Advertisment

କାର୍‌ରେ ଯୁବତୀଙ୍କୁ ଅପହରଣ କରି ନେଉଥିଲେ, ରାସ୍ତା ବ୍ଲକିଂ କରି ଅଭିଯୁକ୍ତକୁ ଧରିଲା ପୋଲିସ୍‌...

ଯୁବତୀଙ୍କୁ ଅପହରଣ ଉଦ୍ୟମ ପଣ୍ଡ। ରେଡ୍ ହ୍ୟାଣ୍ଡ୍‌ରେ ଧରାପଡ଼ିଲା ଅପହରଣକାରୀ। ଜଣେ ଯୁବତୀ ସ୍କୁଟିରେ ଯାଉଥିବା ବେଳେ କାର୍‌ ଯୋଗେ ଜଣେ ଯୁବକ ତାଙ୍କୁ ଅପହରଣ କରି ନେଇଯାଉଥିବା ବେଳେ ଧରିଲା ପୋଲିସ୍‌।

author-image
Rajalaxmi Sahoo
Police foil major kidnapping bid rescue girl in Cuttack

Police foil major kidnapping bid rescue girl in Cuttack

ଯୁବତୀଙ୍କୁ ଅପହରଣ ଉଦ୍ୟମ ପଣ୍ଡ। ରେଡ୍ ହ୍ୟାଣ୍ଡ୍‌ରେ ଧରାପଡ଼ିଲା ଅପହରଣକାରୀ। କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି। କାର୍‌ରେ ଯୁବତୀଙ୍କୁ ଅପହରଣ ଉଦ୍ୟମ ବେଳେ ପୋଲିସ ଅଭିଯୁକ୍ତକୁ କାବୁ କରିବା ସହ ଯୁବତୀଙ୍କୁ ଉଦ୍ଧାର କରିଛି।

Advertisment

ସୂଚନା ଅନୁସାରେ, ଆଠଗଡ଼ ରାଜନଗର ନିକଟ ଜଙ୍ଗଲ ପାଖରୁ ଜଣେ ଯୁବତୀ ସ୍କୁଟିରେ ଯାଉଥିବା ବେଳେ କାର୍‌ ଯୋଗେ ଜଣେ ଯୁବକ ତାଙ୍କୁ ଅପହରଣ କରି ନେଇଯାଉଥିବାର ଖବର ଆଠଗଡ଼ ଥାନାକୁ ଆସିଥିଲା। ଆଠଗଡ଼ ଥାନା ଏନେଇ ବାରଙ୍ଗ ପୋଲିସକୁ ଜଣାଇବା ପରେ ବାରଙ୍ଗ ଥାନା ପୋଲିସ ରାସ୍ତା ବ୍ଲକିଂ କରି ଚେକିଂ ଆରମ୍ଭ କରିଥିଲା।

ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌କୁ ରୋକିବା ବେଳେ ପୋଲିସ ଅପହରଣକାରୀ ଯୁବକକୁ କାବୁ କରିଛି। ଏଥିସହ ଯୁବତୀଙ୍କୁ ପୋଲିସ ଉଦ୍ଧାର କରିଛି। ଅପହରଣକାରୀ ଯୁବକଙ୍କ ଘର ଆଠଗଡ ବେଣ୍ଟପଦର ହୋଇଥିବାବେଳେ ସେ ଟିପିସିଏଲ୍‌ରେ ଜେଇ ଥିବା କୁହାଯାଉଛି। ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି।

Advertisment
Kidnapping
Advertisment
Advertisment