• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

OSSC ପ୍ରଶ୍ନପତ୍ର ଲିକ୍ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଡିଆଇଜି ରାଙ୍କର ପୋଲିସ୍ ଅଧିକାରୀ କରିବେ ତଦନ୍ତ । ଜୁନିଅର ଇଞ୍ଜିନିୟର ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ସମ୍ପର୍କିତ ଏକାଧିକ ମାମଲାର ଶୁଣାଣି କରି ହାଇକୋର୍ଟ ଜଷ୍ଟିସ୍ ଆଦିତ୍ୟ ମହାପାତ୍ର ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ଖଣ୍ଡପୀଠ ଘଟଣାର ଦୁଇଟି ଦିଗ ଉପରେ ତଦନ୍ତ କରିବାକୁ କହିଛନ୍ତି ।

ପ୍ରଥମଟି ହେଲା ସରକାରୀ ପ୍ରେସ୍ ପରିବର୍ତ୍ତେ କାହିଁକି କୋଲକାତାର ଘରୋଇ ପ୍ରେସ୍ ରେ ପ୍ରଶ୍ନପତ୍ର ଛପାଗଲା ? ଦ୍ୱିତୀୟଟି ହେଲା ସେହି ଘରୋଇ ପ୍ରେସରେ ପ୍ରଶ୍ନପତ୍ର ଛପାଯିବା ପଛରେ କେଉଁ ସରକାରୀ ଅଧିକାରୀଙ୍କ ଭୂମିକା ଅଛି ? କେବଳ ଏତିକି ନୁହେଁ ସ୍କାମ୍ ର ଚେର କେଉଁ କେଉଁ ରାଜ୍ୟକୁ ବ୍ୟାପିଛି ସେନେଇ ମଧ୍ୟ ତଦନ୍ତ ହେବ ।

ଅନ୍ୟପଟେ OSSC ପକ୍ଷରୁ ଆସନ୍ତାକାଲି ଜୁନିୟର ଇଞ୍ଜିନିୟର ପରୀକ୍ଷା ଅନୁଷ୍ଠିତ ହେବ । ଏହାରି ଭିତରେ ଅସାଧୁ ଉପାୟ ଅବଲମ୍ବନ କରିଥିବା ୮୬ ଜଣ ଜଣ ପରୀକ୍ଷାର୍ଥୀଙ୍କୁ ଭିତରୁ କିଛି ପରୀକ୍ଷାର୍ଥୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ପିଟିସନ୍ ଦାଖଲ କରିଥିଲେ । ଜୀବନବ୍ୟାପି କମିଶନ୍ ଦ୍ୱାରା ପରିଚାଳିତ ପରୀକ୍ଷାରୁ ବାଦ ଦେବା ଲାଗି ସୋ କଜ୍ ନୋଟିସ୍ ଜାରି କରାଯାଇଥିବାରୁ ଏହାକୁ ଚାଲେଞ୍ଜ କରିଥିଲେ କିଛି ଆଶାୟୀ । କୋର୍ଟ ଏହାର ଶୁଣାଣି କରି ସେମାନଙ୍କୁ ପରୀକ୍ଷା ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ସମ୍ପୃକ୍ତ ପ୍ରାର୍ଥୀଙ୍କ ନିଯୁକ୍ତି ମୂଳ ମାମଲାର ଫଳାଫଳ ଉପରେ ନିର୍ଭର କରିବ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି ।

ଅସାଧୁ ଉପାୟ ଅବଲମ୍ୱନ କରିଥିବା ୯୨ ଜଣ ଆଶାୟୀଙ୍କ ଭିତରୁ ୮୬ ଜଣଙ୍କୁ କମିଶନ୍ ନୋଟିସ୍ କରିଛନ୍ତି । ତେବେ ଏମାନଙ୍କ ଭିତରୁ ଅନେକ ଆଶାୟୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ପରୀକ୍ଷା ଦେବାର ସୁଯୋଗ ପାଇଛନ୍ତି । ଯାହାକୁ ନେଇ ଏବେ ଅନ୍ୟ ଆଶାୟୀଙ୍କ ଭିତରେ ଅସନ୍ତୋଷ । ବ୍ୟବସ୍ଥାଗତ ତ୍ରୁଟିର  ସୁଯୋଗ ନେଇ ଏସବୁ ଆଶାୟୀ ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ନ୍ୟାୟ ନିଶ୍ଚିତ ମିଳିବ ବୋଲି ଆଶା ରଖିଛନ୍ତି ।

ବାଲେଶ୍ୱରର ଏହି ପ୍ରଶ୍ନପତ୍ର ଲିକ୍ ଘଟଣା ସାରା ରାଜ୍ୟକୁ ଦୋହଲାଇ ଦେଇଥିଲା । ଯେଉଁଥିରେ ୨୭ ଜଣ ଗିରଫ ହୋଇଥିବା ବେଳେ ଅସାଧୁ ଆଶାୟୀ ଖସିଯାଇଥିଲେ ।

  • Reported by:
  • GAUTAM PANDA , JAGDISH DAS