Advertisment

ଭୁବନେଶ୍ୱରରେ ଫଟୋ ସାମ୍ବାଦିକଙ୍କୁ ମାଡ଼ ଘଟଣା: କାହା ଚାପରେ ପୋଲିସ୍‌ ଚୁପ୍‌ ?

ରାଜଧାନୀର ରାଜରାସ୍ତା ଉପରେ ଜଣେ ଫଟୋ ସାମ୍ବାଦିକଙ୍କୁ ପୋଲିସ୍ ମାଡ଼ ମାରିବା ଘଟଣାର ଦିନକ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ୍‌।

ଅଦ୍ୟତନ ହୋଇଛି
Journalist Attack in Odisha

Photo journalist Rakesh Roul beaten during reporting near kalinga stadium

Advertisment

ରାଜଧାନୀର ରାଜରାସ୍ତା ଉପରେ ଜଣେ ଫଟୋ ସାମ୍ବାଦିକଙ୍କୁ ପୋଲିସ୍ ମାଡ଼ ମାରିବା ଘଟଣାର ଦିନକ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ୍‌। ଏନେଇ ପୋଲିସ୍‌କୁ ଜଣାଇବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଗତକାଲି ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ଗେଟ୍‌ ସମ୍ମୁଖରେ ଫଟୋ ସାମ୍ବାଦିକ ରାକେଶ ରାଉଳଙ୍କୁ ଜଣେ ପୋଲିସ୍ ଅଧିକାରୀ ମାଡ଼ ମାରିଥିଲେ। ଯାହାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। 

Advertisment

ଅଧିକ ପଢ଼ନ୍ତୁ: ଫଟୋ ସାମ୍ବାଦିକଙ୍କୁ ତଳେ ପକାଇ ମାରିଲେ ପୋଲିସ ବାବୁ !

ସୂଚନାଥାଉ କି, ନ୍ୟୁଜିଲାଣ୍ଡ୍‌ ହକି ଟିମ୍‌ ଷ୍ଟାଡିୟମ ଅଭିମୁଖେ ଯାଉଥିବା ବେଳେ ଫଟୋ ଉଠାଇବାରୁ ସମ୍ପୃକ୍ତ ପୋଲିସ୍ ପ୍ରତିକ୍ରିୟାଶୀଳ ହୋଇ ଉଠିଥିଲେ। ସେ ଫଟୋ ସାମ୍ବାଦିକ ରାକେଶଙ୍କ କ୍ୟାମେରାକୁ ଛଡ଼ାଇ ନେଇଥିଲେ। ଏହାସହ ରାସ୍ତାରେ ଘୋଷାଡ଼ି ତାଙ୍କୁ ପିଟି ଥିଲେ। ରାଜଧାନୀରେ ଏଭଳି ଘଟଣାକୁ ନେଇ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ସମ୍ପୃକ୍ତ ପୋଲିସ୍ ଅଧିକାରୀ ଜଣକ କିଏ ? ପୋଲିସ୍‌କୁ ଏସମ୍ପର୍କରେ ଜଣାଇବା ପରେ ବି କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ, ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। 

ଅନ୍ୟପକ୍ଷେ, ଘଟଣାକୁ ନେଇ ସାମ୍ବାଦିକ ମହଲ ଏବଂ ଓଡ଼ିଶା ସାମ୍ବାଦିକ ୟୁନିୟନ୍‌ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ଏନେଇ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି କହିଛନ୍ତି ଯେ, ସାମ୍ବାଦିକଙ୍କୁ ପୋଲିସ୍‌ ସୁରକ୍ଷା ଦେବା ପରିବର୍ତ୍ତେ ସେମାନଙ୍କୁ ମାଡ଼ ମାରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଯେଉମାନେ ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ।’

Advertisment
Journalist Attack Photo Journalist
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ