Advertisment

ପ୍ରେମିକ ପାଇଁ ଶେଷ ଚିଠି ଲେଖି ଜୀବନ ହାରିଦେଲେ +୨ ଛାତ୍ରୀ

ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଯୁକ୍ତ ୨ ଦ୍ୱିତୀୟ ବର୍ଷରେ ପଢ଼ୁଥିବା ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଆଜି ଉଦ୍ଧାର ହୋଇଛି।

author-image
Manoranjan Behera
undefined

Youth Death

ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ପୋଲିସ ହାତରେ ଲାଗିଛି ସୁଇସାଇଡ୍ ନୋଟ୍ । ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଛାତ୍ରୀ ଜଣକ ଏଭଳି ଚରମ ନିଷ୍ପତ୍ତି ନେଇଥିବା ପୋଲିସ ସୂଟନା ଦେଇଛି ।

Advertisment

ଏହି ମାମଲା ନେଇ ଟାଉନଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ମୃତ ଛାତ୍ରୀ ଜଣକ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ ।  ଦୀପାବଳି ପାଇଁ ସାଙ୍ଗମାନେ ଛାତ୍ରୀଙ୍କୁ ଡାକିବାକୁ ଯାଇଥିବା ବେଳେ ସେ କବାଟ ଖୋଲି ନଥିଲେ । ଏପରିକି ଫୋନ ମଧ୍ୟ ଉଠାଇନଥିଲେ ।

ଏହାପରେ ତାଙ୍କ ସାଙ୍ଗମାନେ ହଷ୍ଟେଲ ସୁପରିଟେଣ୍ଡେଣ୍ଟଙ୍କୁ ଜଣାଇଥିଲେ । ଖବର ପାଇ ପୋଲିସ ମୃତଦେହ ଉଦ୍ଧାର କରି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଘଟଣାର ତଦନ୍ତ କରୁଛି । ସେପଟେ ଏନେଇ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି । ଛାତ୍ରୀଜଣକ ଏକାକୀ ରହଥିବା ବେଳେ ତାଙ୍କୁ ହତ୍ୟା କରି ଟାଙ୍ଗୀ ଦିଆଯାଇଥିବା କହିଛନ୍ତି ପରିବାର ଲୋକ ।

Advertisment

ସାଇଣ୍ଟିଫିକ ଟିମ୍‌ ସହ ମିଶି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଛାତ୍ରୀଙ୍କ ରୁମରୁ ଗୋଟିଏ ସୁଇସାଇଡ ନୋଟ ଜବତ କରିଛି। ଏଥିରେ ଛାତ୍ରୀ ଜଣଙ୍କ ତାଙ୍କ ପ୍ରେମିକଙ୍କ ଉଦ୍ଦେଶ୍ୟରେ ଆବେଗ ଭରା କେଇ ପଦ ଶଦ୍ଦ ଲେଖିଛନ୍ତି । ‘ଧନ ତୁମେ ଖୁସିର ରୁହ। ମୁଁ ଯାଉଛି। ତୁମ ଖୁସିରେ ମୁଁ ଖୁସି’। ପୋଲିସ୍‌ ଏହାକୁ ଆଧାର କରି ଆତ୍ମହତ୍ୟା ପଛରେ ପ୍ରେମ ସମ୍ପର୍କିତ କାରଣ ରହିଥାଇ ପରେ ବୋଲି ସନ୍ଦେହ କରୁଛି। ତେବେ କିଏ ସେ ପ୍ରେମିକ? ଏମିତି କ’ଣ ହେଲା ଯେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କଲେ, ସେକଥା ଜଣାପଡ଼ିନି।

Youth Death
Advertisment
Advertisment