Advertisment

ଟୋଲ୍ ଆଦାୟକୁ ନେଇ ମୁହାଁମୁହିଁ; ବିଚ୍ ରାସ୍ତାରେ ପର୍ଯ୍ୟଟକଙ୍କୁ ମାଡ଼

ଟୋଲ୍‌ ଗେଟରେ ପାରି ହେବା ପାଇଁ ଅର୍ଥ ରାଶିକୁ ନେଇ ଦୁଇ ପକ୍ଷ ଝଗଡା ଓ ମାରପିଟ୍ ହୋଇଛନ୍ତି । ଛତିଶଗଡରୁ ୨ଟି ବସରେ ଯାତ୍ରୀମାନେ ଓଡିଶା ଆସି ବିଭିନ୍ନ ସ୍ଥାନ ବୁଲୁଥିବାବେଳେ ଗେଟରେ ପାରିହେବା ପାଇଁ ଦିଆଯାଉଥିବା ଟଙ୍କାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଝଗଡା ହୋଇଥିଲା ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
Chhattisgarh tourists attacked over toll payment in Cuttack’s Mundali

Chhattisgarh tourists attacked over toll payment in Cuttack’s Mundali

କଟକ ମୁଣ୍ଡଳୀ ଟୋଲ୍ ଗେଟରେ ପର୍ଯଟକଙ୍କୁ ମାଡ଼ ଘଟଣା ପରେ ଏବେ ଚାଲିଛି ଖୋଳତାଡ଼ । ଛତିଶଗଡ଼ର ସମସ୍ତ ପର୍ଯ୍ୟଟକଙ୍କୁ ସୁରକ୍ଷିତ ସ୍ଥାନରେ ରଖିଛି ପୋଲିସ୍ । ମାମଲାରେ ୪ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି । ଏମାନଙ୍କୁ ଗତକାଲିର ଘଟଣାକୁ ନେଇ ପଚରାଉଚରା ବି ଚାଲିଛି । ମୁଣ୍ଡଳୀ ଗେଟରେ ଟୋଲ୍‌ ଗେଟ କର୍ମଚାରୀ ଓ ଛତିଶଗଡର ଟୁରିଷ୍ଟ ବସ ଯାତ୍ରୀଙ୍କ ମଧ୍ୟରେ ଗତକାଲି ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା ।

Advertisment

ଟୋଲ୍‌ ଗେଟରେ ପାରି ହେବା ପାଇଁ ଅର୍ଥ ରାଶିକୁ ନେଇ ଦୁଇ ପକ୍ଷ ଝଗଡା ଓ ମାରପିଟ୍ ହୋଇଥିଲେ । ଛତିଶଗଡରୁ ୨ଟି ବସରେ ଯାତ୍ରୀମାନେ ଓଡିଶା ଆସି ବିଭିନ୍ନ ସ୍ଥାନ ବୁଲୁଥିବାବେଳେ ଗେଟରେ ପାରିହେବା ପାଇଁ ଦିଆଯାଉଥିବା ଟଙ୍କାକୁ ନେଇ ଝଗଡା ହୋଇଥିଲା । ଏଥିରେ ବସରେ ଥିବା ୧୧ ଯାତ୍ରୀ ଏବଂ ଗେଟର ୩ଜଣ କର୍ମଚାରୀ ଆହତ ହୋଇଥିଲେ ।

ସୂଚନା ଥାଉ କି ଗତକାଲି ମୁଣ୍ଡଳୀରେ ଛତିଶଗଡ଼ ପର୍ଯ୍ୟଟକଙ୍କୁ ଟୋଲ୍ ଗେଟ୍ କର୍ମଚାରୀ ମାଡ଼ ମାରିଥିଲେ । ଟୋଲ୍ ଆଦାୟକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ବିଚ୍ ରାସ୍ତା ଉପରେ ପର୍ଯ୍ୟଟକଙ୍କୁ ମାଡ଼ ମାରିବା ସହିତ ଠେଙ୍ଗା ବାଡ଼ିରେ ଗୋଡ଼ାଇ ଗୋଡ଼ାଇ ପିଟିଲେ ଟୋଲ୍ ଗେଟ୍ କର୍ମଚାରୀ । ଏଥିରେ ଏକାଧିକ ପର୍ଯ୍ୟଟକ ଆହତ ହୋଇଥିଲେ । ଏହି ଘଟଣାକୁ ନେଇ କିଛି ଟୋଲ ଗେଟ୍ କର୍ମଚାରୀଙ୍କୁ ଅଟକ ରଖି ପୋଲିସ୍ ପଚରାଉଚରା କରୁଛି ।

Advertisment
Odisha Shocker
Advertisment
Advertisment