Advertisment

କୁବେର IICଙ୍କର ଥିଲା ଲମ୍ବା ହାତ; ଚାକିରି ସରକାରୀ ହେଲେ ଆଖି ପାପଧନ ଉପରେ..

କରୁଥିଲେ ସରକାରୀ ଚାକିରୀ, ରହୁଥିଲେ ସରକାରଙ୍କ ଛତ୍ରଛାୟାରେ। ଶାସକ ଦଳର ଅଭୟବର ପାଇ କେମିତି କରିତକର୍ମା ବନିଥିଲେ ବୈପାରୀଗୁଡ଼ା ଥାନାବାବୁ, ଏବେ ଫିଟୁଛି ଗୁମର।

author-image
Manoranjan Behera
Police IIC

Police IIC

ଦେହରେ ସିନା ଖାକିବର୍ଦ୍ଦି, ମନ କିନ୍ତୁ ଖୋଜୁଥିଲା ଭିନ୍ନ କିଛି । ଦୁର୍ନୀତି ଓ ଅପରାଧ ବିରୋଧରେ ଦିନେ ଶପଥ ନେଇ ପୋଲିସ ଚାକିରୀ ଆରମ୍ଭ କରିଥିଲେ ସୁଶାନ୍ତ ଶତପଥୀ । ହେଲେ ପଦାସୀନ ହେବା ପରେ ମନ କିନ୍ତୁ ଲାଖିଗଲା ପାପଧନରେ । ଯାହାର ପୁଳା ପୁଳା ପ୍ରମାଣ ଦଉଛି ୩୭ ଲକ୍ଷର ଏହି ପେଟି ପେଟି ନୋଟ୍ । ହେଲେ ଏହା ପଛର ଗୁମର କିନ୍ତୁ ଆଜି ଖୋଲୁଛି ଗୋଟିକ ପରେ ଗୋଟିଏ ।

Advertisment

୧୯୯୯ରୁ ସୁଶାନ୍ତ ଚାକିରୀ ଆରମ୍ଭ କରିଥିଲେ କନେଷ୍ଟବଳ ଭାବେ । ଆଉ କନେଷ୍ଟବଳରୁ ବନିଯାଇଥିଲେ ଥାନା ବାବୁ । କିନ୍ତୁ କେଉଁଠି ମଦ ବ୍ୟବସାୟୀଙ୍କୁ ଖଲାସ କରିବାରେ ହେଉ କିମ୍ବା ମୁଦାଲାଙ୍କୁ ଛାଡ଼ିଦେବା ଭଳି ମାଳ ମାଳ ଅଭିଯୋଗ ଆଧାରରେ ୨୦୧୨ରେ ଜଗତସିଂହପୁର, ୨୦୧୮ରେ କଟକ ଏବଂ ୨୦୨୦ରେ ରାୟଗଡ଼ାର ତତ୍କାଳୀନ SP ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଥିଲେ । କିନ୍ତୁ ତିନି ତିନି ଜଣ ଏସପିଙ୍କ ସୁପାରିଶକୁ ବାଏଁ ବାଏଁ ଉଡ଼ାଇ ୨୦୨୩ରେ ତାଙ୍କୁ ବନାଇ ଦିଆଗଲା ଥାନା ବାବୁ । ତା’ପୁଣି ରୀତିମତ ଗଞ୍ଜେଇ ବେପାର ପାଇଁ ଚର୍ଚ୍ଚାରେ ଥିବା ବୈପାରୀଗୁଡ଼ାରେ ।

ତେବେ ସୁଶାନ୍ତ ଶତପଥୀ କାହାର ଏବଂ କେଉଁଭଳି ସ୍ୱାର୍ଥ ସାଧନ କରୁଥିଲେ ଯେ, ତାଙ୍କର କରାଯାଇଥିଲା ପ୍ରମୋସନ୍ ? ଏଭଳି ପ୍ରୀୟାପ୍ରୀତି ପଛରେ କିଏ ? ତାକୁ ନେଇ ଏବେ ଲାଗିରହିଛି ନାନା ଚର୍ଚ୍ଚା । ସୁଶାନ୍ତ ଶତପଥୀ କୌଣସି ଛୋଟମୋଟ ପୋଲିସ କର୍ମଚାରୀ ନୁହଁନ୍ତି । ବିଜେପିର ଅଭିଯୋଗ, ନବୀନ ନିବାସ ସହ ବି ରହିଛି ତାଙ୍କର ଲିଙ୍କ । କାରଣ ୨୪ ବର୍ଷର ଚାକିରୀ କାଳ ଭିତରେ ସୁଶାନ୍ତଙ୍କୁ ନବୀନ ନିବାସରେ ବି ନିଯୁକ୍ତି ମିଳିଥିଲା ।

Advertisment

ଶାସକଦଳର କେଉଁ ପ୍ରଭାବଶାଳୀ ନେତାଙ୍କ ଲିଙ୍କରେ ରହି କଳା କାରବାର କରୁଥିଲେ ? ଏଭଳି ପ୍ରଶ୍ନ ଉଠାଇ କଟକ ଜିଲ୍ଲାର ଜଣେ ମନ୍ତ୍ରୀ ଏବଂ ନୟାଗଡ଼ର ପୂର୍ବତନ ମନ୍ତ୍ରୀ ତଥା ବିଧାୟକଙ୍କ ଆଡ଼କୁ ଇଙ୍ଗିତ କରି ବର୍ଷିଛନ୍ତି ବିରୋଧୀ । ସୁଶାନ୍ତ ଶତପଥୀଙ୍କ ସହ ଲିଙ୍କ ଏବଂ ଗଂଜେଇ କାରବାରରେ ଏହି ୨ ନେତାଙ୍କ ସଂପୃକ୍ତି ଆଶଙ୍କା କରିଛି ବିଜେପି । ତାସହ ଓଲିଉଡ୍ ଲିଙ୍କ ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିରୋଧୀ ।

ବିଜେଡି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ଅଭିନୀତ ଏକ ଫିଲ୍ମରେ ସୁଶାନ୍ତ ଅଭିନୟ କରିଥିବା ବିଜେପି ଅଭିଯୋଗ କରିଛି। ତେବେ ଓଲିଉଡରେ ଲାଗିଛି କି ସୁଶାନ୍ତଙ୍କ କଳା ଟଙ୍କା ? ବିରୋଧୀ ଏଭଳି ପ୍ରଶ୍ନ ଉଠାଇଥିବାବେଳେ ଏହାର ଜବାବ ରଖିଛି ବିଜେଡି ।

ଖାଲି ବିରୋଧୀ ନୁହଁନ୍ତି, ଆଇଆଇସିଙ୍କ କାର୍ଯ୍ୟକଳାପ ଏବଂ ପଦୋନ୍ନତିକୁ ନେଇ ସାଧାରଣ ଜନତା ବି ପ୍ରଶ୍ନ ଉଠାଇଛନ୍ତି । ତା’ସହ ଆଇଆଇସିଙ୍କଠାରୁ ଜବତ ଟଙ୍କା ପଛରେ ଗଂଜେଇ ବେପାରର ଲିଙ୍କ ଆଶଙ୍କା କରିଛନ୍ତି । ଘରୋଇ ବସରେ ବୈପାରୀଗୁଡ଼ାରୁ କଟକ ଯିବାବେଳେ ଜୟପୁରରେ ଧରିବା ସହ ସୁଶାନ୍ତଙ୍କୁ ଗିରଫ କରିଛି ଭିଜିଲାନସ । କିନ୍ତୁ କେଉଁଠୁ ଆସିଲା ମାଳ ମାଳ ଟଙ୍କା, ୨ ଦିନ ପରେ ବି ରହସ୍ୟ ଖୋଲୁନି ।

Police IIC Odisha Politics
Advertisment
Advertisment