/odishatv-khabar/media/post_attachments/uploadimage/library/16_9/16_9_0/IMAGE_1693659426.jpg)
Balasore train accident
ବାହାନଗା ଟ୍ରେନ ଟ୍ରାଜେଡିର ଚାର୍ଜସିଟ ଦାଖଲ । ୩ ରେଳ ଅଧିକାରୀଙ୍କ ନାଁରେ ସିବିଆଇର ଚାର୍ଜସିଟ୍ ଦାଖଲ କରାଯାଇଛି । ସିନିଅର ସେକ୍ସନ ଇଂଜିନିୟର ଅରୁଣ ମହାନ୍ତ,ସେକ୍ସନ ଇଂଜିନିୟର ମହମ୍ମଦ ଅମୀର ଖାନ ଓଟେକନିସିଆନ ପପୁ କୁମାରଙ୍କ ନାଁରେ ଚାର୍ଜସିଟ ଦାଖଲ କରାଯାଇଛି । ଆଗରୁ ଗିରଫ ହୋଇଥିଲେ ଏହି ୩ ଅଧିକାରୀ । ଆଇପିସି ଦଫା ୩୦୪(୨), ୩୪ରେ ତିନି ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଛି । ୧୯୮୯ ରେଲୱେ ଆକ୍ଟ ୧୫୩ ଧାରାରେ ଚାର୍ଜସିଟ୍ ଦାଖଲ ହୋଇଛି ।
ଜୁନ ୨ ତାରିଖ ସନ୍ଧ୍ୟାରେ ଘଟିଥିଲା ଭୟଙ୍କର ଦୁର୍ଘଟଣା । ଆଉ ଦୁର୍ଘଟଣା ପୂର୍ବରୁ ସିଗନାଲରେ ବାରମ୍ବାର ଅସ୍ୱାଭାବିକ ବ୍ୟବହାର ଦେଖିବାକୁ ମିଳିଥିଲା । ଯେଉଁ କ୍ରସ ଓଭର ପଏଣ୍ଟରେ କରମଣ୍ଡଳ ଏକ୍ସପ୍ରେସ ଭୁଲବଶତଃ ଲୁପ୍ଲାଇନକୁ ଆସି ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା, ଷ୍ଟେସନ ମାଷ୍ଟର ଚାହିଁଥିଲେ ତାହାକୁ ଏଡ଼ାଇ ପାରିଥାନ୍ତେ ବୋଲି କୁହାଯାଉଥିଲା । ହେଲେ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯ।ଇଥିଲା ।
ସୂଚନାଯୋଗ୍ୟ ବାହାନଗା ଦୁର୍ଘଟଣାରେ ଏଯାଏଁ ମୋଟ ୨୯୩ ଜଣଙ୍କ ମୃତ୍ୟୁ ଘଟିଥିଲା । ଘଟଣାସ୍ଥଳରେ ୨୮୮ ଏବଂ ହସ୍ପିଟାଲରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)