Advertisment

କୋଟିଏରୁ ଅଧିକ ଟଙ୍କା ଖାଇଗଲେ ! ଡେପୁଟି କଲେକ୍ଟରଙ୍କ ଘରେ ଭିଜିଲାନ୍ସ ରେଡ୍‌

ସରକାରୀ ଅର୍ଥ ହେରଫେର ଅଭିଯୋଗରେ ବାଲେଶ୍ବର ନୀଳଗିରି ଡେପୁଟି କଲେକ୍ଟରଙ୍କ ଘରେ ରେଡ୍। କୋଟିଏ ଟଙ୍କାର ଅର୍ଥ ହଡ଼ପ ଅଭିଯୋଗରେ ଡେପୁଟି କଲେକ୍ଟର ପରିକ୍ଷିତ ଜେନାଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ।

ଅଦ୍ୟତନ ହୋଇଛି
Vigilance Raid On Nilagiri Deputy Collector

Vigilance

Advertisment

ଭିଜିଲାନ୍ସ ଜାଲରେ ପୁଣି ଜଣେ ବାବୁ। ଆୟ ବହିର୍ଭୂତ ସମ୍ପତ୍ତି ନୁହେଁ ବରଂ ସରକାରୀ ଅର୍ଥ ହେରଫେର ଅଭିଯୋଗରେ ବାଲେଶ୍ବର ନୀଳଗିରି ଡେପୁଟି କଲେକ୍ଟରଙ୍କ ଘରେ ରେଡ୍। କୋଟିଏରୁ ଅଧିକ ଟଙ୍କାର ଅର୍ଥ ହଡ଼ପ ଅଭିଯୋଗରେ ଡେପୁଟି କଲେକ୍ଟର ପରିକ୍ଷିତ ଜେନାଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ।

Advertisment

ଅଧିକ ପଢନ୍ତୁ: ଘର ନୁହେଁ ତ ମିନି ଜୁଏଲାରୀ ସପ୍, ପୂର୍ବତନ R & B ବିଭାଗର ମୁଖ୍ୟଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି ତାଜୁବ୍ ଭିଜିଲାନ୍ସ

OMBAD-C ପାଣ୍ଠି ହଡ଼ପ ଅଭିଯୋଗରେ ପରିକ୍ଷିତ ଜେନାଙ୍କ ବାଲିଗୋହିରି ସ୍ଥିତ ଭଡ଼ା ଘରେ ରେଡ୍ ଚାଲିଛି। ସେ ମୟୂରଭଞ୍ଜ ଜିଲ୍ଲା ସିମୁଳିଆ ବିଡିଓ ଥିବା ବେଳେ OMBAD-C ପାଣ୍ଠିରୁ କୋଟିଏରୁ ଅଧିକ ଟଙ୍କା ଆତ୍ମସାତ ଅଭିଯୋଗ ହୋଇଛି। ୨୦୨୧-୨୨ ଓ ୨୦୨୨-୨୩ ଆର୍ଥିକ ବର୍ଷରେ ସୁଳିଆପଦା ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ କାମ ପାଇଁ ଟଙ୍କା ମଞ୍ଜୁର ହୋଇଥିଲା। ହେଲେ କୌଣସି କାମ ନହୋଇ OMBADC ପାଣ୍ଠି ହଡ଼ପ ହୋଇଥିବା ଅଭିଯୋଗ ହୋଇଥିବା ଜଣାପଡିଛି।

Advertisment

ଏହି ଘଟଣାରେ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ରେଡ୍ କରିବା ସହ ତଥ୍ୟ ପ୍ରମାଣ ଯୋଗାଡ଼ କରୁଛି। ରେଡରେ ଭିଜିଲାନ୍ସର ୨ଜଣ ଅତିରିକ୍ତ ଏସପି, ୪ ଡିଏସପି, ୬ ଇନସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି। 

Vigilance Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ