Advertisment

ଓଡ଼ିଶାରେ ବଢ଼ି ଚାଲିଛି ଦୁଷ୍କର୍ମ ମାମଲା: ୩ ବର୍ଷରେ ୧୦,୦୦୦ କେସ୍‌

୨୦୧୯ରୁ ୨୦୨୨ ଭିତରେ ୧୦, ୧୨୯ଟି ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନରେ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ଗୃହରେ ଉତ୍ତର ରଖି ଏହି ତଥ୍ୟ ପ୍ରଦାନ କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Odisha Sees Over 15 Thousand Rape Cases In 3 Years

Odisha Sees Over 15 Thousand Rape Cases In 3 Years

ରାଜ୍ୟରେ ଚିନ୍ତାଜନକ ଭାବେ ବଢୁଛି ଦୁଷ୍କର୍ମ ମାମଲା। ୩ ବର୍ଷରେ ୧୦,୦୦୦ଟି ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ୨୦୧୯ରୁ ୨୦୨୨ ଭିତରେ ୧୦, ୧୨୯ଟି ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନରେ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ଗୃହରେ ଉତ୍ତର ରଖି ଏହି ତଥ୍ୟ ପ୍ରଦାନ କରିଛନ୍ତି।

Advertisment

୨୦୧୯ରେ ୨ ହଜାର ୯୫୦ ଜଣ ଦୁଷ୍କର୍ମର ଶିକାର ହୋଇଥିବା ବେଳେ ୨୦୨୦ରେ ୨ ହଜାର ୯୮୪ ଜଣ, ୨୦୨୧ରେ ୩ ହଜାର ୩୨୭ ଜଣ ଏବଂ ଚଳିତ ବର୍ଷ ଏପ୍ରିଲ ସୁଦ୍ଧା ୮୬୮ଟି ଦୁଷ୍କର୍ମ ମାମଲା ଆସିଛି । ସେହିଭଳି ଏହି ସାଢ଼େ ୩ ବର୍ଷର ଅବଧିରେ ରାଜ୍ୟରେ ୫ ହଜାର ୫୮୪ ଜଣ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି ।

ସେମାନଙ୍କ ଭିତରୁ ୨୦୧୯ରେ ୧ ହଜାର ୬୩୫ ଜଣ, ୨୦୨୦ରେ ୧ ହଜାର ୬୪୬ ଜଣ, ୨୦୨୧ରେ ୧ ହଜାର ୮୭୧ ଜଣ ଏବଂ ଚଳିତ ବର୍ଷର ପ୍ରଥମ ୪ ମାସରେ ୪୩୨ ଜଣ ନାବାଳିକା ଦୁଷ୍କର୍ମ ମାମଲା ପଞ୍ଜୀକୃତ ହୋଇଛି । ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଏଭଳି ଉତ୍ତର ପରେ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ।

Advertisment
Odisha Rape Case Rape Case
Advertisment
Advertisment