• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଏବେ ବି ରହସ୍ୟ ଘେରରେ ଭୁବନେଶ୍ୱରର ସଫ୍ଟଓୟାର ଇଂଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା । ଏହି ଘଟଣାରେ ପଚରାଉଚରା ପାଇଁ ହାଜର ହେବାକୁ ବୟଫ୍ରେଣ୍ଡ ସୌମ୍ୟଜିତଙ୍କୁ ନୋଟିସ ସହ ୩୦୬ ଦଫା ଲାଗିଛି । ଶ୍ୱେତାଙ୍କ ବୟଫ୍ରେଣ୍ଡ ବିରୋଧରେ ପରିବାର ଲୋକେ ସଂଗୀନ ଅଭିଯୋଗ ଆଣିଛନ୍ତି । ଶ୍ୱେତାଙ୍କର କିଛି ଭିଜୁଆଲ୍ ଭାଇରାଲ କରିବାର ଧମକ ଦେଇ ବ୍ଲାକମେଲ୍ କରୁଥିଲେ ବୟଫ୍ରେଣ୍ଡ ସୌମ୍ୟଜିତ ।

ଚନ୍ଦ୍ରଶେଖରପୁର ଥାନାରେ ଏନେଇ ଏତଲା ଦେଇଛନ୍ତି ଶ୍ୱେତାଙ୍କ ବାପା । ଶ୍ୱେତା ଓ ସୌମ୍ୟଜିତ ମଧ୍ୟରେ ସଂପର୍କ ଥିଲା । ସେମାନଙ୍କର ଫଟୋ ଭାଇରାଲ କରିବାର ଧମକ ସହିତ ଅନ୍ୟ ଝିଅଙ୍କ ସହିତ ସଂପର୍କ ରଖି ନିର୍ଯାତନା ଦେବାରୁ ଶ୍ୱେତା ଆତ୍ମହତ୍ୟା କରିଥିବା ବାପା ଅଭିଯୋଗ କରିଛନ୍ତି । ପୋଲିସ ଶ୍ୱେତାଙ୍କ ମୋବାଇଲ ଓ ଡାଏରି ଜବତ କରିଛି । ସେଥିରୁ ରହସ୍ୟ ଫିଟିବ ବୋଲି କୁହାଯାଉଛି ।

ଏପର୍ଯ୍ୟନ୍ତ ସୌମ୍ୟଜିତଙ୍କ ପତ୍ତା ମିଳୁନି । ସୌମ୍ୟଜିତ ପଢୁଥିବା ପ୍ରତିଷ୍ଠିତ ଅନୁଷ୍ଠାନରେ ପୋଲିସ ଖୋଜାଖୋଜି କରୁଥିବା ସୂଚନା ମିଳିଛି । ଶ୍ୱେତାଙ୍କ ମୃତ୍ୟୁକୁ ନେଇ ସସପେନ୍ସ ଲାଗି ରହିଥିବା ବେଳେ ତାଙ୍କ ବୟଫ୍ରେଣ୍ଡଙ୍କ ସହ ଏକ ଅଡ଼ିଓ ମଧ୍ୟ ଭାଇରାଲ ହୋଇଛି । ଯେଉଁଥିରେ ଶ୍ୱେତା ତାଙ୍କର ବୟଫ୍ରେଣ୍ଡ ସୌମ୍ୟଜିତ ମହାପାତ୍ରଙ୍କ ସହ କଥା କଟାକଟି ହୋଇଥିବା ଶୁଣିବାକୁ ମିଳିଛି ।