Advertisment

ପୂର୍ବ ସ୍ୱାମୀ ସହ ମିଶି ଦ୍ୱିତୀୟ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ପୂର୍ବ ସ୍ୱାମୀ ସହ ମିଶି ଦ୍ୱିତୀୟ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ। ଏହାପରେ କଟା ମୁଣ୍ଡକୁ ବ୍ୟାଗ୍‌ରେ ଭର୍ତ୍ତି କରି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀର ଛତାବରରେ ପକାଇଥିଲା ସ୍ତ୍ରୀ।

ଅଦ୍ୟତନ ହୋଇଛି
Murder In Odisha

Police detain woman & her first husband on charges of killing her second husband in Balasore

Advertisment

ବାଲେଶ୍ୱର ରେ ମର୍ଡର, ଭଦ୍ରକ ରେ ମିଳିଲା କଟା ମୁଣ୍ଡ। ପୂର୍ବ ସ୍ୱାମୀ ସହ ମିଶି ଦ୍ୱିତୀୟ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ। ଏହାପରେ କଟା ମୁଣ୍ଡକୁ ବ୍ୟାଗ୍‌ରେ ଭର୍ତ୍ତି କରି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀର ଛତାବରରେ ପକାଇଥିଲା ସ୍ତ୍ରୀ। ଏଭଳି ଚାଞ୍ଚଲ୍ୟକର ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ୍‌। ବାଲେଶ୍ୱର ସଦର ଥାନା ଅଞ୍ଚଳରୁ ଗଳିତ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ପରେ ଏଭଳି କିଛି ଚାଞ୍ଚଲ୍ୟକର ଖୁଲାସା ହୋଇଛି।  ମୃତ ଶ୍ରୀଧର ଦଳବେହେରାଙ୍କ ପତ୍ନୀ ସୁମିତ୍ରା ନାୟକଙ୍କୁ ପୋଲିସ ଗିରଫ କରିଛି। ଶ୍ରୀଧରଙ୍କ ଘର ନୟାଗଡ ଜିଲ୍ଲା ସଙ୍ଗୋଲ ଗାଁରେ।

Advertisment

ଅଧିକ ପଢ଼ନ୍ତୁ: ୫୦୦ ଟଙ୍କା ପାଇଁ ହତ୍ୟା କଲେ, ଶେଷରେ କଟା ମୁଣ୍ଡ ଧରି ଥାନାରେ ପହଞ୍ଚିଲେ...

ସୂଚନା ଅନୁସାରେ, ପରକୀୟା ପ୍ରୀତି ପାଇଁ ଶ୍ରୀଧର ମଦ ନିଶାରେ ସୁମିତ୍ରାଙ୍କୁ ମାର୍‌ପିଟ୍‌ କରୁଥିଲେ। ଏପରିକି ନିଜର ଛୋଟ ପିଲାକୁ ମଧ୍ୟ ମାରି ଦେବାକୁ ଶ୍ରୀଧର ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ହୋଇଛି। ଏଥିପାଇଁ ଗତ ୧୧ ତାରିଖ ରାତିରେ ଶ୍ରୀଧର ଶୋଇଥିବା ବେଳେ ଧାରୁଆ ଅସ୍ତ୍ରରେ ସୁମିତ୍ରା ହତ୍ୟା କରିଥିଲା।

Advertisment

ଏହାର ପରଦିନ ପୂର୍ବ ସ୍ୱାମୀ ଫକୀର ନାୟକଙ୍କୁ ସୁମିତ୍ରା ଡାକି ମୃତଦେହକୁ ବାଲେଶ୍ଵରର ଖାନନଗରରେ ପକାଇ ଦେଇଥିଲେ। ଏହାସହ କଟା ମୁଣ୍ଡକୁ ଏକ ବ୍ୟାଗରେ ଭର୍ତ୍ତି କରି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀର ଛତାବରରେ ପକାଇ ଦେଇଥିଲେ। ପୋଲିସ୍‌ ଭଣ୍ଡାରିପୋଖରୀରୁ ଶ୍ରୀଧରଙ୍କ କଟା ମୁଣ୍ଡ ଜବତ କରିଛି। ସ୍ତ୍ରୀ ସୁପାରୀ ଦେଇ ସ୍ୱାମୀକୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି।

Murder Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ