Advertisment

ପୋଲିସ୍‌ ବାବୁଙ୍କ ଆତ୍ମହତ୍ୟା ଉଦ୍ୟମ ! ନିଜ ଉପରକୁ ନିଜେ ଗୁଳି ଚଳାଇଲେ...

ନିଜ ଉପରକୁ ନିଜେ ଗୁଳି ଚଳାଇଲେ ଇନ୍ସପେକ୍ଟର ! କୋରାପୁଟ ଜିଲ୍ଲା ପୋଲିସ୍‌ ମୁଖ୍ୟାଳୟର ନକ୍ସଲ ସେଲ୍‌ ଭିତରେ ଆଜି ଏହି ଅଭାବନୀୟ ଘଟଣା ଘଟିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Police inspector attempted to end life by shooting self

Police inspector attempted to end life by shooting self

ନିଜ ଉପରକୁ ନିଜେ ଗୁଳି ଚଳାଇଲେ ଇନ୍ସପେକ୍ଟର ! କୋରାପୁଟ ଜିଲ୍ଲା ପୋଲିସ୍‌ ମୁଖ୍ୟାଳୟର ନକ୍ସଲ ସେଲ୍‌ ଭିତରେ ଆଜି ଏହି ଅଭାବନୀୟ ଘଟଣା ଘଟିଛି। ଆତ୍ମହତ୍ୟା ଉଦ୍ୟମ କରିଥିବା ଇନ୍ସପେକ୍ଟରଙ୍କ ନାଁ ନରେନ୍ ବିଶ୍ଵାଳ। ସେ ନକ୍ସଲ ସେଲ୍‌ରେ ଥିବା ଏକ  ବନ୍ଧୁକରେ ନିଜ ମୁଣ୍ଡ ଓ ବେକରେ ଗୁଳି ଫୁଟାଇ ଥିବା କୁହାଯାଉଛି।

Advertisment

ଗୁରୁତର ଅବସ୍ଥାରେ ଇନ୍ସପେକ୍ଟରଙ୍କୁ ପ୍ରଥମେ ସ୍ଥାନୀୟ ମେଡିକାଲ୍ କଲେଜ ଓ ପରେ ସ୍ୱତନ୍ତ୍ର  ଆମ୍ବୁଲାନ୍ସରେ ଏସ୍କର୍ଟ ଭିତରେ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି। କାହିଁକି ସେ ଆତ୍ମହତ୍ୟା ଉଦ୍ୟମ କଲେ ଏହାର କାରଣ ଅସ୍ପଷ୍ଟ ରହିଛି। ୬ ମାସ ପୂର୍ବେ ଇନ୍ସପେକ୍ଟର ନରେନ୍ ବାହା ହୋଇଥିଲେ। 

Advertisment
Advertisment