Advertisment

Odisha Police Encounter Strategy: ଅପରାଧୀଙ୍କୁ ସାବାଡ୍ ପାଇଁ ଓଡ଼ିଶା ପୋଲିସ୍ ଆପଣାଇଛି କି ୟୁପି ଫଣ୍ଡା ?

ରାଜ୍ୟକୁ ଅପରାଧ ଓ ଅପରାଧୀ ମୁକ୍ତ ପାଇଁ ତିଆରି ହୋଇଛି କି ସ୍ପେଶାଲ୍ ଷ୍ଟ୍ରାଟେଜି ? କ୍ରମାଗତ ଏନକାଉଣ୍ଟର ପରେ ଏବେ ବଢ଼ିଛି ଏଭଳି ଚର୍ଚ୍ଚା।

ଅଦ୍ୟତନ ହୋଇଛି
undefined

Odisha Police Encounter Strategy

Advertisment

ଛୋଟ ହୁଅନ୍ତୁ କି ବଡ଼, ଉତ୍ପାତ ଚଳାଇଥିବା ଅପରାଧୀଙ୍କ ବିରୋଧରେ ଜବରଦସ୍ତ ଆକ୍ସନ୍ ମୋଡ୍‌କୁ ଆସିଛି ଓଡ଼ିଶା ପୋଲିସ। ସେ ଲୁଟେରା ହେଉ ଅବା ନିଶା ବେପାରୀ, ଦୁଷ୍କର୍ମୀ ହେଉ ଅବା ଅନ୍ୟ କୌଣସି ଅପରାଧୀ। ଏମାନଙ୍କୁ ସାବାଡ୍ କରିବା ପାଇଁ ଏବେ ସିଧା ଏନକାଉଣ୍ଟର କରୁଛି ପୋଲିସ। କାଲି ଭୁବନେଶ୍ବର, ଆଜି ଝାରସୁଗୁଡ଼ା। ଏଭଳି ଗତ ୩ ମାସରେ ଓଡ଼ିଶା ପୋଲିସ କରିସାରିଲାଣି ୧୫ରୁ ଅଧିକ ଏନକାଉଣ୍ଟର। ଲାଗୁଛି, ସତେ ଯେମିତି ଓଡ଼ିଶା ପୋଲିସ୍ ଆପଣାଇଛି ୟୁପିର ଯୋଗୀ ସରକାରଙ୍କ ଏନ୍କାଉଣ୍ଟର ଫଣ୍ଡା।

Advertisment

ରାଜ୍ୟକୁ ଅପରାଧ ଓ ଅପରାଧୀ ମୁକ୍ତ ପାଇଁ ତିଆରି ହୋଇଛି କି ସ୍ପେଶାଲ୍ ଷ୍ଟ୍ରାଟେଜି ? କ୍ରମାଗତ ଏନକାଉଣ୍ଟର ପରେ ଏବେ ବଢ଼ିଛି ଏଭଳି ଚର୍ଚ୍ଚା। ଆଜିର ଘଟଣା। ସ୍ଥାନ ଝାରସୁଗୁଡ଼ା-ବେଲପାହାଡ଼ ରାସ୍ତା। ଦୁଷ୍କର୍ମ ଅଭିଯୁକ୍ତଙ୍କୁ ସିଧା ଏନକାଉଣ୍ଟର୍ କରିଛି ଝାରସୁଗୁଡ଼ା ପୋଲିସ। ପୋଲିସ ଗୁଳିରେ ଆହତ ହୋଇଛନ୍ତି ଅଭିଯୁକ୍ତ ଶେଖ୍ ଆଶିଷ ଏବଂ ଅଭିଷେକ ବାରିକ। ଉଭୟଙ୍କ ଗୋଡ଼ରେ ବାଜିଛି ଗୁଳି। ସମୟ ସକାଳ ପ୍ରାୟ ସାଢ଼େ ୭ଟା। ବେଲପାହାଡ଼ରୁ ଝାରସଗୁଡ଼ା ସ୍ଥିତ ପୋକସୋ କୋର୍ଟକୁ ଭ୍ୟାନରେ ଆଣୁଥିବାବେଳେ ୨ ଅଭିଯୁକ୍ତ ବାନ୍ତିର ବାହାନା କରି ମଝି ରାସ୍ତାରେ ଓହ୍ଲାଇପଡ଼ିଥିଲେ। ଆଉ ହଠାତ୍ ପୋଲିସଠୁ ବନ୍ଧୁକ ଛଡ଼ାଇ ଫାଇରିଂ କରିବା ସହ ଖସିଯିବାକୁ ଉଦ୍ୟମ କରୁଥିଲେ। ବାଧ୍ୟ ହୋଇ ଉଭୟଙ୍କୁ ଏନକାଉଣ୍ଟର କରାଯାଇଥିବା କହିଛି ପୋଲିସ୍।

ଅଧିକ ପଢ଼ନ୍ତୁ: ବାଲେଶ୍ୱରରେ ଅଭାବନୀୟ ଘଟଣା, ଚୁଟି କଟାକୁ ନେଇ ବାପାକୁ ହାଣିଲା ପୁଅ

କେବଳ ଝାରସୁଗୁଡ଼ା କାହିଁକି, ଗତ ୩ ମାସ ହେଲା, ରାଜଧାନୀରୁ ରାଜ୍ୟବ୍ୟାପି ଏନକାଉଣ୍ଟର ମୋଡରେ ଓଡ଼ିଶା ପୋଲିସ। ସେ ଦୁଷ୍କର୍ମୀ ହେଉ ଅବା ନିଶା ବେପାରୀ, ଗୋରୁ ଚାଲାଣକାରୀ ହେଉ ଅବା ଲୁଟେରା। ଜାରି ରହିଛି ଅପରାଧୀ ଦମନ ଅଭିଯାନ। ଫେବୃଆରୀ ୧୬ରେ କୁଖ୍ୟାତ ଆପାର୍ଟମେଣ୍ଟ ଲୁଟେରା ଅର୍ଜୁନ ଅନାରେ, ମାର୍ଚ୍ଚ ୮ରେ ଏଟିଏମ ଲୁଟେରା ଦୀପକ କୁମାର, ଏପ୍ରିଲ ୩- ଚେନ୍ ଲୁଟେରା ସୋନୁ ଯାଦବ ଓ ମନୀଷ ଯାଦବ ଏବଂ ଏପ୍ରିଲ୍ ୧୧ରେ ଗୋ-ଚାଲାଣକାରୀ ଶେଖ୍ ଜାମସେଦ୍। ଏଭଳି ଭାବେ ଫେବ୍ରୟାରୀ ୧୬ରୁ ଏଯାଏଁ କମିଶନରେଟ୍ ପୋଲିସ ୫ଟି ଏନକାଉଣ୍ଟର କରିଥିବାବେଳେ ଗତ ୩ ମାସରେ ଅନୁଗୁଳ, ତାଳଚେର, ରାଉରକେଲା, ସମ୍ବଲପୁର ଓ ଝାରସୁଗୁଡ଼ାରେ ହୋଇସାରିଲାଣି ୧୦ରୁ ଅଧିକ ଏନକାଉଣ୍ଟର। ଅର୍ଥାତ ୧୫ରୁ ଅଧିକ ଏନକାଉଣ୍ଟର କରି  ଅପରାଧୀଙ୍କ ନିଦ ହଜାଇଛି ଓଡ଼ିଶା ପୋଲିସ।

Advertisment

ଅପରାଧୀଙ୍କୁ ସାବାଡ୍ କରିବା ପାଇଁ ଓଡ଼ିଶା ପୋଲିସର ଏନକାଉଣ୍ଟର୍ ଟ୍ରେଣ୍ଡ୍ କ’ଣ ସୂଚାଉଛି ? ଜିରୋ ଟଲେରାନ୍ସ ନ୍ୟାୟରେ ଯୋଗୀ ସରକାରଙ୍କ ୟୁପି ଫଣ୍ଡା ଆପଣାଇ କ୍ରିମିନାଲଙ୍କୁ ଓଡ଼ିଶାରୁ କ୍ଲିନ୍ କରିବା ପାଇଁ ଆକ୍ସନ ମୋଡରେ ରହିଛି କି ପୋଲିସ ? 

ଅଧିକ ପଢ଼ନ୍ତୁ: ଅବକାରୀ ବିଭାଗ ଗାଡ଼ି ଉପରକୁ ଗୁଳିମାଡ଼, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

Odisha Police Police Action
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ