Advertisment

ଭିଜିଲାନ୍ସ ହାତରେ ଲାଗିଲା କୁବେର ଅଧିକାରୀଙ୍କ ଅମାପ ସମ୍ପତ୍ତି ଓ ବ୍ୟାଙ୍କ୍‌ ବାଲାନ୍ସ, ଜାଣିଲେ ଉଡ଼ିଯିବ ହୋସ୍‌

ଭିଜିଲାନ୍ସ ଜାଲରେ ଫସିଥିବା ରାଜ୍ୟ ପୋଲିସ ହାଉସିଂ ଆଣ୍ଡ୍‌ ୱେଲ୍‌ଫେୟାର କର୍ପୋରେସନ(OPHWC)ର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ଆଜି ଅମାପ ସମ୍ପତ୍ତିର ମୂଲ୍ୟାୟନ କରୁଛନ୍ତି ଭିଜିଲାନ୍ସ ଅଧିକାରୀ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
OPHWC officer Pratap Samal

OPHWC officer Pratap Samal

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଫସିଥିବା ରାଜ୍ୟ ପୋଲିସ ହାଉସିଂ ଆଣ୍ଡ୍‌ ୱେଲ୍‌ଫେୟାର କର୍ପୋରେସନ(OPHWC)ର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ଆଜି ଅମାପ ସମ୍ପତ୍ତିର ମୂଲ୍ୟାୟନ କରୁଛନ୍ତି ଭିଜିଲାନ୍ସ ଅଧିକାରୀ। କେଉଁ ଉପାୟରେ ସେ ଏତେ ସମ୍ପତ୍ତି ଠୁଳ କଲେ, ସେସବୁର ଖୋଳତାଡ଼ କରୁଛି ଭିଜିଲାନ୍ସ। 

Advertisment

ବର୍ତ୍ତମାନ ସୁଦ୍ଧା କୁବେର ଅଧିକାରୀ ପ୍ରତାପ ସାମଲଙ୍କ ୨୫ଟି ପ୍ଲଟ୍‌ ଭିଜିଲାନ୍ସ ଠାବ କରିଛି। ୨୫ଟି ପ୍ଲଟ୍‌ର ରେଜିଷ୍ଟ୍ରେସନ ଓ ଷ୍ଟାମ୍ପ ଡ୍ୟୁଟି ମିଶାଇ ୩,୪୧,୫୮,୪୧୨ ଟଙ୍କା ବୋଲି ଜଣାପଡ଼ିଛି। ସେହିପରି ଗୋଠପାଟଣା ସ୍ଥିତ ଏକ ୫ ମହଲା କୋଠା ରହିଛି। ଯାହାର ମୂଲ୍ୟ ୩ କୋଟି ୮୯ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ସୂଚନା ମିଳିଛି। 

ପ୍ରତାପଙ୍କ ୧ କୋଟି ୬୧ ଲକ୍ଷ ୩୫ ହଜାର ଟଙ୍କାର ବ୍ୟାଙ୍କ ବାଲାନ୍ସର ହିସାବ ପାଇଛି ଭିଜିଲାନ୍ସ। ଖାଲି ଏତିକି ନୁହେଁ, ପ୍ରତାପ ଓ ତାଙ୍କ ପରିବାର ନାଁରେ ୫୭ ଲକ୍ଷ ୭୨ ହଜାର ଟଙ୍କାର ବୀମାର ହିସାବ ପାଇବା ସହ ସମସ୍ତ ଆକାଉଣ୍ଟକୁ ଫ୍ରିଜ୍ ଅର୍ଥାତ୍‌ ଅଚଳ କରିଛି ଭିଜିଲାନ୍ସ। ଅଧିକାଂଶ ସମ୍ପତ୍ତି ପ୍ରତାପ ତାଙ୍କ ପତ୍ନୀଙ୍କ ନାଁରେ କରାଇ ଦେଇଥିବା ଜଣାପଡ଼ିଛି।

Advertisment

ତେବେ ୩୩ ବର୍ଷ ଚାକିରି ସମୟରେ କେମିତି ଏବଂ କେଉଁ ବାଟ ଦେଇ ଅମାପ କଳାଧନ ସଞ୍ଚୟ କରିଥିଲେ ପ୍ରତାପ ? ତାଙ୍କର କେତେ ଆୟବର୍ହିଭୂତ ସମ୍ପତ୍ତି ଥିଲା, ସେସବୁ  ଭିଜିଲାନ୍ସ ଆକଳନ କରୁଛି।ପ୍ରତାପଙ୍କୁ ଅଟକ ରଖି ଭିଜିଲାନ୍ସ ପଚରାଉଚରା ଜାରି ରଖିଛି।

ସୂଚନାଥାଉ କି, ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍ ପକ୍ଷରୁ ୧୨ଟି ଟିମ୍ ଗତକାଲି ଅଚାନକ୍ କୁବେର ଅଫିସର ପ୍ରତାପ ସାମଲଙ୍କର ସମ୍ପତ୍ତି ଠାବ କରିବାକୁ ଭଦ୍ରକ, ବାସୁଦେବପୁର ଓ ଭୁବନେଶ୍ୱରରେ ଛାନ୍‌ଭିନ୍‌ କରିଥିଲେ। ତେବେ ଭୋରୁ ହିଁ ଭୁବନେଶ୍ୱର ସ୍ଥିତ ଆଇଆରସି ଭିଲେଜର ପ୍ଲଟ୍ ନମ୍ବର N-6 ୪୧୬ରେ ରେଡ୍ ପାଇଁ ପହଞ୍ଚିଥିବା ଭିଜିଲାନ୍ସ ଟିମ୍‌କୁ ଦେଖି ପାଖାପାଖି ୪୫ ମିନିଟ୍ ଧରି ଘରର କବାଟ ଖୋଲି ନଥିଲେ ପ୍ରତାପ। ଆଉ ସେହି ସମୟରେ ସେ ୨୦ଲକ୍ଷ ଟଙ୍କା ଏକ ପେଟିରେ ଭର୍ତ୍ତି କରି ପଡ଼ିଶା ଘର ଛାତ ଉପରକୁ ଫିଙ୍ଗି ଦେଇଥିଲେ। ଭିଜିଲାନ୍ସ ଟିମ୍ ପ୍ରତାପଙ୍କ ଘର ଭିତର ଓ ବାହାର ସର୍ଚ୍ଚ କରୁଥିବାବେଳେ ପଡ଼ିଶା ଘର ଛାତରେ ଟଙ୍କା ଭର୍ତ୍ତି ପେଟିକୁ ଦେଖି ଜବତ କରିଥିଲେ। ଏପଟେ ଘର ଭିତରେ କାଗଜପତ୍ର ଖାନତଲାସୀ ବେଳେ ମିଳିଥିଲା ଅମାପ ସମ୍ପତ୍ତିର ସନ୍ଧାନ।

DA Case Vigilance Raid OPHWC Officer Pratap Samal Pratap Samal
Advertisment
Advertisment