Advertisment

ଗେଣ୍ଡୁ ଗଛ ଚୋରି କରିବାରୁ ନାବାଳିକାକୁ ମାରିଦେଲେ ପଡ଼ୋଶୀ !

ଘର ଦ୍ୱାର ମୁହଁ ନିକଟରେ ଝିଅର ଝୁଲନ୍ତା ମୃତଦେହ, ପଡ଼ୋଶୀ ହତ୍ୟା କରିଥିବା ଅଭିଯୋଗ କଲେ ପରିବାର ଲୋକେ

author-image
Prangyan Parimita
ଅଦ୍ୟତନ ହୋଇଛି
murder

murder

ସାମାନ୍ୟ ଗେଣ୍ଡୁ ଗଛ ପାଇଁ ହତ୍ୟା ଅଭିଯୋଗ। ଗେଣ୍ଡୁ ଫୁଲ ଗଛ ଚୋରି କଲା ବୋଲି ନାବାଳିକାକୁ ମାରି ଟାଙ୍ଗି ଦେଇଥିବାର ଅଭିଯୋଗ ଆଣିଲେ ମୃତକଙ୍କ ମାଆ। ଏଭଳି ଘଟଣା ଘଟିଛି ଉଦଳା ଥାନା ଭାଲୁହୁରୁଡ଼ା ଗାଁରେ ।

Advertisment

ଭାଲୁହୁରୁଡ଼ା ଗାଁର ସୀତା ହାଁସଦା ନିଜର ୧୨ ବର୍ଷର ଝିଅ ସରସ୍ୱତୀ ହାଁସଦାକୁ ପଡୋଶୀଙ୍କ ଘରେ ଛାଡି ଭୁବନେଶ୍ୱର ଯାଇଥିଲେ । ଗତକାଲି ମଧ୍ୟାହ୍ନରେ ତାଙ୍କ ଝିଅ ବାଡିରୁ ଗେଣ୍ଡୁ ଗଛ ଚୋରି କରିଥିବା କଥା ସୀତାଙ୍କୁ ଫୋନ କରି କହିଥିଲେ ତାଙ୍କ ପଡୋଶୀ। କିନ୍ତୁ ରାତିରେ ଆସି ସୀତା ଏବଂ ତାଙ୍କ ସ୍ୱାମୀ ଘରେ ପହଞ୍ଚିବା ବେଳେ ଘର ଦ୍ୱାର ମୁହଁରେ ଝିଅ ସରସ୍ୱତୀର ଝୁଲନ୍ତା ମୃତଦେହ ଦେଖିଥିଲେ ।

ଗେଣ୍ଡୁ ଗଛ ଚୋରି କରିବାରୁ ପଡୋଶୀ ତାଙ୍କ ଝିଅ ସରସ୍ବତୀକୁ ମାଡ଼ ମାରି ହତ୍ୟା କରି ଟାଙ୍ଗି ଦେଇଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ମାଆ। ଉଦଳା ଥାନା ପୋଲିସ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି।

Advertisment

ମୃତକ ଙ୍କ ମା’ କହିଛନ୍ତି,ଏତେ ଛୋଟ ପିଲା କ’ଣ ଜାଣିପାରିବ କିପରି ଫାଶି ଦିଆଯିବ । ସେମାନେ ମୋ ଝିଅକୁ ମାରି ଦେଇଛନ୍ତି । ମୋତେ ନ୍ୟାୟ ଦରକାର । ତାଙ୍କୁ କଠୋର ଦଣ୍ଡବିଧାନ ହେଉ ।

Murder
Advertisment
Advertisment