Ollywood Producer Tutu Nayak
ସାମ୍ବାଦିକାଙ୍କୁ ମାଡ଼ ମାମଲାରେ ପ୍ରଯୋଜକ ଟୁଟୁ ନାୟକଙ୍କୁ ମିଳିଲା ଜାମିନ । ବେଲ୍ ଦେଲେ ଭୁବନେଶ୍ୱର SDJM କୋର୍ଟ । ୫୦ ହଜାର ଟଙ୍କା ଓ ଜଣେ ଜାମିନଦାର ବଦଳରେ ଜାମିନ ପାଇଛନ୍ତି ପ୍ରଯୋଜକ ଟୁଟୁ ନାୟକ । ସାମ୍ବାଦିକାଙ୍କୁ ମାଡ଼ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ ଟୁଟୁ । ତାଙ୍କୁ ଶୁକ୍ରବାର ଗିରଫ କରିଥିଲା ଖାରବେଳ ନଗର ପୋଲିସ ।
ସୂଚନା ଥାଉ କି, ମହିଳା ସମ୍ବାଦିକା ଦେବସ୍ମିତା ରାଉତଙ୍କୁ ମାଡ଼ ମାରିବା ଅଭିଯୋଗ ମାମଲାରେ ଗତ ଶନିବାର ଟୁଟୁଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ଖାରବେଳ ନଗର ଥାନା ପୋଲିସ । ସିନେମା ହଲ୍ ସାମ୍ନାରେ ମହିଳା ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ପ୍ରଯୋଜକ ଟୁଟୁ ନାୟକ ଏଭଳି ଆଚରଣ ଦେଖାଇଥିବା ଅଭିଯୋଗକୁ ନେଇ ହୋଇଥିଲା ହୁଲୁସ୍ତୁଲୁ ।
ପ୍ରଯୋଜକ ଟୁଟୁ ନାୟକଙ୍କୁ ଥାନାକୁ ଆଣି ପଚରାଉଚରା ସହ ୧୬୧ ବୟାନ ରେକର୍ଡ କରିଥିଲା ଖାରବେଳନଗର ଥାନା ପୋଲିସ । ତା’ସହ ଏତଲା ଆଧାରରେ ଆଇପିସି ଧାରା ୩୫୪ ଅର୍ଥାତ ମହିଳାଙ୍କୁ ଅସଦାଚରଣ, ୩୪୧-ବେଆଇନ ଭାବେ ଅଟକ, ୩୨୩-ଶରୀରକୁ ଆଘାତ ଏବଂ ୨୯୪-ଅଶାଳୀନ ମନ୍ତବ୍ୟ ପ୍ରୟୋଗ ଆଦି ଦଫା ଲଗାଇ ଟୁଟୁଙ୍କୁ ଗିରଫ କରିବା ସହ ବିଚାର ବିଭାଗୀୟ ହାଜତକୁ ପଠାଇଥିଲା ଖାରବେଳନଗର ଥାନା ପୋଲିସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699445135.jpg)