Advertisment

Online Gaming Dangers: ସବୁ ସାରିଦେଲା ଅନଲାଇନ୍ ଗେମ୍; ଚାଲିଗଲା ୫ ଲକ୍ଷରୁ ଅଧିକ ଟଙ୍କା...

ହସପିଟାଲରେ ବେଡରେ ଯନ୍ତ୍ରଣାରେ ଛଟପଟ, ସୌରଜିତ ରାୟ। ହାତ କଟିଛି, ବେକରେ ବି ଗୁରୁତର ଆଘାତ। ସେନ୍ସ ନାହିଁ। ଡାକ୍ତର ବି କହିସାରିଛନ୍ତି, ଅବସ୍ଥା କ୍ରିଟିକାଲ୍। ହେଲେ ସୌରଜିତଙ୍କ ଏହି ଅବସ୍ଥା ସେ ନିଜେ କରିଛନ୍ତି।

ଅଦ୍ୟତନ ହୋଇଛି
Online Gaming Dangers

Online Gaming Dangers

Advertisment

ସବୁ ସାରିଦେଲା ଅନଲାଇନ୍ ଗେମ୍। ପାଖରେ ଥିବା ସବୁ ଟଙ୍କା ଖାଲି ହୋଇଗଲା, ଋଣ ଟଙ୍କା ବି ଖାଇଗଲା। ଆଖି ସାମ୍ନାରେ ଜୀବନ ହାରିବା ଛଡ଼ା କିଛି ବାଟ ଦେଖାଗଲାନି। ଅନଲାଇନ୍ ଗେମରେ ତଳିତଳାନ୍ତ ହୋଇ ଶେଷରେ ହାତ ଓ ବେକ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଳେଶ୍ବରର ଜଣେ ଯୁବକ। ସେପଟେ ବଲାଙ୍ଗୀରରେ ଅନଲାଇନ୍ ଜୁଆର ମାଷ୍ଟରମାଇଣ୍ଡ ଲକ୍ଷେଶ୍ବର ମଲ୍ଲିକଙ୍କୁ ଧରିବା ପରେ ପୋଲିସ ସଟ୍ଟାବାଜ୍ ହିତେଶ ଜୈନକୁ ଧରିବାକୁ ଜାଲ ବିଛାଇଛି। ବିଶେଷଜ୍ଞ କହିଛନ୍ତି, ଅନଲାଇନ ଗେମରେ ଆସିବ କମ୍, ଯିବ ଅଧିକ, ତେଣୁ ସାବଧାନ।

Advertisment

କାଙ୍ଗାଳ କରିଦେଲା ଅନଲାଇନ୍ ଗେମ୍ । ଚାଲିଗଲା ୫ ଲକ୍ଷରୁ ଅଧିକ ଟଙ୍କା । ଜୀବନ ହାରିବାକୁ ଉଦ୍ୟମ । ହସପିଟାଲରେ ବେଡରେ ଯନ୍ତ୍ରଣାରେ ଛଟପଟ, ସୌରଜିତ ରାୟ। ହାତ କଟିଛି, ବେକରେ ବି ଗୁରୁତର ଆଘାତ। ସେନ୍ସ ନାହିଁ। ଡାକ୍ତର ବି କହିସାରିଛନ୍ତି, ଅବସ୍ଥା କ୍ରିଟିକାଲ୍। ହେଲେ ସୌରଜିତଙ୍କ ଏହି ଅବସ୍ଥା ସେ ନିଜେ କରିଛନ୍ତି। ଛୁରୀରେ ବାରମ୍ବାର କାଟି ପକାଇଛନ୍ତି ହାତକୁ। ପରେ ବେକ ବି କାଟିଛନ୍ତି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଜଳେଶ୍ବର ମେଡିକାଲରେ ଭର୍ତ୍ତି କରିଥିଲେ। ସଙ୍କଟାପନ୍ନ ହେବାରୁ ବାଲେଶ୍ବର ସ୍ଥାନାନ୍ତର କରାଯାଇଛି। ଜଳେଶ୍ବର ତେଘରି ଅଂଚଳର ସୌରଜିତ୍, ପେଶାରେ ଘରୋଇ ଟିଉସନ୍ ଶିକ୍ଷକ। ପିଲାଙ୍କୁ ଭଲ-ମନ୍ଦର ଶିକ୍ଷା ଦେବେ କଣ ନିଜେ ଅବାଟରେ ଚାଲିଯାଇଛନ୍ତି। କୋଟିପତି ହେବା ନିଶା ସର୍ବସ୍ବାନ୍ତ କରିଦେଇଛି। ଅନଲାଇନ୍ ଗେମ୍ ଜୁପି ଲୁଡୋ ଖେଳି ୫ ଲକ୍ଷରୁ ଅଧିକ ଟଙ୍କା ହରାଇଛନ୍ତି ସୌରଜିତ୍। ତଳିତଳାନ୍ତ ହେବା ପରେ ନିଜେ ତ ଚରମ ନିଷ୍ପତ୍ତି ନେଲେ, ପରିବାର ଆଖିରୁ ବି ଏବେ ଲୁହ ଝରୁଛି।

ଅଧିକ ପଢ଼ନ୍ତୁ: କାଜୁ ତୋଳାକୁ ନେଇ ଦୁଇ ଗାଁ ପିଟାପିଟି, ୧୫ରୁ ଊର୍ଦ୍ଧ୍ୱ ଆହତ

ମୋବାଇଲ ଖୋଲିଦେଲେ ଶହ ଶହ ବେଆଇନ୍ ଆପ୍, ହଜାର ହଜାର ଗେମ୍। ଅଳ୍ପ ଟଙ୍କାରେ କୋଟିପତି କରାଇଦେବାର ଲୋଭ ଦେଖାଇ ବେଧଡକ ଚାଲିଛି ଖେଳ। ବଲାଙ୍ଗୀର ସଇଁତଳାର ଅନଲାଇନ୍ ଜୁଆର ମାଷ୍ଟରମାଇଣ୍ଡ ଲକ୍ଷେଶ୍ବର ମଲ୍ଲିକକୁ ଧରିବା ପରେ ପୋଲିସ୍ ଏବେ ଖୋଜୁଛି ଅନଲାଇନ୍ ସଟ୍ଟାବଜାରର କିଙ୍ଗପିନ୍ ହିତେଶ ଜୈନକୁ। ସେହିପରି ନକଲି କ୍ରିପଟୋ କରେନ୍ସି ଗେମ୍ କରି ଲୋକଙ୍କୁ କୋଟି କୋଟିର ଚୂନ ଲଗାଇଥିବା ପ୍ରଶାନ୍ତ ମେହେର ଓ ସହଯୋଗୀକୁ ଧରିଛି ପୋଲିସ। ଅନ୍ୟ ସଟ୍ଟା ବେପାରୀଙ୍କୁ ଧରିବାକୁ ଜିଲ୍ଲାରେ ଜୋରଦାର ହୋଇଛି ତଦନ୍ତ। 

Advertisment

ଯୁବପିଢି ଏବେ ଅନଲାଇନ୍ ଗେମ୍ ମାୟାରେ ବାୟା। ବେଟିଂ ଓ ଗେମିଂ ଆପ୍ ରେ ଚାଲିଛି ବେଆଇନ୍ ଖେଳ। ଏବେ ଚାଲିଥିବା ଆଇପିଏଲ୍ ମ୍ୟାଚ୍ ବେଳେ ଲାଗୁଛି କୋଟି କୋଟିର ସଟ୍ଟା। ସରକାର ଏହାକୁ ବ୍ୟାନ୍ ଘୋଷଣା କରିଥିଲେ ବି ନିର୍ଦ୍ଦିଷ୍ଟ ଆଇନ୍ ନଥିବାରୁ ଲାଗିପାରୁନି ରୋକ୍। ବିଶେଷଜ୍ଞଙ୍କ ପରାମର୍ଶ, ଏଭଳି ଆପ୍ ଓ ଗେମରୁ ଦୂରେଇ ରୁହନ୍ତୁ ଯୁବପିଢି, ନଚେତ୍ ସର୍ବସ୍ବାନ୍ତ ହୋଇଯିବା ନିଶ୍ଚିତ। 

Online Game Online Gambling
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ