• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

NCC କ୍ୟାଡେଟମାନଙ୍କୁ ଅମାନୁଷିକ ଭାବେ ସିନିୟର କ୍ୟାଡେଟ ପିଟିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଘଟଣାର ଭିଡିଓ ଭାଇରାଲ ହେବା ପରେ ପୋଲିସ ଅଭିଯୁକ୍ତ ସିନିୟରକୁ ଥାନାରେ ଅଟକ ରଖିଛି । ଘଟଣାକୁ ନେଇ ପୋଲିସ ଅଧିକ ପଚରାଉଚରା କରୁଛି ।

ଅଭିଯୁକ୍ତର ବୟସ ୨୦ ବର୍ଷ । ସେ କାହିଁକି ଓ କେଉଁ କାରଣରୁ ପିଲାମାନଙ୍କା ମାଡ଼ ମାରୁଥିଲା ସେନେଇ ପୋଲିସ ପଚରାଉଚରା କରୁଛି । ଅଭିଯୁକ୍ତ ବିରୋଧରେ ଆଇପିସି ଧାରା ୩୨୩ ଲାଗୁ କରିଛି ପୋଲିସ ।

ସୂଚନା ଥାଉ କି ଗତ କିଛିଦିନ ହେବ ମହାରାଷ୍ଟ୍ରର ଥାନେର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା । ବାନ୍ଦୋଦକର କଲେଜରେ ଚାଲିଥିବା ନ୍ୟାସନାଲ କ୍ୟାଡେଟ୍ କର୍ପସ ତାଲିମ ଶିବିରରେ ଜଣେ ସିନିୟର NCC କ୍ୟାଡେଟଙ୍କ ଅମାନୁଷିକ କାଣ୍ଡକୁ ସାରା ଦେଶରେ ନିନ୍ଦା କରାକରିଥିଲା । ଜୁନିୟର NCC କ୍ୟାଡେଟମାନେ ଚ୍ୟାଲେଞ୍ଜ ଡ୍ରିଲ୍ କରି ନ ଥିବାରୁ ସିନିୟର କ୍ୟାଡେଟ କାଦୁଅରେ ଆଣ୍ଠେଇ ଦେଇ ପିଠିକୁ ନିର୍ଧୂମ ପିଟିଥିବା ଦେଖିବାକୁ ମିଳିଥିଲା ।

ବାନ୍ଦୋଦକର କଲେଜରେ ଏନସିସି ତାଲିମ ବେଳେ ଏପରି ଘଟଣା ଘଟିଥିଲା । ତାଙ୍କର ଚ୍ୟାଲେଞ୍ଜ ଡ୍ରିଲ୍ କରିପାରିନଥିବାରୁ ସେ ଏନସିସି କ୍ୟାଡେଟମାନଙ୍କୁ ଏପରି ଦଣ୍ଡ ଦେଇଛନ୍ତି ବୋଲି ଜଣାପଡ଼ିଛି । ମାଡ଼ କାରଣରୁ କିଛି ଛାତ୍ର କାନ୍ଦୁଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି । ସେହି ସମୟରେ ଜଣେ ଛାତ୍ର ଝରକା ଦେଇ ଏହି ଭିଡିଓଟି କରିଥିଲେ । ଯାହା ଏବେ ଖୁବ୍‌ ଭାଇରାଲ ହେଉଛି ।

ଘଟଣାକୁ ନେଇ ଗଣମାଧ୍ୟମ ଆଗରେ କଲେଜର ପ୍ରିନ୍ସପାଲ ସୁଚିତ୍ରା ନାୟକ ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ, ଏହାକୁ ଗୁରୁତର ସହ ନିଆଯାଇଛି । ସିନିୟର ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସିନିୟର ଛାତ୍ରଙ୍କ ଏପରି ଆଚରଣକୁ କେବେ ବରଦାସ୍ତ କରାଯିବନାହିଁ ।

ଏହା ପରେ ବର୍ତ୍ତମାନ ପୋଲିସ ସିନିୟର ଛାତ୍ରଙ୍କୁ ଉଠାଇନେଇଥିବା ଖବର ମିଳିଛି । ଘଟଣା ଉପରେ ଜୋରଦାର ତଦନ୍ତ ଚଳାଇଛି ପୋଲିସ ।