• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବର୍ତ୍ତମାନ ସମୟରେ ଆତ୍ମହତ୍ୟା ଏକ ସାଧାରଣ ଘଟଣା ହୋଇଗଲାଣି । କୌଣସି କାରଣକୁ ନେଇ ଆତ୍ମହତ୍ୟା ପରି ଏକ ଅପରାଧର ରାସ୍ତାକୁ ବାଛି ନେଉଛନ୍ତି ଅନେକ ଲୋକ । ବିଶେଷକରି ଆତ୍ମହତ୍ୟାର ପ୍ରଭାବ ଯୁବପିଢ଼ିଙ୍କ ଉପରେ ଅଧିକ ଦେଖିବାକୁ ମିଳୁଛି । ହେଲେ ବର୍ତ୍ତମାନ ଏକ ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସିଛି । ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ନିଜେ ନିଜକୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି ଜଣେ ଯାତ୍ରୀ ।

ଯାତ୍ରୀ ଜଣକ ଟ୍ରେନ୍‌ରେ ଆତ୍ମହତ୍ୟା କରିଥିବା ଆରପିଏଫ୍‌ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ପୋଲିସ କହିଛି କି, ଯାତ୍ରୀ ଜଣକ ନିଜେ ନିଜକୁ ଗୁଳି କରିଛନ୍ତି । ଗତକାଲି ପଶ୍ଚିମବଙ୍ଗର ନୂଆ ଜଲପାଇଗୁଡି ଷ୍ଟେସନ ନିକଟରେ ଏହି ଅଘଟଣ ଘଟିଛି । ମୃତ ଯାତ୍ରୀ ଜଣକ ଉତ୍ତର-ପୂର୍ବ ଏକ୍ସପ୍ରେସ୍‌ରେ ରାଜଧାନୀ ନୂଆଦିଲ୍ଲୀକୁ ଯାତ୍ରାକରୁଥିଲେ । ହେଲେ କୌଣସି କାରଣବଶତଃ ନିଜକୁ ନିଜେ ଗୁଳିକରିଛନ୍ତି ।

ଏହି ଘଟଣାଟି ଟ୍ରେନ୍‌ର ସାଧାରଣ ବଗିରେ ଘଟିଛି । ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ ।

ପୋଲିସ ଆହୁରି କହିଛି କି, ସାଧାରଣ ବଗିରେ ୩ ରାଉଣ୍ଡ ଗୁଳିଚାଳନା ହୋଇଛି । ଗୁଳି ଶବ୍ଦ ଶୁଣି ଯାତ୍ରୀମାନେ ବହୁତ ଜୋରରେ ପାଟିତୁଣ୍ଡ କରିଥିଲେ । ଲୋକମାନଙ୍କ ପାଟିତୁଣ୍ଡ ଶୁଣି ଆରପିଏଫ୍‌ ଓ ଜିଆରପିର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରୁ ମୃତଦେହକୁ ଉଦ୍ଧାରକରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।

ଏହି ଘଟଣାକୁ ନେଇ ଜଣେ ଯାତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଯାତ୍ରୀ ଜଣକ ନିଜ ବନ୍ଧୁକ ବ୍ୟବହାର କରି ଆତ୍ମହତ୍ୟା କରିଛନ୍ତି । ଗୁଳି ଚଳାଇବା ପୂର୍ବରୁ ସେ ଅସ୍ୱଭାବିକ ବ୍ୟବହାର କରୁଥିଲେ । ଯାତ୍ରୀଙ୍କ ମୃତ୍ୟୁ ନେଇ ରେଳବାଇ ପୋଲିସ କୌଣସି ଟିକେଟ୍‌ କିମ୍ୱା ପରିଚୟପତ୍ର ପାଇନଥିବା କହିଛି । ତେବେ  ଘଟଣାର ତଦନ୍ତ ଚାଲିଥିବା କୁହାଯାଇଛି ।