Advertisment

'ଝିଅର ତଣ୍ଟିଚିପି ମାରିଦେବାକୁ ଚେଷ୍ଟା କରିଥିଲେ ହ୍ୟୁମାନ ସାଗର'

ଡର ଲାଗୁଛି, କାଳେ ଭବିଷ୍ୟତରେ ପୁଣି କିଛି ନକରିଦେବ।

ଅଦ୍ୟତନ ହୋଇଛି
Humane Sagar Family Dispute

Humane Sagar family dispute

Advertisment

ହାଟରେ ପଡ଼ି ଦାଣ୍ଡରେ ଗଡୁଛି କଣ୍ଠିଶଳ୍ପୀ ହ୍ୟୁମାନ ସାଗରଙ୍କ ପାରିବାରିକ ବିବାଦ। ହ୍ୟୁମାନଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଶ୍ୱଶୁର। ସେ କହିଛନ୍ତି ଯେ ହ୍ୟୁମାନଙ୍କ ଅନ୍ୟ ଝିଅ ସହ ସଂପର୍କ ରହିଛି। ଝିଅର ଡେଲିଭରି ପରଠାରୁ ନିର୍ଯାତନା ଦେଉଥିଲେ। ନିଶା ଖାଇ, ମଦ ପିଇ ସବୁଦିନ ମାରଧର କରୁଥିଲେ। ଏମିତିକି ଝିଅର ତଣ୍ଟିଚିପି ମାରିଦେବାକୁ ଚେଷ୍ଟା କରିଥିଲେ। ତାଙ୍କର ଅନ୍ୟ ମହିଳାଙ୍କ ସହ ସଂପର୍କ ଥିବା ବି ଆମେ ଶୁଣୁଛୁ। ଅଧିକ ଯୌତୁକ ମାଗି ମଦ ପିଇ ମାଡ଼ ମାରୁଥିଲେ। ସମାଧାନ ପାଇଁ ଆମେ ବହୁତ ଚେଷ୍ଟା କରିଛୁ ବୋଲି ଶ୍ୱଶୁର କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି ଯେ ନିର୍ଯାତନା ଅତ୍ୟଧିକ ହେବାରୁ ୫ ମାସ ହେଲା ଝିଅ ଆମ ପାଖରେ ରହୁଛି। ହ୍ୟୁମାନ ସହ ଝିଅ ଆଉ ରହୁ ବୋଲି ଆମେ ଚାହୁଁନୁ। ଡର ଲାଗୁଛି, କାଳେ ଭବିଷ୍ୟତରେ ପୁଣି କିଛି ନକରିଦେବ।

ସେହିପରି ଗଣମାଧ୍ୟମ ଆଗରେ ଓକିଲ ସାଂଘାତିକ ତଥ୍ୟ ରଖିଛନ୍ତି। ଶ୍ରେୟାଙ୍କ ଧର୍ମାନ୍ତରୀକରଣ ପାଇଁ ଚେଷ୍ଟା କରାଯାଇଥିବା କହିଛନ୍ତି। ଶ୍ରେୟା ବ୍ରାହ୍ମଣ ଝିଅ, ହ୍ୟୁମାନ ଖ୍ରୀଷ୍ଟିଆନ। ଶ୍ରେୟାଙ୍କୁ ଖ୍ରୀଷ୍ଟିଆନ କରିବାକୁ ଚେଷ୍ଟା ହେଉଥିଲା। ସେମାନେ ଶ୍ରେୟାଙ୍କ ଧର୍ମ ପରିବର୍ତ୍ତନ ପାଇଁ ଚେଷ୍ଟା କରୁଥିଲେ। ବାହାଘର ପରେ ହ୍ୟୁମାନ ବରାବର ଯୌତୁକ ମାଗୁଥିଲେ। ଏମିତିକି ଥରେ ୧୦ ଲକ୍ଷ ଓ ଥରେ ୫ ଲକ୍ଷ ଟଙ୍କା ମଧ୍ୟ ଦିଆଯାଇଛି। ଶ୍ରେୟାର ତଣ୍ଟିଚିପି ମାରି ଦେବାକୁ ମଧ୍ୟ ଚେଷ୍ଟା କରାଯାଇଛି। ସମାଧାନ ପାଇଁ ଚେଷ୍ଟା କରି ବିଫଳ ହେବାରୁ ଥାନାକୁ ଆସିଥିବା ସେ କହିଛନ୍ତି।

Advertisment

ପ୍ଲେ ବ୍ୟାକ୍ ସିଙ୍ଗର ହ୍ୟୁମାନ ସାଗରଙ୍କୁ ପିଛା ଛାଡୁନି ବିବାଦ। ସଂଗୀତ ମଞ୍ଚରେ କଣ୍ଟ୍ରୋଭର୍ସି ଗୀତ ଗାଇ ବିବାଦୀୟ ହୋଇଥିବା କଣ୍ଠଶିଳ୍ପୀ ହ୍ୟୁମାନ, ଏବେ ଦାମ୍ପତ୍ୟ ଜୀବନରେ ବି ବିବାଦରେ ଫସିଛନ୍ତି। ଛନ୍ଦି ହୋଇପଡ଼ିଛନ୍ତି ଘରୋଇ ହିଂସାର ଅଭିଯୋଗ ଜାଲରେ। ପତ୍ନୀ ଶ୍ରୀୟା ମିଶ୍ର ହ୍ୟୁମାନଙ୍କ ବିରୋଧରେ ମାନସିକ ଏବଂ ଶାରୀରିକ ନିର୍ଯାତନା ଭଳି ସଂଗୀନ ଅଭିଯୋଗ ଆଣିଛନ୍ତି କଟକ ମହିଳା ଥାନାରେ।

Family Dispute Human Sagar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ