Advertisment

Badhuhatya: ‘ଖାଲି ଝିଅ ଜନ୍ମ କରୁଛୁ... ୫ଟା ହେଲେଣି; ବାପ ଘରୁ ଟଙ୍କା ଆଣ’

ଏମିତି କୁଆଡ଼େ ବାରମ୍ବାର ନାଲି ଆଖି ଦେଖାଇ ଧମକ ଦେଉଥିଲା ସ୍ବାମୀ । ଶାଶୁଘର ଲୋକ ବି ଅକଥନୀୟ ନିର୍ଯାତନା ଦେଉଥିଲେ । ଦୁଃଖ ସହି ସହି ଆଖିର ଲୁହ ପିଇ କଟୁଥିଲା ତନୁସୂୟାଙ୍କ ଦିନ। ଆଉ ଏବେ ସେହି ତନୁସୂୟା ଶବ ପାଲଟିଯାଇଛନ୍ତି ।

ଅଦ୍ୟତନ ହୋଇଛି
Murder

Murder

Advertisment

ଖାଲି ଝିଅ ଜନ୍ମ କରୁଛୁ...ଗୋଟେ ଗୋଟେ କରି ୫ଟା ଝିଅ ହେଲେଣି... ବାପ ଘରୁ ଟଙ୍କା ଆଣ୍... ମୋର ଯୌତୁକ ଦରକାର... ଖାଲି କ’ଣ ଝିଅ ଜନ୍ମ କରିବାକୁ ଆସିଛୁ... ୪ଟା ଝିଅ ସିନା ନାହାନ୍ତି, ହେଲେ ଏବେ ତ ଜଣେ ଅଛି... ପୁଣି କୁଆଡେ ଏବେ ଝିଅ ହେବ ବୋଲି ଶୁଣିଲିଣି... ଆଉ ଏମିତି ହୋଇପାରିବନି... ଏବେ ମୋର ଯୌତୁକ ଦରକାର... ଏ ୬ ନମ୍ବର ପିଲାଟା ଯଦି ଝିଅ ହେଲା ତା’ ହେଲେ ତୁ ଦେଖିବୁ...

Advertisment

ଏମିତି କୁଆଡ଼େ ବାରମ୍ବାର ନାଲି ଆଖି ଦେଖାଇ ଧମକ ଦେଉଥିଲା ସ୍ବାମୀ । ଶାଶୁଘର ଲୋକ ବି ଅକଥନୀୟ ନିର୍ଯାତନା ଦେଉଥିଲେ । ଦୁଃଖ ସହି ସହି ଆଖିର ଲୁହ ପିଇ କଟୁଥିଲା ତନୁସୂୟାଙ୍କ ଦିନ। ଆଉ ଏବେ ସେହି ତନୁସୂୟା ଶବ ପାଲଟିଯାଇଛନ୍ତି । ଏପରି ଏକ ଅଭିଯୋଗ କାମାକ୍ଷାନଗର ଥାନା ଅଞ୍ଚଳରୁ ଆସିଥିବାବେଳେ ସ୍ଥାନୀୟ ସବୁଠି ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।

ଅଧିକ ପଢ଼ନ୍ତୁ: ଯୌତୁକ ପାଇଁ ବଧୂ ହତ୍ୟା ! ପୋଲିସ ସହ ଧସ୍ତାଧସ୍ତି, ମୃତ ମହିଳାଙ୍କ ଶାଶୁଙ୍କୁ ଘୋଷାଡ଼ିଲେ

Advertisment

ମୃତକ ବିବାହିତା ମହିଳା ଜଣକ ଗୋଡିସାହି ଗାଁର ରାଜେଶ ରାଉତଙ୍କ ୨୮ ବର୍ଷୀୟ ପତ୍ନୀ ତନୁସୂୟା ରାଉତ l ୯ ବର୍ଷ ତଳେ ବିଜାଡ଼ିହି ଗାଁ ଗୋଡ଼ିସାହିର ବିକଳ ରାଉତଙ୍କ ପୁଅ ମାନଙ୍କୁ ତନୁସୂୟା ବିବାହ କରିଥିଲେ l ମାନ ଓ ତନୁସୂୟାଙ୍କ ଗୋଟିଏ ଝିଅ ଥିବାବେଳେ ତନୁସୂୟା ପୁନଃ ଗର୍ଭବତୀ ହୋଇଥିଲେ l ପୂର୍ବରୁ ତନୁସୂୟାଙ୍କ ଚାରୋଟି ଝିଅ ଜନ୍ମ ହୋଇ ମୃତ୍ୟୁବରଣ କରିଛନ୍ତି । ହେଲେ ଏବେ ଆଉ ଏକ ଝିଅ ଜନ୍ମହେବା ନେଇ ସ୍ୱାମୀ, ସ୍ତ୍ରୀ କୌଣସି ସୂଚନା ପାଇବା ପରେ ଏପରି କାଣ୍ଡ ଘଟିଥିବା କୁହାଯାଉଛି

ଝିଅର ମୃତ୍ୟୁ ନେଇ ସ୍ଥାନୀୟ ଲୋକଙ୍କଠୁ ଖବର ପାଇବା ପରେ ଘଟଣାସ୍ଥଳରେ ପରିବାର ଲୋକ ପହଞ୍ଚିଥିଲେ । ପରିବାର ଲୋକ ଯୌତୁକ ପାଇଁ ତନୁସୂୟାଙ୍କ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି। ପୋଲିସ ପହଞ୍ଚି ତଦନ୍ତ କରୁଥିବାବେଳେ, ସ୍ୱାମୀ ମାନ ରାଉତ ଘରୁ ଫେରାର ହୋଇଯାଇଥିବାରୁ ହତ୍ୟା ସନ୍ଦେହକୁ ଆହୁରି ଦୃଢ଼ୀଭୂତ କରୁଛି l

Advertisment

ଅଧିକ ପଢ଼ନ୍ତୁ: କଟକରେ ବଧୂ ହତ୍ୟା ! ବିବାହର ୭ ବର୍ଷ ପରେ ଶାଶୁ - ଦିଅର ଦେଉଥିଲେ ଯୌତୁକ ନିର୍ଯାତନା

Kamakhyanagar Marriage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ