Advertisment

ଆସିଲା କଲ୍ ଡିଟେଲ୍ସ ରେକର୍ଡ: କିଛି ଲୋକଙ୍କ ସହ ଲଗାତାର କଥା ହେଉଥିଲେ ଶୁଭଲକ୍ଷ୍ମୀ...

୨ଟି ସିମ୍‌ରୁ ଶୁଭଲକ୍ଷ୍ମୀ କିଛି ଲୋକଙ୍କ ସହ ଲଗାତାର କଥା ହେଉଥିଲେ। ଶୁଭଲକ୍ଷ୍ମୀ କଥା ହେଉଥିବା ସେସବୁ ନମ୍ବର ଏବେ ପୋଲିସ ସ୍କାନରରେ ରହିଛି ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Girl Student's Death In Bhubaneswar Hotel

Bhubaneswar girl death case

ଛାତ୍ରୀ ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣାରେ ଆସିଲା କଲ୍ ଡିଟେଲ୍ସ ରେକର୍ଡ। ଗୋଟିଏ ମୋବାଇଲ୍‌ରେ ପଡ଼ିଥିବା ୨ଟି ସିମ୍‌ର କଲ୍ ଡିଟେଲ୍ସ ମିଳିଛି । ପାସ୍‌ୱାର୍ଡ ମିଳି ନଥିବାରୁ ଅନ୍ୟ ଏକ ମୋବାଇଲ୍ SFSL ପଠାଯିବ ।

Advertisment

୨ଟି ସିମ୍‌ରୁ ଶୁଭଲକ୍ଷ୍ମୀ କିଛି ଲୋକଙ୍କ ସହ ଲଗାତାର କଥା ହେଉଥିଲେ। ଶୁଭଲକ୍ଷ୍ମୀ କଥା ହେଉଥିବା ସେସବୁ ନମ୍ବର ଏବେ ପୋଲିସ ସ୍କାନରରେ ରହିଛି । ସେପଟେ ଛାତ୍ରୀ ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଉଦ୍‌ବେଗ ପ୍ରକାଶ କରିଛନ୍ତି ।

ଅଧିକ ପଢ଼ନ୍ତୁ: ହତ୍ୟା ନା ଆତ୍ମହତ୍ୟା; ହୋଟେଲ ରୁମ୍‌ରେ କେମିତି ହେଲା ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ?

Advertisment

ଘଟଣାକୁ ଗୁରୁତ୍ୱର ସହ ନେଇ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ମହିଳା କମିଶନ। ଏହାସହ ଭୁବନେଶ୍ୱର ଡିସିପିଙ୍କୁ ରିପୋର୍ଟ ତଲବ କରିଛନ୍ତି । ୧୫ ଦିନ ଭିତରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।  

ସୂଚନାଥାଉ କି, କଟକ ରୋଡ୍ ସ୍ଥିତ ଏକ ହୋଟେଲରୁ ଗତ ୫ ତାରିଖରେ ଶୁଭଲକ୍ଷ୍ମୀଙ୍କ ମୃତଦେହ ସନ୍ଦେହଜନକ ଭାବେ ଉଦ୍ଧାର ହୋଇଥିଲା । 

Advertisment
Advertisment