• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜୀବନ୍ତ କଇଁଛ ଚୋରାଚାଲାଣ ରାକେଟର ପର୍ଦ୍ଦାଫାସ । କଳାହାଣ୍ଡି ଜିଲ୍ଲାରୁ ଲମ୍ବିଥିବା ଏହି ରାକେଟର ଖୁଲାସା କରିଛି ନବରଙ୍ଗପୁର ପୋଲିସ । ନବରଙ୍ଗପୁର ଜିଲ୍ଲା ଝରିଗାଁ ଅଞ୍ଚଳକୁ ଚୋରାଚାଲାଣ ବେଳେ ୯୨ଟି ଜୀବନ୍ତ କଇଁଛକୁ ନବରଙ୍ଗପୁର ଜିଲ୍ଲା ମୈଦଲପୁରରୁ ପୋଲିସ ଉଦ୍ଧାର କରିଛି । ତା’ସହ ଚୋରାଚାଲାଣ ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ପାପଡାହାଣ୍ଡି SDPO ଆଦିତ୍ୟ ସେନ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ।

୨ଟି ବାଇକରେ ୩ ଅଭିଯୁକ୍ତ ୯୨ଟି ଜୀବନ୍ତ କଇଁଛକୁ ଧରି ନବରଙ୍ଗପୁର ଅଭିମୁଖେ ଆସୁଥିଲେ। ଏ ସଂପର୍କରେ ଆଗୁଆ ସୂଚନା ପାଇ ନବରଙ୍ଗପୁର ଏସ.ପିଙ୍କ ନିର୍ଦ୍ଦେଶକ୍ରମେ ମୈଦଲପୁର ପୋଲିସ କେନ୍ଦୁଗୁଡା ନିକଟରେ ଛକି ରହିଥିଲା । ଆଉ ଅଭିଯୁକ୍ତମାନେ ପହଞ୍ଚିବା କ୍ଷଣି ପୋଲିସ ୨ ଚୋରା ଚାଲାଣକାରୀଙ୍କୁ ଧରିଥିବାବେଳେ ମୁଖ୍ୟ ଅଭିଯୁକ୍ତ ଚମ୍ପଟ ମାରିଥିବା ସୂଚନା ମିଳିଛି । ପୋଲିସ ଜବତ କଇଁଛକୁ ବନ ବିଭାଗକୁ ହସ୍ତାନ୍ତର କରିଛି ।

ଅଭିଯୁକ୍ତମାନେ ହେଲେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଭେଲୁଆଗୁଡା ଗାଁର ଗୋବର୍ଦ୍ଧନ ପାଇକ, କଳାହାଣ୍ଡି ଜିଲ୍ଲା ଆମ୍ବପାଣି ଥାନା ବାବକେରା ଗାଁର ଚୈତନ୍ୟ ରାଉତ ଏବଂ ଫେରାର ଅଭିଯୁକ୍ତ ଦେବ । ଅନ୍ୟପଟେ ଫେରାର ଦେବକୁ ଧରିବା ପାଇଁ ପୋଲିସ ଛାନଭିନ ଜାରି ରଖିଛି । .....