Advertisment

Neha Murder: ବୁର୍ଖା ପିନ୍ଧି ଆସିଲା; ୫ ମହଲାରୁ ଠେଲି ଦେଲା

ତୁ ସିନା ମୋ ହାତରେ ରାଖୀ ବାନ୍ଧୁଥିଲୁ। ହେଲେ ମୁଁ ତୋ ପାଇଁ ପାଗଳ ଥିଲି। ଦିନ ରାତି ତୋ କଥା ଭାବୁଥିଲି। ତୋତେ ନେଇ ସଂସାର କରିବାକୁ କେତେ ସ୍ବପ୍ନ ଦେଖିଥିଲି।

ଅଦ୍ୟତନ ହୋଇଛି
NehaMurder

NehaMurder

Advertisment

ତୁ ସିନା ମୋ ହାତରେ ରାଖୀ ବାନ୍ଧୁଥିଲୁ। ହେଲେ ମୁଁ ତୋ ପାଇଁ ପାଗଳ ଥିଲି। ଦିନ ରାତି ତୋ କଥା ଭାବୁଥିଲି। ତୋତେ ନେଇ ସଂସାର କରିବାକୁ କେତେ ସ୍ବପ୍ନ ଦେଖିଥିଲି। ସାତ ଜନ୍ମର ସାଥୀ କରିବାକୁ ଭାବିଥିଲି। ହେଲେ ତୁ ବାଧକ ସାଜିଲୁ। ମୋତେ ବିବାହ କରିବାକୁ ମନା କଲୁ। ମୋ ପ୍ରେମକୁ ଆଡେଇ ଦେଲୁ। ଏକ ତରଫା ପ୍ରେମ କରୁଥିବା ଜଣେ ପ୍ରେମିକ ମନରେ ଚାଲିଥିଲା ଏସବୁ କଥା। ଆଉ ଯେତେବେଳେ ବାହା ହେବାକୁ ପ୍ରେମିକା ମନା କରିଦେଲା ତାକୁ ନୃଶଂସଭାବେ ହତ୍ୟା କଲା। ବୁର୍ଖା ପିନ୍ଧି ଘରେ ପଶି ୫ ମହଲା କୋଠାରୁ ଠେଲି ଦେଲା। ଘଟଣାର ଦିନକ ପରେ ପୋଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି।

Advertisment

ଅଧିକ ପଢନ୍ତୁ: ଗଣଦୁଷ୍କର୍ମର ଭିଡିଓ ବନାଇଥିଲେ ଅଭିଯୁକ୍ତ, କ୍ରାଇମବ୍ରାଞ୍ଚ ହାତରେ ଡିଜିଟାଲ ପ୍ରମାଣ

ଉତ୍ତରପୂର୍ବ ଦିଲ୍ଲୀର ଜ୍ୟୋତିନଗର। ଏଇଠି ନିଜ ପରିବାର ସହ ରୁହନ୍ତି ୧୯ ବର୍ଷୀୟ ନେହା। ଦିଲ୍ଲୀରେ ରହୁଥିବା ଉତ୍ତରପ୍ରଦେଶର ୨୪ ବର୍ଷୀୟ ତୈଫିକ୍‌ ସବୁବେଳେ ତାଙ୍କ ଘରକୁ ଯିବା ଆସିବା କରେ। ପ୍ରତି ବର୍ଷ ତୌଫିକ ହାତରେ ନେହା ରାକ୍ଷୀ ବାନ୍ଧନ୍ତି। ହେଲେ ତୈଫିକ କିନ୍ତୁ ମନରେ ମନରେ ନେହାକୁ ଦେଇଥିଲା ଦିଲ୍‌। ତାଙ୍କୁ ନିକାହା କରିବାକୁ ଭାବିଥିଲା। ଏଥିପାଇଁ ପ୍ରପୋଜ ବି କରିଥିଲା।

Advertisment

ହେଲା ନେହା କିନ୍ତୁ ମନା କରିଦେଇଥିଲେ। ତାଙ୍କ ଘର ଲୋକେ ବି ଏହାକୁ ବିରୋଧ କରିଥିଲେ। ବାସ୍‌ ଏତିକିରେ ରାଗି ଯାଇଥିଲା ଅଭିଯୁକ୍ତ ପ୍ରେମିକ। ଜୁନ୍ ୨୩, ସୋମବାର ସକାଳ। ଛାତ ଉପରେ ଲୁଗା ସଫା କରିଥିଲେ ନେହା। ଏତିକି ବେଳେ ପରିବାର ଲୋକ ଓ ପଡ଼ୋଶୀଙ୍କୁ ଚକମା ଦେଇ ବୁର୍ଖା ପିନ୍ଧି ଘରେ ପଶିଥିଲା ତୈଫିକ୍‌। ପ୍ରଥମେ ଛାତ ଉପରେ ନେହା ସହ ତା’ର ଯୁକ୍ତତର୍କ ହୋଇଥିଲା। ତା’ପରେ ରାଗରେ ତାଙ୍କୁ ୫ ମହଲାରୁ ଠେଲି ଦେଇଥିଲା। ଏହାପରେ ସେଠାରୁ ଚମ୍ପଟ ମାରିଥିଲା। ଚିକିତ୍ସାଧୀନ ଅବସ୍ଥାରେ ପୀଡିତାଙ୍କ ମୃତ୍ୟୁ ହୋଇଛି। ପରିବାର ଲୋକେ ଅଭିଯୁକ୍ତ ପ୍ରେମିକଙ୍କୁ ଫାଶୀ ଦିଆଯାଉ ବୋଲି ଦାବି କରିଛନ୍ତି।

ପୋଲିସ ଅଭିଯୁକ୍ତ ପ୍ରେମିକ ତୈଫିକକୁ ଘଟଣାର ୭୨ ଘଣ୍ଟା ପରେ ଗିରଫ କରିଛି। ଗିରଫ ପରେ ପୋଲିସ ଆଗରେ ସବୁ କଥା ଗୋଟି ଗଟି ସ୍ୱୀକାର କରିଛି ଅଭିଯୁକ୍ତ। ପୂରା ମାମଲାର ତଦନ୍ତ ଜାରି ରହିଛି।

Advertisment

ଅଧିକ ପଢ଼ନ୍ତୁ: ଇତିହାସ ରଚିଲେ ଶୁଭାଂଶୁ ଶୁକ୍ଳା: ମହାକାଶ ଯିବା ପୂର୍ବରୁ ଲେଖିଲେ ଏମିତି, ସମସ୍ତେ ହେଲେ ଇମୋସନାଲ...

Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ