• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦିଲ୍ଲୀରେ ଦିନ ଦ୍ୱିପ୍ରହରରେ ଲୁଟ୍ । ରାଜଧାନୀ ଛାତି ଉପରେ ସ୍ପଷ୍ଟ ଦିବାଲୋକରେ ରାହାଜାନୀ । ଦିଲ୍ଲୀ ପ୍ରଗତି ମୈଦାନ ଅଞ୍ଚଳରେ ଚଳନ୍ତା କାରକୁ ଅଟକାଇ ବନ୍ଧୁକ ମୁନରେ ଲୁଟ୍ ହୋଇଛି । ଜଣେ ଡେଲିଭରି ଏଜେଣ୍ଟ ଟଙ୍କା ନେଇ କାରରେ ଯାଉଥିବା ବେଳେ୪ ଜଣ ଲୁଟେରା ତାଙ୍କୁ ପିଛା କରିଥିଲେ । ଲୁଟେରାମାନେ ବାଇକରେ ଆସି କାର ଅଟକାଇ, ଆଖି ପିଛୁଳାକେ ଟଙ୍କା ଲୁଟି ନେଇ ଫେରାର ମାରିଥିଲେ । ଗତ ୨୪ ତାରିଖ ଦିନ ୧୨ଟା ବେଳେ ହୋଇଥିବା ଏହି ଲୁଟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଦିଲ୍ଲୀ ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ଯାଞ୍ଚ କରୁଛି।...

କାର ଅଟକାଇ ଟଙ୍କା ଲୁଟିଲେ ଲୁଟେରା

ପଟେଲ ସାଜନ କୁମାର ନାମକ ଜଣେ ବ୍ୟକ୍ତି ଚାନ୍ଦନୀ ଚୌକ ସ୍ଥିତ ଓମିଆ ଏଣ୍ଟରପ୍ରାଇଜେସରେ ଜଣେ ଡେଲିଭରି ଏଜେଣ୍ଟ ଭାବରେ କାମ କରନ୍ତି । ଜୁନ୍ ୨୪ରେ ସେ ତାଙ୍କର ଜଣେ ସାଥୀ ଜିଗର ପଟେଲଙ୍କ ସହ ଚାନ୍ଦନୀ ଚୌକରୁ ଗୁରୁଗ୍ରାମ ଅଭିମୁଖେ ଯାତ୍ରା କରିଥିଲେ । ତାଙ୍କ ପାଖରେ ଥିବା ବ୍ୟାଗ୍‌ ସେ ଗନ୍ତବ୍ୟସ୍ଥଳରେ ପହଞ୍ଚାଇ ଥାଆନ୍ତେ । ଉଭୟେ ଲାଲକିଲ୍ଲାରୁ ଏକ ଓଲା କ୍ୟାବ୍ ବୁକ୍ କରିଥିଲେ ଏବଂ ରିଙ୍ଗରୋଡରେ ଗୁରୁଗ୍ରାମ ଅଭିମୁଖେ ବାହାରି ପ୍ରଗତି ମଇଦାନ ଟନେଲରେ ପ୍ରବେଶ କରିଥିଲେ । ଆଉ ସେତିକିବେଳେ ଦୁଇଟି ମୋଟର ସାଇକେଲରେ [ଆସି ୪ ଜଣ ବୁର୍ବୃତ୍ତ ବନ୍ଧୁକ ମୁନରେ ପ୍ରଥମେ କ୍ୟାବକୁ ଅଟକାଇଥିଲେ, ଆଉ ତା’ପରେ ଭୟ ଦେଖାଇ ବ୍ୟାଗ ଲୁଟି ନେଇଥିଲେ । ଯେଉଁଥିରେ ପ୍ରାୟ ୨ ଲକ୍ଷ ଟଙ୍କା ଥିବା ଜଣାପଡ଼ିଛି ।

ଦିଲ୍ଲୀ ପୋଲିସ କରୁଛି ଘଟଣାର ଯାଞ୍ଚ

ଅଭିଯୋଗ ପରେ ବର୍ତ୍ତମାନ ପୋଲିସ ଆଇପିସି ଧାରା ୩୯୭ (ଡକାୟିତି, ମୃତ୍ୟୁ କିମ୍ବା ଗୁରୁତର ଆଘାତ) ଏବଂ ୩୪ (ସାଧାରଣ ଉଦ୍ଦେଶ୍ୟ) ଅନୁଯାୟୀ ଏକ ମାମଲା ରୁଜୁ କରିଛି । ବର୍ତ୍ତମାନ ଅଭିଯୋଗକାରୀ ଓ ସେମାନେ କାମ କରୁଥିବା କମ୍ପାନୀରେ ଅନ୍ୟ କର୍ମଚାରୀଙ୍କୁ ପଚରାଉଚରା କରୁଛି ପୋଲିସ୍ । ଏଥିରେ କାହାର ହାତ ଅଛି କି ନାହିଁ ସେ ନେଇ ତଦନ୍ତ ଆରମ୍ଭ ହୋଇଛି ।