• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୀରିହ ପଶୁକୁ ଘରେ ପଶି ଲାଠିରେ ମରଣାନ୍ତକ ଆକ୍ରମଣ । ଶୋଇଥିବା ବେଳେ ଏକ ପିଟ୍‌ବୁଲ୍‌ କୁକୁରକୁ ବାଡ଼େଇ ବାଡ଼େଇ ଥୋମଣି ଫଟେଇ ଦେଇଛନ୍ତି ପଡ଼ୋଶୀ ଘର ଲୋକ । ଅତର୍କିତ ଆକ୍ରମଣରେ କୁକୁରର ୮ ଟି ଦାନ୍ତ ଭାଙ୍ଗି ଯାଇଥିବା ବେଳେ ଗୁରୁତର ଅବସ୍ଥାରେ ତା’କୁ ପଶୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଏହି ସମୟରେ କୁକୁରକୁ ରଖିଥିବା ମାଲିକ ଆସି ରକ୍ଷା କରିବା ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା ସେ ବି ଆକ୍ରମଣର ଶିକାର ହୋଇଛନ୍ତି । ଉତ୍ତରପ୍ରଦେଶର ଗାଜିଆବାଦ ସହରରେ ଏପରି ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି ।

ଅଧିକ ପଢ଼ନ୍ତୁ: ମା’କୁ କାମୁଡ଼ି ମାରିଦେଲା ପୁଅର ପୋଷା କୁକୁର, ଛାତ ଉପରେ ବୁଲାଇବା ସମୟରେ ଆକ୍ରମଣ କଲା ପିଟ୍‌ବୁଲ୍‌

ଦେବେନ୍ଦ୍ର ନାମକ ଜଣେ ବ୍ୟକ୍ତି ନିଜ ଘରେ ଏକ ବର୍ଷର ପିଟବୁଲ କୁକୁର ରଖିଛନ୍ତି, ଯାହାର ନାମ ମୋତି । ବର୍ତ୍ତମାନ ଦେବେନ୍ଦ୍ରଙ୍କ ଘରେ ନିର୍ମାଣ କାର୍ଯ୍ୟ ଚାଲିଛି । ତାଙ୍କ ପଡ଼ୋଶୀ ଘରେ ରୁହନ୍ତି ଇମ୍ରାନ ଓ ନୋମାନ । ଦିନେ କୌଣସି କାରଣବଶତଃ ଦେବେନ୍ଦ୍ରଙ୍କ କୁକୁର ଇମ୍ରାନଙ୍କ ଝିଅକୁ ଦେଖି ଭୁକି ଥିଲା । ଆଉ ସେହି କାରଣରୁ ସୋମବାର ସନ୍ଧ୍ୟାରେ ଇମ୍ରାନ ଏବଂ ନୋମାନ ହାତରେ ମୋଟା ବାଡି ଧରି ଖଟ ଉପରେ ଶୋଇଥିବା ମୋତିଙ୍କୁ ଆକ୍ରମଣ କରିଥିଲେ । ଆଉ ଏହି ଆକ୍ରମଣରେ କୁକୁରଟି ନିଜକୁ ରକ୍ଷା କରିପାରି ନଥିଲା । ଆଉ ପାଟିତୁଣ୍ଡ ଭିତରେ ଦେବେନ୍ଦ୍ରଙ୍କ ପରିବାର ଲୋକ ଘର ବାହାରକୁ ଚାଲି ଆସିଥିଲେ । ହେଲେ ସେମାନେ ମଧ୍ୟ ମୋତିକୁ ରକ୍ଷା କରିବାକୁ ଯାଇ ଆକ୍ରମଣର ଶିକାର ହୋଇଛନ୍ତି ।

ଉଭୟ ପକ୍ଷରୁ ମାମଲା ଦାଏର୍‌ କରାଯାଇଛି

ଏହି ଘଟଣା ପରେ ଉଭୟ ପକ୍ଷ ଥାନାରେ ମାମଲା ରୁଜୁ କରିଛନ୍ତି । କୁକୁରକୁ ଆକ୍ରମଣ କରିଥିବା ପଡ଼ୋଶୀ ଅଭିଯୋଗ କରିଛନ୍ତି, ପିଟବୁଲ ତାଙ୍କ ଝିଅକୁ ଦେଖି ବାରମ୍ବାର ଭୁକୁଥିଲା । ଆକ୍ରମଣ କରିବାର ଅନେକ ସମ୍ଭାବନା ଥିଲା । ହେଲେ ଦେବେନ୍ଦ୍ରଙ୍କ ସ୍ତ୍ରୀ ରାନୀ ଏକଥାକୁ ଖଣ୍ଡନ କରିଛନ୍ତି । ଝିଅଟି ନିର୍ମାଣ ସାମଗ୍ରୀ ସହିତ ଖେଳୁଥିବାରୁ ମୋତି ଭୁକୁଥିବା ସେ କହିଛନ୍ତି । ପରେ ସେମାନେ ତାଙ୍କୁ ଆକ୍ରମଣ କରିଥିଲେ ।

ରାନୀଙ୍କ କହିବା ଅନୁସାରେ, ସେମାନେ ମୋତିକୁ ଏତେ ମାରିଛନ୍ତି ଯେ ତା’ ମୁହଁରୁ ଧାର ଧାର ହୋଇ ରକ୍ତ ବୋହୁଥିଲା । ରକ୍ତାକ୍ତ ଅବସ୍ଥାରେ ମୋତିକୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ୭୦ ହଜାର ଖର୍ଚ୍ଚ କରି କୁକୁରର ସର୍ଜରୀ କରାଯାଇଛି । ଏବେ ଉଭୟ ପକ୍ଷର ବୟାନ୍‌ ଆଧାରରେ ତଦନ୍ତ କରୁଛି ପୋଲିସ୍ ।