• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଭିଜିଲାନ୍ସ ଜାଲରେ ସିଭିଲ୍ ସପ୍ଲାଏ ଅଫିସର । ରାଜ୍ୟ ମୁଖ୍ୟାଳୟରେ କାର୍ଯ୍ୟରତ ସିଏସ୍ଓ ଅନାଦି ଚରଣ ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଅନାଦିଙ୍କର ୫ଟି ଘରେ ରେଡ୍ କରାଯାଇଛି । ଗଞ୍ଜାମ ଜିଲ୍ଲା ହେଡକ୍ୱାର୍ଟର ଛତ୍ରପୁରର ୨ ଟି ସ୍ଥାନରେ ଚଢ଼ଉ ଚାଲିଛି ।

ଛତ୍ରପୁର ରାମନଗର ଫାଷ୍ଟ ଲେନ୍‌ରେ ଥିବା ଘର ଓ ମାର୍କେଟ କମ୍ପ୍ଲେକ୍ସରେ ମଧ୍ୟ ଚଢ଼ଉ ହୋଇଛି । ସେହିପରି ବ୍ରହ୍ମପୁର ଖାରବେଳନଗରରେ ଥିବା ଦୁଇ ମହଲା ଘର, ବାଲେଶ୍ୱର ଅଙ୍ଗାରଗଡ଼ଇାରେ ଥିବା ବଡ଼ ଝିଅଙ୍କ ଘର ଓ ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ବଡ଼ ପୁଅଙ୍କ ବାସଭବନରେ ଏକକାଳୀନ ଚଢ଼ଉ କରାଯାଇଛି । ଚଢ଼ଉରେ ୪ ଜଣ ଡିଏସ୍ପି ଓ ୮ ଜଣ ଇନ୍ସପେର ନିୟୋଜିତ ଅଛନ୍ତି ।