତ୍ରକୁ ନେଇ ଚାଲିଗଲେ ଦୁର୍ବୃତ୍ତ । ରାମମନ୍ଦିର ଆଗରୁ ଶିଶୁ ଚୋରି ଭଳି ସାଂଘାତିକ ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି ମନ୍ଦିର ଆଗରେ ଭିକ୍ଷାବୃତ୍ତି କରୁଥିବା ଜଣେ ଦୃଷ୍ଟି ବାଧିତ ମହିଳା। ରାତି ପ୍ରାୟ ୨ଟା ବେଳେ ଘଟିଛି ଏଭଳି ଘଟଣା ।

 

ଏହି ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।ମହିଳା ଜଣକ ଏ ନେଇ ଖାରବେଳେନଗର ଥାନାରେ ଦ୍ୱାରସ୍ଥ ହୋଇଛନ୍ତି । ରାମ ମନ୍ଦିର ସାମ୍ନାରେ ଶୋଇଥିବା ବେଳେ ଯେତେବେଳେ ନିଦ ଭାଙ୍ଗିଲା ଶିଶୁପୁତ୍ରଟିକୁ ସେ ପାଇନଥିଲେ । ଶିଶୁପୁତ୍ର ନିଖୋଜ ଥିବା ନେଇ ସେ ଥାନାରେ ଜଣାଇଛନ୍ତି । ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଅସହାୟ ମହିଳାଙ୍କ ପୁତ୍ରକୁ ଖୋଜିବାକୁ ଛାନଭିନ ଆରମ୍ଭ କରିଛି ।

ଏମିତିକି ନିଖୋଜ ପିଲାର ମା' ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ତାଙ୍କ ପିଲାକୁ ନେଇ କିଏ ନେଇଯାଇଥିବା ଏବଂ କିଛି ଟଙ୍କା ପାଇଁ କେହି ତାଙ୍କ ପିଲାର ଅଙ୍ଗ ତସ୍କରି ପାଇଁ କିଡନାପ କରିଥିବା କଥା କହିଛନ୍ତି ପିଲାର ମାଆ । ଏହା ଦୁର୍ବୃତ୍ତମାନେ ନେଇଯାଉଥିବାର ଅନ୍ୟ ଜଣେ ଶିଶୁ ଦେଖିଛି ।   ଏକାଧିକ ସିସିଟିଭିକୁ ଯାଞ୍ଚ କରିବା ପରେ ଅଭିଯୋଗର ସତ୍ୟତା ରହିଥିବା ଜାଣିବାକୁ ପାଇଛି । ଦୁର୍ବୃତ୍ତମାନେ ଦେଢ଼ ବର୍ଷର ଶିଶୁ ପୁତ୍ରକୁ ନେବା ପରେ ଏକ ଗାଡ଼ିରେ ଖାରବେଳ ନଗର ଥାନା ଅଞ୍ଚଳ ଦେଇ ଯାଉଥିବା ଦେଖିବାକୁ ମିଳିଛି ।

ଅଧିକ ପଢ଼ନ୍ତୁ: ଅପରାଧୀଙ୍କୁ ସାବାଡ୍ ପାଇଁ ଓଡ଼ିଶା ପୋଲିସ୍ ଆପଣାଇଛି କି ୟୁପି ଫଣ୍ଡା ?