/odishatv-khabar/media/post_attachments/uploadimage/library/16_9/16_9_0/IMAGE_1646637979.jpg)
Poachers Mistaken Girl With Wild Boar
ବାରହା ଭାବି ଯୁବତୀଙ୍କୁ ଗୁଳି ମାରିଲେ ଶିକାରୀ । ଗତକାଲି ଦିନ ସାଢେ ୧୧ଟାରେ ଧରୁଆଡିହି ଥାନା କୁଲଟା ପଞ୍ଚାୟତ ଲମଟି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଗାଁ ପାଖ ଜଙ୍ଗଲକୁ ଯାଇଥିବା ବେଳେ ଜଣେ ଯୁବତୀଙ୍କ ଉପରକୁ ଗୁଳି ଚଳାଇଛନ୍ତି ଶିକାରୀ । ଗୁଳିମାଡ଼ରେ ଯୁବତୀ ଆହତ ହୋଇଥିବାବେଳେ ତାଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଏହି ଯୁବତୀ ଜଣକ ହେଲେ ଧୁମାଗଡା ଗାଁର ଉର୍ବଶୀ ନାଏକ(୧୮) । ସେ ଲମଟିସ୍ଥିତ ମାମୁ ଘରେ ରହି ବିରବିରା କଲେଜରେ ପଢୁଛନ୍ତି । ଗତକାଲି ଗାଁ ମହିଳାଙ୍କ ସହ ଶୁଖିଲା ଜାଳେଣି ଲଟା ଆଣିବାକୁ ପାଖ ଜଙ୍ଗଲକୁ ଯାଇଥିଲେ । ଠିକ୍ ଏହି ସମୟରେ ଶିକାର ପାଇଁ ଜଙ୍ଗଲ ଭିତରେ ପଶିଥିବା ଶିକାରୀ ଖଡ଼ଖଡ଼ ଶବ୍ଦ ଶୁଣି ଉର୍ବଶୀଙ୍କୁ ବାରହା ଭାବି ନେଇଥିଲେ । ଶବ୍ଦ ଆସୁଥିବା ସ୍ଥାନକୁ ଲକ୍ଷ୍ୟ କରି ଗୁଳି ଚଳାଇ ଦେଇଥିଲେ । ଆଉ ଗୁଳି ଯୁବତୀଙ୍କ ଦେହରେ ବାଜିଥିଲା । ଆଉ ସେ ଜୋରରେ ପାଟି କରିଥିଲେ । ତେବେ ତାଙ୍କ ପାଟି ଶୁଣି ସାଥୀରେ ଯାଇଥିବା ମହିଳାମାନେ ରୁଣ୍ଡ ହୋଇଯାଇଥିଲେ ।
ଘଟଣାସ୍ଥଳରୁ ଆହତ ଯୁବତୀଙ୍କୁ ଗାଁର ମହିଳାମାନେ ଉଦ୍ଧାର କରି ଗାଁକୁ ଆଣିଥିଲେ। ସେଠାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ଖବର ପାଇ ପୁଲିସ ଘଟଣାସ୍ଥଳକୁ ଯାଇ ପ୍ରାଥମିକ ତଦନ୍ତ କରିବା ସହ ଦୁଇ ଅଭିଯୁକ୍ତକୁ ଥାନାରେ ଅଟକ ରଖିଛି । ଅଭିଯୁକ୍ତଙ୍କ ନାମ ଜଣା ପଡିନାହିଁ । ଘଟଣାଟି ଏଠାରେ ଚର୍ଚ୍ଚାର ବିଷୟ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)