• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଗାଡ଼ିରୁ ତେଲ ସରିଗଲା, ଫସିଗଲେ ଲୁଟେରା । ତେଲ ପୁରାଇବାକୁ ପେଟ୍ରୋଲ ପମ୍ପରେ ଅଟକିଥିବାବେଳେ ଧରିପକାଇଲେ ଲୋକେ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଂଚଳରେ ଏଭଳି ଘଟଣା ଘଟିଛି । ଏହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନାମୁତାବକ, ୨ଜଣ ଲୁଟେରା କେନ୍ଦ୍ରାପଡା ରାସ୍ତାରେ ଜଣେ ମହିଳାଙ୍କଠାରୁ ଚେନ୍ ଛିନତାଇ କରି ସ୍ପିଡରେ ପଳାଇ ଯାଉଥିବାବେଳେ ସେମାନଙ୍କୁ ଧରିବାକୁ ପଛରେ ଗୋଡାଇ ଥିଲେ କିଛି ଲୋକେ । ତେବେ ସ୍ପିଡ୍ ରେ ଯାଉଥିବାବେଳେ ଲୁଟେରାଙ୍କ ଗାଡିରୁ ତେଲ ସରିଯାଇଥିଲା । ତେଲ ପକାଇବାକୁ ନିଶ୍ଚିନ୍ତକୋଇଲି କଲେଜ ଛକ ପେଟ୍ରୋଲ ପମ୍ପଠାରେ ଅଟକିଥିଲେ ଲୁଟେରା ।

ସେତିକିବେଳେ ସେମାନଙ୍କୁ ପିଛା କରୁଥିବା ଲୋକେ ସେଠାରେ ପହଂଚିଯାଇଥିଲେ । ୨ ଜଣଙ୍କ ମଧ୍ୟରୁ ଜଣଙ୍କୁ କାବୁ କରି ପୋଲିସରେ ଦେଇଥିଲେ ଲୋକେ। ତେବେ ଅନ୍ୟ ଜଣେ ଫେରାର୍ ହୋଇଯାଇଛି । ଧରାପଡିଥିବା ଅଭିଯୁକ୍ତ ପାଖରୁ ଏକ ବ୍ୟାଗ, ଖେଳଣା ବନ୍ଧୁକ, ଛୁରୀ, ନମ୍ବର ପ୍ଲେଟ ଜବତ ହୋଇଛି । ତେବେ ଘଟଣାର ତଦନ୍ତ କରୁଛି ପୋଲିସ।