Advertisment

ଲୋକଙ୍କୁ ବୁଝାଇବାକୁ ଯାଇଥିଲେ, ହେଲେ ଆକ୍ରମଣ ଶିକାର ହେଲେ ପୋଲିସ୍‌ SI

ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ। ଗଣ୍ଡଗୋଳ ଏତେ ଉଗ୍ରରୂପ ନେଇଛି ଯେ, ଉଭୟ ପକ୍ଷ ପରସ୍ପର ଉପରକୁ ଟେକାପଥର ମାଡ଼ କରିଛନ୍ତି। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଯାଇ ପୋଲିସ୍‌ ଆକ୍ରମଣର ଶିକାର ହୋଇଛି।

author-image
Rajalaxmi Sahoo
Police SI Injured After Clash Breaks Out Between Two Villages In Banki

Police SI Injured After Clash Breaks Out Between Two Villages In Banki

ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ। ଗଣ୍ଡଗୋଳ ଏତେ ଉଗ୍ରରୂପ ନେଇଛି ଯେ, ଉଭୟ ପକ୍ଷ ପରସ୍ପର ଉପରକୁ ଟେକାପଥର ମାଡ଼ କରିଛନ୍ତି। ତେବେ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଯାଇ ପୋଲିସ୍‌ ଆକ୍ରମଣର ଶିକାର ହୋଇଛି। କଟକ ଜିଲ୍ଲା ବାଙ୍କୀରେ ଏହି ଘଟଣା ଘଟିଛି। ଗୟଳବାଙ୍କ ଓ ଭଗିପୁର ଗାଁ ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ଯୋଗୁ କଟକ ବାଙ୍କୀ ମୁଖ୍ୟରାସ୍ତା ରଣକ୍ଷେତ୍ର ପାଲଟିଛି। ଟେକାପଥର ମାଡ଼ରେ ବାଙ୍କୀ ଥାନା ସବ୍ ଇନ୍ସପେକ୍ଟର ଆହତ ହୋଇଛନ୍ତି।

Advertisment

ସୂଚନାଥାଉ କି, ଗତକାଲି ବିଳମ୍ବିତ ରାତିରେ ଗୟଳବାଙ୍କ ଗାଁରେ ଯାତ୍ରା ଚାଲିଥିଲା। ଯାତ୍ରା ଦେଖିବା ପାଇଁ ଭଗିପୁର ଗାଁ ଲୋକେ ଆସିଥିବା ବେଳେ ବସିବାକୁ ନେଇ ଉଭୟ ଗାଁ ଲୋକଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ଦୁଇ ଗାଁ ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିବା ସୂଚନା ମିଳିଛି । ‌ଲେ ଆଜି ଏହି ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା।

ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଯାଇ ପୋଲିସ୍‌ ଆକ୍ରମଣର ଶିକାର ହୋଇଛି। ଟେକାପଥର ମାଡ଼ରେ ବାଙ୍କୀ ଥାନା ସବ୍ ଇନ୍ସପେକ୍ଟର ଆହତ ହୋଇଛନ୍ତି। ଉଭୟ ଗାଁ ଲୋକେ ମଧ୍ୟ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି।

Advertisment
Attack
Advertisment
Advertisment