Advertisment

Panchayat Mortgaged: ଜମିବାଡି କି ସୁନାଗହଣା ନୁହେଁ, ୨୦ ଲକ୍ଷ ଟଙ୍କା ପାଇଁ ପଞ୍ଚାୟତ ବନ୍ଧା ପକାଇଦେଲେ ସରପଞ୍ଚ

ନିର୍ବାଚନୀ ଖର୍ଚ୍ଚ ଉଠାଇବା ପାଇଁ ଲକ୍ଷ୍ମୀବାଈଙ୍କ ସ୍ୱାମୀ ଗାଁର ହେମରାଜ ସିଂହ ଧାକଡଙ୍କଠାରୁ ୨୦ ଲକ୍ଷ ଟଙ୍କା କରଜ ଆଣିଥିଲେ । ଏହି ଋଣ ଆଣିବା ବେଳେ ଗାଁର ପଞ୍ଚ ବା ୱାର୍ଡମେମ୍ବର ରଣବୀର ସିଂହ କୁଶବାହ ଗ୍ୟାରେଣ୍ଟର ପଡିଥିଲେ । ଋଣ ଶୁଝି ନ ପାରିବାରୁ ସରପଞ୍ଚ ଓ ୱାର୍ଡ ମେମ୍ୱର ପୂରା ପଞ୍ଚାୟତକୁ ହେମରାଜ ସିଂହଙ୍କ ପାଖରେ ବନ୍ଧକ ରଖିଦେଲେ । ଏବେ ପଞ୍ଚାୟତର ସିଲ, ଚେକବୁକ ଏବଂ କାଗଜପତ୍ର ସବୁକିଛି ହେମରାଜ ସିଂହଙ୍କ କବ୍ଜାରେ ରହିଛି । ସେତିକି ନୁହେଁ, ଉଭୟଙ୍କ ମଧ୍ୟରେ ଚୁକ୍ତି ମଧ୍ୟ ହୋଇଛି । ଏହି ଚୁକ୍ତି ଅନୁସାରେ, ବିକାଶ କାର୍ଯ୍ୟର ୫ ପ୍ରତିଶତ କମିଶନୀ ଲକ୍ଷ୍ମୀବାଈଙ୍କୁ ଦିଆଯିବ ।

panchayat

panchayat

Advertisment

ମହିଳାଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ, ପୁରୁଷଙ୍କ ସହ ପାଦରେ ପାଦ ମିଶାଇ ଚାଲିବା ପାଇଁ ସରକାର ସବୁ ପ୍ରକାର ବ୍ୟବସ୍ଥା କରୁଛନ୍ତି । ରାଜନୀତିଠାରୁ ଆରମ୍ଭ କରି ଶିକ୍ଷାକ୍ଷେତ୍ରରେ ସବୁଠି ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି । ବିଶେଷକରି ଗ୍ରାମାଞ୍ଚଳ ମହିଳାଙ୍କ ସଶକ୍ତୀକରଣ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି ସରକାର । କିନ୍ତୁ ଅନେକ କ୍ଷେତ୍ରରେ ଏବେ ବି ପୁରୁଷମାନେ କ୍ଷମତା ଉପଭୋଗ କରୁଛନ୍ତି । ଏହାର ସଦ୍ୟତମ ଉଦାହରଣ ହେଉଛି ମଧ୍ୟପ୍ରଦେଶର କରୋଦ ପଞ୍ଚାୟତ ।

Advertisment

ମଣିଷ ସମ୍ପତ୍ତି ସଞ୍ଚିଥାଏ ଅସୁବିଧା ସମୟରେ କାମରେ ଆସିବ ବୋଲି । ସୁନାରୁପା ହେଉ କି ଜମି, ଘର । ନିହାତି ଆବଶ୍ୟକ ପଡିଲେ ମଣିଷ ଏହାକୁ ବନ୍ଧକ ରଖି ଅର୍ଥ ଆଣିଥାଏ । ହେଲେ କେବେ ଶୁଣିଛନ୍ତି, କେହି କେବେ ଗାଁ, ପଞ୍ଚାୟତକୁ ବନ୍ଧକ ରଖିବା ? ମଧ୍ୟପ୍ରଦେଶର ଜଣେ ମହିଳା ସରପଞ୍ଚ ସବୁ ସୀମା ପାର କରି ଏକ କଳଙ୍କିତ ଇତିହାସ ସୃଷ୍ଟି କରିଛନ୍ତି । ଋଣ ପରିଶୋଧ କରିବା ପାଇଁ ନିଜ ପଞ୍ଚାୟତକୁ ୨୦ ଲକ୍ଷ ଟଙ୍କାରେ ବନ୍ଧା ପକେଇ ଦେଇଛନ୍ତି ଏହି ମହିଳା ସରପଞ୍ଚ । ଏଥିପାଇଁ ମହିଳା ସରପଞ୍ଚ ଏବଂ ପଞ୍ଚ ଲିଖିତ ଭାବେ ଏଗ୍ରିମେଣ୍ଟ କରିଛନ୍ତି । ଏହି ଡିଲ ପାଇଁ ଏକ ଚୁକ୍ତି ପତ୍ର ପ୍ରସ୍ତୁତ କରାଯାଇଛି । ଏଥିରେ ଲେଖା ଯାଇଛି, ପଞ୍ଚାୟତ ରୋଜଗାରର ୫ ପ୍ରତିଶତ ଭାଗ ସରପଞ୍ଚଙ୍କୁ ଦିଆଯିବ । ବାକି ଅର୍ଥ ଋଣ ପରିଶୋଧ ବାବଦକୁ କଟିବ ।

ମଧ୍ୟପ୍ରଦେଶ ଗୁନା ଜିଲ୍ଲାର କରୋଦ ଗ୍ରାମ ପଞ୍ଚାୟତ । ଏହି ପଞ୍ଚାୟତ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଏହି ପଞ୍ଚାୟତର ସରପଞ୍ଚ ଅଛନ୍ତି ଶଙ୍କର ସିଂହ ଗୌଡଙ୍କ ପତ୍ନୀ ଲକ୍ଷ୍ମୀବାଈ । ନିର୍ବାଚନ ସମୟରେ ସେ ଗାଁର ହେମରାଜ ସିଂ ଧାକଡଙ୍କଠାରୁ ୨୦ ଲକ୍ଷ ଟଙ୍କା ଋଣ ଆକାରରେ ଆଣିଥିଲେ । ହେଲେ ନିର୍ବାଚନ ଜିତିବା ପରେ ଲକ୍ଷ୍ମୀବାଈ ଏହି ଋଣ ସୁଝି ପାରି ନ ଥିଲେ । ଶେଷରେ ୨୦ ଲକ୍ଷ ଟଙ୍କା ପାଇଁ ପଞ୍ଚାୟତକୁ ବନ୍ଧକ ରଖି ଦେଇଛନ୍ତି ।

Advertisment

ସରପଞ୍ଚ ଏବଂ ୱାର୍ଡ ମେମ୍ୱର ଉଭୟ ବହିଷ୍କୃତ

ବର୍ଷ ବର୍ଷ ଧରି ଏହି ପଞ୍ଚାୟତ ବନ୍ଧା ପଡିଛି । ପଞ୍ଚାୟତକୁ ବନ୍ଧକ ରଖିଥିବା କଥା ସାମ୍ନାକୁ ଆସିବା ପରେ ଏବେ ଜିଲ୍ଲା ପ୍ରଶାସନ ପକ୍ଷରୁ ସରପଞ୍ଚ ଏବଂ ୱାର୍ଡ ମେମ୍ୱର ଉଭୟଙ୍କୁ ବହିଷ୍କୃତ କରାଯାଇଛି । ମଧ୍ୟପ୍ରଦେଶ ପଞ୍ଚାୟତିରାଜ ଏବଂ ଗ୍ରାମ ସ୍ୱରାଜ ଅଧିନିୟମ ୧୯୯୩ର ଧାରା ୪୦ ଅନୁସାରେ ଉଭୟଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଅଧିକ ପଢ଼ନ୍ତୁ: ୨୬୦୦ ଟଙ୍କା ପାଇଁ ଜେଜେ ମା’ଙ୍କ ଜୀବନ ନେଲା ନାବାଳକ ନାତି

କାହିଁକି ପଞ୍ଚାୟତକୁ ରଖିଲେ ବନ୍ଧକ

କରୋଦ ପଞ୍ଚୟତ ସରପଞ୍ଚ ପ୍ରାର୍ଥୀ ଲକ୍ଷ୍ମୀବାଈ ସିଂହ ଗୌଡ ନିର୍ବାଚନ ମୈଦନାକୁ ଓହ୍ଲାଇଥିଲେ ସିନା । ହେଲେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଆବଶ୍ୟକ ଅର୍ଥ ତାଙ୍କ ପାଖରେ ନଥିଲା । ତେଣୁ ନିର୍ବାଚନୀ ଖର୍ଚ୍ଚ ଉଠାଇବା ପାଇଁ ଲକ୍ଷ୍ମୀବାଈଙ୍କ ସ୍ୱାମୀ ଗାଁର ହେମରାଜ ସିଂହ ଧାକଡଙ୍କଠାରୁ ୨୦ ଲକ୍ଷ ଟଙ୍କା କରଜ ଆଣିଥିଲେ । ଏହି ଋଣ ଆଣିବା ବେଳେ ଗାଁର ପଞ୍ଚ ବା ୱାର୍ଡମେମ୍ବର ରଣବୀର ସିଂହ କୁଶବାହ ଗ୍ୟାରେଣ୍ଟର ପଡିଥିଲେ । ଋଣ ଶୁଝି ନ ପାରିବାରୁ ସରପଞ୍ଚ ଓ ୱାର୍ଡ ମେମ୍ୱର ପୂରା ପଞ୍ଚାୟତକୁ ହେମରାଜ ସିଂହଙ୍କ ପାଖରେ ବନ୍ଧକ ରଖିଦେଲେ । ଏବେ ପଞ୍ଚାୟତର ସିଲ, ଚେକବୁକ ଏବଂ କାଗଜପତ୍ର ସବୁକିଛି ହେମରାଜ ସିଂହଙ୍କ କବ୍ଜାରେ ରହିଛି । ସେତିକି ନୁହେଁ, ଉଭୟଙ୍କ ମଧ୍ୟରେ ଚୁକ୍ତି ମଧ୍ୟ ହୋଇଛି । ଏହି ଚୁକ୍ତି ଅନୁସାରେ, ବିକାଶ କାର୍ଯ୍ୟର ୫ ପ୍ରତିଶତ କମିଶନୀ ଲକ୍ଷ୍ମୀବାଈଙ୍କୁ ଦିଆଯିବ । ଏହି ବିକାଶ କାର୍ଯ୍ୟ କରିବା ପାଇଁ ପଞ୍ଚ ରଣବୀର ସିଂହ କୁଶବାହଙ୍କୁ ସରପଞ୍ଚଙ୍କ ପ୍ରତିନିଧି ହିସାବରେ ନିଯୁକ୍ତ କରାଯାଇଛି । ପଞ୍ଚାୟତରେ ଯାହା ବି ସରକାରୀ ଅର୍ଥରେ କାମ କରାଯିବ ତାହାର କମିଶନୀରେ ହେମରାଜ ସିଂହଙ୍କ ଋଣ ଶୁଝାଯିବ । ଏଭଳି କାମ ଖାଲି ବେଆଇନ ନୁହେଁ, ପଞ୍ଚାୟତରାଜ ବ୍ୟବସ୍ଥାର ଆତ୍ମା ବିରୋଧୀ କାମ ।

Advertisment

ଷ୍ଟାମ୍ପ ପେପରେ ହୋଇଛି ଏଗ୍ରିମେଣ୍ଟ

ସରପଞ୍ଚ ଲକ୍ଷ୍ମୀବାଈ, ତାଙ୍କର ସ୍ୱାମୀ ଶଙ୍କର ସିଂହ, ପଞ୍ଚ ରଣବୀର ସିଂହ କୁଶବାହ ଏବଂ ରବୀନ୍ଦ୍ର ସିଂହ ୧୦୦ ଟଙ୍କାର ଏକ ଷ୍ଟାମ୍ପ ପେପରରେ ଏହି ଏଗ୍ରିମେଣ୍ଟ କରିଛନ୍ତି । ଏହି ଏଗ୍ରିମେଣ୍ଟ ୨୦୨୨ ନଭେମ୍ବର ୨୮ ତାରିଖରେ କରାଯାଇଛି । ପ୍ରାୟ ଅଢେଇ ବର୍ଷ ହେଲା ଏହି ଚୁକ୍ତିନାମା ଅନୁସାରେ କାମ ଚାଲିଛି ଏବଂ ଋଣ ପରିଶୋଧ କରାଯାଉଛି । ଏବେ ଏହି ଘଟଣା ସାମ୍ନାକୁ ଆସିବା ପରେ ତନଘନା ଆରମ୍ଭ ହୋଇଛି । ଜିଲ୍ଲା କଲେକ୍ଟର କିଶୋର କୁମାର କନ୍ୟାଲ କହିଛନ୍ତି, ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାମଲା । ତଦନ୍ତ ପରେ ଉଭୟ ମହିଳା ସରପଞ୍ଚ ଓ ପଞ୍ଚଙ୍କୁ ପଦବୀରୁ ହଟାଇ ଦିଆଯାଇଛି । ଯେଉଁ ବ୍ୟକ୍ତି ଟଙ୍କା ଅସୁଲ କରୁଥିଲେ ତାଙ୍କ ବିରୋଧରେ ମଧ୍ୟ ଏଫଆଇର ରୁଜୁ କରାଯାଇଛି ।

ଋଣ ପାଇଁ ବନ୍ଧା ପଡ଼ିଲା ପୂରା ପଞ୍ଚାୟତ

ଜମିବାଡି ନୁହେଁ କି ଘର ନୁହେଁ କମ୍ବା ସୁନାରୂପା ଅଳଙ୍କା ନୁହେଁ । ସବୁ ସୀମା ପାର କରି ମହିଳା ସରପଞ୍ଚ ପଞ୍ଚାୟତକୁ ବନ୍ଧା ପକାଇଦେଲେ । ଏପରି ପଞ୍ଚାୟତକୁ ବନ୍ଧକ ରଖିବା ସାଧାରଣ ଅପରାଧ ନୁହେଁ । ଏପରି ମାନସିକତା ଗଣତନ୍ତ୍ର ପାଇଁ ଏକ ଅପମାନ ନିଶ୍ଚୟ । ଏହି ପୂରା ଘଟଣା ପଞ୍ଚାୟତରେ ମହିଳା ସଂରକ୍ଷଣର ବାସ୍ତବତାକୁ ସାମ୍ନାକୁ ଆଣିଛି । ଏହି ପଞ୍ଚାୟତରେ ସରପଞ୍ଚ ମହିଳା ହେଲେ ହେଁ ପ୍ରକୃତ କ୍ଷମତା ସରପଞ୍ଚଙ୍କ ସ୍ୱାମୀ ହାତରେ ହିଁ ଥାଏ । ଖାଲି ମହିଳା ସରପଞ୍ଚଙ୍କ ସ୍ୱାମୀ ନୁହଁନ୍ତି, ଗାଁର ପ୍ରତିପତ୍ତି ସମ୍ପନ୍ନ ବ୍ୟକ୍ତି ବି ପଞ୍ଚାୟତର କ୍ଷମତା ଛଡେଇ ଆଣନ୍ତି ।

ଆଦିବାସୀ ବହୁଳ ପଞ୍ଚାୟତ କରୋଦ

ପ୍ରକୃତ କଥା ହେଲା କରୋଦ ପଞ୍ଚାୟତ ଏକ ଆଦିବାସୀ ବହୁଳ କ୍ଷେତ୍ର ଅଟେ । ଏହି ପଞ୍ଚାୟତ ବିଜେପି ବିଧାୟକ ପନ୍ନାଲାଲ ଶାକ୍ୟ ଏବଂ ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନିର୍ବାଚନମଣ୍ଡଳୀ ଅଧୀନରେ ରହିଛି । ତଥାପି ଅଢେଇ ବର୍ଷ ଧରି ଗୋଟିଏ ପଞ୍ଚାୟତ ବନ୍ଧା ପଡିଥିଲେ ହେଁ କାହାରି ନଜରକୁ ଆସିନାହିଁ । ଏତେ ଦିନ ଧରି ପଞ୍ଚାୟତିରାଜ ବ୍ୟବସ୍ଥାର ଏପରି ହତ୍ୟା କରାଯାଇଥିଲେ ହେଁ କେହି ପ୍ରତିବାଦର ସ୍ୱର ଉଠାଇ ନ ଥିଲେ ।

ଗୁନା ଜଲ୍ଲାର ଅନ୍ୟ ସ୍ଥାନରେ ବି ବନ୍ଧା ପଡିଛି ପଞ୍ଚାୟତ

ଗୁନା ଜିଲ୍ଲାର ଖାଲି କରୋଦ ପଞ୍ଚାୟତ ଏମିତି ବନ୍ଧା ପଡିନି । ଏହିପରି ଆଉ ଏକ ଘଟଣା ବି ସାମ୍ନାକୁ ଆସିଛି । ଗୁନା ଜିଲ୍ଲାର ଚଚୌଡାର ରାମନଗର ପଞ୍ଚାୟତରେ ଏହିପରି ଘଟଣା ଘଟିଥିବା ସାମ୍ନାକୁ ଆସିଛି । ଏହା ମଧ୍ୟ ଏକ ଆଦିବାସୀ ବହୁଳ ପଞ୍ଚାୟତ ଏବଂ ସରପଞ୍ଚ ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ । ରାମନଗର ପଞ୍ଚାୟତର ସରପଞ୍ଚ ଅଛନ୍ତି ମୁନ୍ନିବାଈ ସହରିଆ । ସରପଞ୍ଚ ନିର୍ବାଚନ ଲଢିବା ପାଇଁ ଗ୍ରାମର ରାମସେବକ ମୀନାଙ୍କଠାରୁ ଋଣ ଆଣିଥିଲେ । ନିର୍ବାଚନ ଜିତିବା ପରେ ଉଭୟଙ୍କ ମଧ୍ୟରେ ଚୁକ୍ତି ହୋଇଥିଲା ଯେ, ପଞ୍ଚାୟତର ପୁରା ନିୟନ୍ତ୍ରଣ ରାମସେବକଙ୍କ ପାଖରେ ରହିବ । ଏହାର ପ୍ରତିବଦଳରେ ମୁନ୍ନିବାଈଙ୍କୁ ବାର୍ଷିକ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଜିଲ୍ଲାପାଳ ଏହି ଘଟଣାର ମଧ୍ୟ ତଦନ୍ତ କରିଛନ୍ତି । ଘଟଣାର ସତ୍ୟାସତ୍ୟ ଜାଣିବା ପରେ ମୁନ୍ନିବାଈଙ୍କୁ ପଦବୀରୁ ହଟାଇ ଦେଇଛନ୍ତି । ରାମସେବକଙ୍କ ବିରୋଧରେ ଥାନାରେ ମାମଲା ମଧ୍ୟ ରୁଜୁ କରା ଯାଇଛି । ଅନ୍ୟ କେଉଁଠି କାଳେ ଏପରି ଘଟଣା ଘଟୁଥିବ ସେ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ତନାଘନା ଚାଲିଛି ।

ଅଧିକ ପଢ଼ନ୍ତୁ: ମହଙ୍ଗା ପଡିଲା କଏଦୀ ପ୍ରେମ, ୫ କନଷ୍ଟେବଲଙ୍କୁ ବାନ୍ଧିଲା ପୋଲିସ

Madhya Pradesh Panchayat Election Mortgage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ