Hotel
ଗ୍ରାହକ ଭାବୁଥିଲେ ଖାଉଛନ୍ତି ମଟନ ଝୋଳ। ହେଲେ ହୋଟେଲ ଦେଉଥିଲା ଗୋମାଂସ ! ଗ୍ରାହକ ଆଖିବୁଜି କରୁଥିଲେ ବିଶ୍ୱାସ। ହୋଟେଲ ମାଲିକ ଦେଉଥିଲେ ବିଶ୍ୱାସରେ ବିଷ ! ପୁରୀ ସତ୍ୟବାଦୀର ଏକ ଢାବାକୁ ନେଇ ଏଭଳି ଆରମ୍ଭ ହୋଇଛି ଚର୍ଚ୍ଚା। ଯାହା ପଛରେ ଅଛି ଏହି ଭାଇରାଲ ଭିଡ଼ିଓ। ଯେଉଁଥିରେ ସତ୍ୟବାଦୀ ଅଞ୍ଚଳର ଜଣେ ଗୋ-ଚାଲାଣକାରୀକୁ କାବୁ କରିଛନ୍ତି କିଛି ଲୋକ। ଆଉ ତାର ଚାଞ୍ଚଲ୍ୟକର ବୟାନ ହିଁ ଖେଳାଇ ଦେଇଛି ଲୋକଙ୍କ ଭିତରେ କୋକୁଆ ଭୟ। ଭିଡ଼ିଓରେ ସେ ସାକ୍ଷୀଗୋପାଳର ଜୟା ଢାବାର ନାଁ ନେଉଛନ୍ତି ଆଉ ସେ କାଳେ ମଟନରେ ଗୋମାଂସ ମିଶାଉଥିବା କଥା କହୁଛନ୍ତି ।
ଅଧିକ ପଢ଼ନ୍ତୁ: ଘଣ୍ଟି ବଜାଇଲେ ମୋହନ, ୧ କୋଟି ମହିଳାଙ୍କୁ ମିଳିଲା ଦ୍ୱିତୀୟ କିସ୍ତି
ତେବେ ଭିଡିଓ ଭାଇରାଲ୍ ପରେ ଜିଲ୍ଲା ପ୍ରଶାସନ ନେଇଛି ଆକ୍ସନ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବିଳମ୍ବିତ ରାତିରେ ଜୟା ଢ଼ାବାକୁ ସିଲ୍ କରି ଦିଆଯାଇଛି। ଆଇନଶୃଙ୍ଖଳା ଦୃଷ୍ଟିରୁ ଏଠାରେ ପୁଲିସ ମୁତୟନ କରାଯାଇଛି। ଘଟଣାର ସତ୍ୟତା ପରଖିବା ନେଇ ରାଜ୍ୟ ପରୀକ୍ଷାଗାରକୁ ଯାଇଛି ମାଂସ ନମୂନା। ଅପରପକ୍ଷରେ ଭିଡିଓରେ ସତ୍ୟବାଦୀ ଥାନାର ଯେଉଁ ମହିଳା ସବ୍ଇନ୍ସପେକ୍ଟରଙ୍କ କଥା ଉଠିଥିଲା, ତାଙ୍କୁ ରାତାରାତି ଜିଲ୍ଲା ହେଡ୍କ୍ବାର୍ଟର୍ସକୁ ବଦଳି କରି ଦିଆଯାଇଛି। ଘଟଣାକୁ ନେଇ ତଦନ୍ତ ଆରମ୍ଭ ହୋଇଛି ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ।
ହୋଟେଲକୁ ଗୋମାଂସ ଚାଲାଣ ହେବା ନେଇ ଖୁଲାସା ପରେ ଅଞ୍ଚଳରେ ଖେଳି ଯାଇଛି ଚାଞ୍ଚଲ୍ୟ। ପୁଲିସ ଅନେକ ସ୍ଥାନରେ ଚଢାଉ କରିଛି। ଆଉ ସମ୍ପୃକ୍ତ ଭିଡ଼ିଓରେ ଥିବା ଗୋଚାଲାଣକାରୀ ବିରୁଦ୍ଧରେ ମାମଲା ରୁଜୁ ହୋଇଛି। ତେବେ ଏଭଳି ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।
ତେବେ ଏହି ଭିଡିଓ ଭାଇରାଲ୍ ହେବା ପରେ ହୋଟେଲରେ ମାଂସ ଖାଇବାକୁ ନେଇ ଲୋକଙ୍କ ମନରେ ସଂଶୟ ସୃଷ୍ଟି ହୋଇଛି। ଯେହେତୁ ଜୟା ଢ଼ାବାରେ ମଟନ୍ ସହ ଗୋମାଂସ ମିଶାଯାଉଥିବା ଅଭିଯୋଗ ଆସିଥିଲା, ଏହି ଅଭିଯୋଗର ସତ୍ୟତା ନ ଜଣାପଡ଼ିବା ପର୍ଯ୍ୟନ୍ତ ଢ଼ାବା ସିଲ୍ ରହିବ। ମାଂସର ପରୀକ୍ଷାର ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Hotel_1741421495.jpg)