/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688280124.jpg)
Old Couple Death
ଏକ ଘରୋଇ ଫାଇନାନ୍ସ କମ୍ପାନୀର ଜୁଲମ ସହିନପାରି ଦମ୍ପତ୍ତିଙ୍କ ଆତ୍ମହତ୍ୟା ଅଭିଯୋଗ । ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା କଣାସ ଥାନା ଅନ୍ତର୍ଗତ ଅଁଳାଯୋଡି ଗ୍ରାମରେ । ଅଁଳାଯୋଡି ଗାଁର ବାନାମ୍ବର ବେହେରା ଏବଂ ବନିତା ବେହେରା ଆଜି ଭୋର ସମୟରେ ଘର ଭିତରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।
ଶନିବାର ରାତିରେ ଘରୋଇ ଫାଇନାନ୍ସ କମ୍ପାନୀର କେତେକ କର୍ମଚାରୀ ଲୋନ ଟଙ୍କା ଆଦାୟ କରିବାକୁ ବାନାମ୍ବରଙ୍କ ଘରେ ପହଞ୍ଚିଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଟଙ୍କା ପାଇଁ ଜୁଲମ କରିଥିବା ଅଭିଯୋଗ ହୋଇଛି । ଯେଉଁଥିରେ ଅତିଷ୍ଠ ହୋଇ ଶେଷରେ ଦମ୍ପତ୍ତି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଲେ ବୋଲି ଅଭିଯୋଗ ହୋଇଛି ।
ବାନାମ୍ବରଙ୍କ ଦୁଇପୁଅ ଭୁବନେଶ୍ୱରରେ ରହୁଥିବାରୁ ଖବର ପାଇ ଗାଁରେ ପହଞ୍ଚି ପୋଲିସ ଏବଂ ଗ୍ରାମବାସୀଙ୍କ ସହାୟତାରେ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ତେବେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିବାପରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ବାନାମ୍ବର ବେହେରା ଏବଂ ବନିତାଙ୍କ ୨ ପୁଅ ଥିବା ବେଳେ ସେମାନେ ଭୁବନେଶ୍ୱରରେ ରହି କାମଧନ୍ଦା କରନ୍ତି। ଘରେ ଏହି ଦମ୍ପତି ରହୁଥିବା ବେଳେ ଚାଷବାସ କରି ପରିବାର ପୋଷନ୍ତି। ଫଳରେ ସବୁବେଳେ ଅଭାବଅନଟନ ଲାଗି ରହୁଥିଲା। ଘରୋଇ ଫାଇନାନ୍ସ କମ୍ପାନୀ କର୍ମଚାରୀ ବୃଦ୍ଧ ଦମ୍ପତିଙ୍କ ସରଳତାର ସୁଯୋଗ ନେଇ ସେମାନଙ୍କୁ ନିଜ ଜାଲରେ ଫସାଇ ଥିଲେ। ଫଳରେ ଏହି ଦମ୍ପତି ଏକ ଘରୋଇ କମ୍ପାନୀରୁ କିଛି ଲୋନ୍ କରିଥିଲେ। ମାତ୍ର ତାହାକୁ ଠିକ୍ ସମୟରେ ସେ ଶୁଝି ପାରି ନ ଥିଲେ।
ଏଥିପାଇଁ ଘରୋଇ ଫାଇନାନ୍ସ କମ୍ପାନୀ କର୍ମଚାରୀ ବାରମ୍ବାର ସେମାନଙ୍କ ଘରକୁ ଆସି ଗାଳିଗୁଲଜ କରୁଥିଲେ। ଗତ କାଲି ସନ୍ଧ୍ୟାରେ କିଛି ଫାଇନାନ୍ସ କର୍ମଚାରୀ ବାନାମ୍ବର ବେହେରାଙ୍କ ଘରେ ପହଞ୍ଚି ଟଙ୍କା ମାଗିଥିଲେ। ସେମାନେ ସେଠାର ସନ୍ଧ୍ୟା ୬ଟାରୁ ବିଳମ୍ବିତ ରାତି ପ୍ରାୟ ୩ଟା ପର୍ଯ୍ୟନ୍ତ ରହିଥିଲେ। ସେମାନେ ଉଭୟ ଦମ୍ପତିଙ୍କୁ ପ୍ରବଳ ଗାଳିଗୁଲଜ କରିବା ସହ ଅପମାନିତ କରିଥିଲେ। କମ୍ପାନୀର କର୍ମଚାରୀ ଯିବା ପରେ ଭୋର ପ୍ରାୟ ୪ଟା ସମୟରେ ସେମାନେ ରଶି ଲଗାଇ ଝୁଲି ପଡ଼ିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)