• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଯାଜପୁର( ଅଭୟ ପତି) : ଯାଜପୁର ପାଣିକୋଇଲିରେ ଡବଲ ମର୍ଡର ମାମଲାର ପର୍ଦ୍ଧାଫାସ୍ । ଦୁଇ ଜଣଙ୍କୁ ହତ୍ୟା ପରେ ଦୁର୍ଘଟଣାର ରୂପ ଦିଆଯାଇଥିଲା । ୭ ଜଣଙ୍କୁ ଦଫା ୩୦୨ ଅନୁଯାୟୀ ଗିରଫ କରି କୋର୍ଟଚାଲାଣ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଯାଜପୁର ଏସପି ରାହୁଲ ପିଆର୍ । ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଜଣ କିନ୍ନର ଓ ଜଣେ ନାବାଳକ ରହିଛନ୍ତି ।

ଗତ ୩ ତାରିଖରେ ପାଣିକୋଇଲି ସୋତି ଗାଁ ନିକଟ ଏକ ପୋଲ ନିକଟରୁ ଜହ୍ନା ଗାଁର ବାବୁଲି ସାହୁଙ୍କ ପୁଅ ବିଜୟ ସାହୁ ଓ ସେହି ଗାଁର ମାନସ ଦାସଙ୍କ ମୃତ ଦେହ ମିଳିଥିଲା । ସ୍ଥାନୀୟ ଲୋକମାନେ ମୃତଦେହ ଦେଖି ପାଣିକୋଇଲି ପୋଲିସକୁ ଖବର ଦେଇଥିଲେ । ଦୁର୍ଘଟଣା ଜନିତ ମୃତ୍ୟୁ ଚିନ୍ତା କରି ତଦନ୍ତ ଆରମ୍ଭ କରିଥିଲା ପାଣିକୋଇଲି ପୋଲିସ । ପରବର୍ତ୍ତୀ ଅବସ୍ଥାରେ ଏହା ଏକ ହତ୍ୟାକାଣ୍ଡ ଜାଣିବାକୁ ପାଇ ତଦନ୍ତର ଦିଗ ପରିବର୍ତ୍ତନ କରିଥଲା। ଦୀର୍ଘ ୯ ଦିନ ଧରି ତଦନ୍ତ ପରେ ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାର୍ଶ କରିଛି ପୋଲିସ । ପ୍ରଥମେ ଦୁର୍ଘଟଣା ଘଟିଥିବା ଭଳି ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡ଼ୁଥିବା ବେଳେ ତଦନ୍ତ ପରେ ଏହା ହତ୍ୟା ବୋଲି ତଥ୍ୟ ମିଳିଥିଲା ।

ସୂଚନା ଅନୁସାରେ ଘଟଣା ଦିନ ବିଳମ୍ବିତ ରାତିରେ ମୃତ ଦୁଇ ଯୁବକ ଓ ଦୁଇ ଜଣ କିନ୍ନରଙ୍କ ମଧ୍ୟରେ ଶାରିରୀକ ସମ୍ପର୍କକୁ ନେଇ ପ୍ରଥମେ ବଚସା ହୋଇଥିଲା । କଥା ମାଡ଼ପିଟ ପର୍ଯ୍ୟନ୍ତ ପହଞ୍ଚିଥିଲା । ପରେ ଦୁଇ କିନ୍ନର ଓ ଭଦ୍ରକ ଜିଲ୍ଲାର ୫ ଜଣ ଅଭିଯୁକ୍ତଙ୍କୁ ଫୋନ୍ କରି ଡକାଇଥିଲେ । ସେମାନେ ସଂଘବଦ୍ଧ ଭାବେ ବିଜୟ ଓ ମାନସଙ୍କୁ ପ୍ରବଳ ମାଡ଼ ମାରିଥିଲେ । ଯାହାଫଳରେ ମାନସ ଓ ବିଜୟଙ୍କର ମୃତ୍ୟୁ ହୋଇଥିଲେ । ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ଭଦ୍ରକ ଜିଲ୍ଲାର ସତ୍ୟଜିତ ବେହେରା , ମନୋଜ ସାହୁ, ରାଜେନ୍ଦ୍ର ସାହୁ ଓ ମନୋଜ ବେହେରା, ଦୁଇ କିନ୍ନରଙ୍କ ସମେତ ଜଣେ ନାବାଳକ ।

ଧରାପଡ଼ିଯିବା ଭୟରେ ସେମାନେ ହତ୍ୟାକୁ ଦୁର୍ଘଟଣାର ରୂପ ଦେଇଥିଲେ । ବିଜୟ ଓ ମାନସଙ୍କ ମୃତଦେହକୁ ଆଣି ୧୬ ନମ୍ବର ଜାତୀୟ ରାଜପଥର ପାଣିକୋଇଲି ଥାନା ସୋତି ଗାଁ ନିକଟରେ ଏକ ବ୍ରିଜ୍‌ ଉପରେ ରଖି ପଳାଇ ଯାଇଥିଲେ । ୩ ତାରିଖ ସକାଳେ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲା ।