Advertisment

Operation Kalanemi: ବୋଲବମ୍ ଯାତ୍ରାରେ ମହିଳା ଓ ଯୁବକଙ୍କୁ ଟାର୍ଗେଟ କରି ସାଧୁ ବେଶରେ ଟଙ୍କା ମାଗୁଥିଲେ, ବନ୍ଧାହେଲେ

ଏହି ନକଲି ବାବାମାନେ କାଉଡିଆଙ୍କୁ ଧର୍ମ ନାମରେ ଟଙ୍କା ମାଗୁଥିଲେ । ଟଙ୍କା ନମିଳିଲେ ପାଟିତୁଣ୍ଡ କରିବା ସହ ଅଭିଶାପ ଦେଉଥିଲେ ବୋଲି ପୋଲିସ୍ କହିଛି । ଏମାନଙ୍କ ଟାର୍ଗେଟରେ ଥିଲେ ମହିଳା ଓ ଯୁବକ ।

author-image
Tapan Kumar Swain
ଅଦ୍ୟତନ ହୋଇଛି
fake baba

fake baba

ଗିରଫ ହେଲେ ୨୩ ଜଣ ନକଲି ସାଧୁ । ଏମାନେ ଲୋକଙ୍କୁ ଠକୁଥିବା ଅଭିଯୋଗରେ ଗିରଫ ହୋଇଛନ୍ତି । ଶ୍ରାବଣ ମାସରେ ବୋଲବମ୍ ଯାତ୍ରା ବା କାଉଡି ଯାତ୍ରା ଆରମ୍ଭ ହୋଇଥିଲା ବେଳେ ଏମାନେ ସାଧୁ ବେଶ ଧରି ଲୋକଙ୍କୁ ଠକିବା ଆରମ୍ଭ କରିଦେଇଥିଲେ । ଏହି ଠକ ବା ନକଲି ବାବାମାନଙ୍କୁ ଗିରଫ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏହି ଅପରେସନର ନାଁ ଅପରେସନ କାଲନେମି ।

Advertisment

ଦେବଭୂମି ଉତ୍ତରାଖଣ୍ଡରେ "ଅପରେସନ୍ କାଲନେମି" ଅଧୀନରେ ୨୩ ଜଣ ନକଲି ସାଧୁଙ୍କୁ ବିଭିନ୍ନ ଥାନା ଅଞ୍ଚଳରୁ ଗିରଫ କରାଯାଇଛି । ଡେରାଡୁନରେ ଗିରଫ ହୋଇଥିବା ନକଲି ସାଧୁଙ୍କ ମଧ୍ୟରେ ରହିଛନ୍ତି ଜଣେ ବାଂଲା ନାଗରିକ । ଏହି ଅଭିଯାନରେ ପୋଲିସ ପକ୍ଷରୁ ୧୨୭ ଜଣଙ୍କୁ ଥାନାକୁ ଅଣାଯାଇ ପଚରାଉଚରା କରାଯାଇଥିଲା । ଡେରାଡୁନ୍, ହରିଦ୍ୱାର ଓ ଉଧମସିଂନଗରରେ "ଅପରେସନ୍ କାଲନେମି"କୁ ଜୋରଦାର କରାଯାଇଛି ।

ଉତ୍ତରାଖଣ୍ଡରେ ଗିରଫ ହୋଇଥିବା ନକଲି ବାବାମାନଙ୍କ ମଧ୍ୟରୁ ୧୦ ଜଣ ହେଉଛନ୍ତି ବାହାର ରାଜ୍ୟର । ଏହି ୧୦ ଜଣଙ୍କ ମଧ୍ୟରେ ଉତ୍ତର ପ୍ରଦେଶ, ରାଜସ୍ଥାନ, ହରିୟାଣା, ଆସାମ ଆଦି ରାଜ୍ୟର ବ୍ୟକ୍ତି ଅଛନ୍ତି । ମୁଖ୍ୟମନ୍ତ୍ରୀ ପୁଷ୍କର ଧାମୀଙ୍କ ନିର୍ଦ୍ଦେଶରେ ଏହି ଅପରେସନକୁ ପୋଲିସ ହାତକୁ ନେଇଥିଲା । ଏହି ନକଲି ବାବାମାନେ କାଉଡିଆଙ୍କୁ ଧର୍ମ ନାମରେ ଟଙ୍କା ମାଗୁଥିଲେ । ଟଙ୍କା ନମିଳିଲେ ପାଟିତୁଣ୍ଡ କରିବା ସହ ଅଭିଶାପ ଦେଉଥିଲେ ବୋଲି ପୋଲିସ୍ କହିଛି ।

Advertisment

ମହିଳା ଓ ଯୁବକମାନଙ୍କୁ ଟାର୍ଗେଟ କରି ଏମାନେ ବିଭିନ୍ନ ପ୍ରଲୋଭନ ଦେଖାଉଥିଲେ । ବ୍ୟକ୍ତିଗତ ଓ ପାରିବାରିକ ସମସ୍ୟାର ସମାଧାନ ହୋଇଯିବ ବୋଲି କହୁଥିଲେ । କିନ୍ତୁ ଟଙ୍କା ଆଦାୟ କରିବା ଏମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ସାଧୁ ବେଶରେ ଅସାଧୁ କାମ କରୁଥିଲେ ଏମାନେ ।

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ଅହ ଅପରେସନ ଆଗକୁ ମଧ୍ୟ ଜାରି ରହିବ । ସନାତନ ଧର୍ମର ପବିତ୍ରତା ବଜାୟ ରଖିବା ପାଇଁ ଏଭଳି ଅପରେସନର ଆବଶ୍ୟକତା ଥିଲା ବୋଲି ବିଭିନ୍ନ ଧାର୍ମିକ ସଂଗଠନ ପକ୍ଷରୁ କୁହାଯାଇଛି । ଏହି ଅସାଧୁ ବ୍ୟକ୍ତିମାନେ ଲୋକଙ୍କ ଧାର୍ମିକ ଭାବନା ସହ ଖେଳୁଥିଲେ ।

ନିଖିଳ ଭାରତ ଆଖଡ଼ା ପରିଷଦର ସଭାପତି ରବୀନ୍ଦ୍ର ପୁରୀ ଏହି ଅପରେସନକୁ ସ୍ୱାଗତ କରିଛନ୍ତି ।

ଅଧିକ ପଢ଼ନ୍ତୁ: ରାଜଧାନୀରେ ସ୍କୁଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ, ତଲାସୀ ଜାରି 

Uttarakhand Arrest
Advertisment
Advertisment