Advertisment

କିପରି ଓ କେଉଁ ପରିସ୍ଥିତିରେ ହେଲା ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ ?

MKCG ଚର୍ମ ବିଭାଗର ପିଜି ପ୍ରଥମ ବର୍ଷ ଛାତ୍ରୀ ଶୁଭାନୀ ପଟ୍ଟନାୟକଙ୍କ ମୃତ୍ୟୁକୁ ନେଇ ହଇଚଇ । ଝିଅର ମୃତ୍ୟୁ ନେଇ ବାପା ଗଣମାଧ୍ୟମରେ ମୁହଁ ଖୋଲୁନଥିବାରୁ ଶୁଭାନୀଙ୍କ ମୃତ୍ୟୁକୁ ନେଇ ଦେଖାଦେଇଛି ସସପେନ୍ସ ।

author-image
Prangyan Parimita
undefined

medical student

ବ୍ରହ୍ମପୁର MKCG ମେଡିକାଲ କଲେଜରେ ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ । ପିଜି ପ୍ରଥମ ବର୍ଷ ଛାତ୍ରୀ ଶୁଭାନୀ ପଟ୍ଟନାୟକଙ୍କୁ ହଷ୍ଟେଲରୁ ଗୁରୁତର ଅବସ୍ଥାରେ ଉଦ୍ଧାର ପରେ ମେଡିକାଲରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଝିଅର ମୃତ୍ୟୁ ନେଇ ବାପା ଗଣମାଧ୍ୟମରେ ମୁହଁ ଖୋଲୁନଥିବାରୁ ଶୁଭାନୀଙ୍କ ମୃତ୍ୟୁକୁ ନେଇ ଦେଖାଦେଇଛି ସସପେନ୍ସ ।

Advertisment

ଆଜି ସକାଳେ ହଷ୍ଟେଲର ଏକ ଆବଦ୍ଧ କୋଠରୀରୁ ଶୁଭାନୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ମେଡିକାଲରେ ଭର୍ତ୍ତି ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶୁଭାନୀଙ୍କର କିପରି ମୃତ୍ୟୁ ହେଲା, ସେନେଇ ତାଙ୍କ ବାପା କ୍ୟାମେରା ଆଗରେ କିଛି ପ୍ରତିକ୍ରିୟା ରଖିନାହାନ୍ତି । ମେଡିକାଲ ଏଫଏମଟି ମୁଖ୍ୟ ପ୍ରଫେସର ସୁଦୀପା ଦାସଙ୍କ କହିବା ଅନୁସାରେ, ଶୁଭାନୀ କିଛି ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଥିଲେ । ତେଣୁ ଅଧିକ ଡୋଜ୍ ମେଡିସିନ୍ ଖାଇଥିବାରୁ ଗୁରୁତର ହୋଇପଡିଥିବା ସନ୍ଦେହ କରାଯାଉଛି । ପ୍ରକୃତରେ ସେ କେଉଁ ମେଡିସିନ୍ ଖାଇଥିଲେ, ତାହା ଜାଣିବା ପାଇଁ ଭୁବନେଶ୍ବରସ୍ଥିତ ଷ୍ଟେଟ୍ ଫୋରେନସିକ୍ ସାଇନ୍ସ ଲାବୋରେଟୋରିକୁ ନମୁନା ପଠାଯାଇଛି ।

ଶୁଭାନୀଙ୍କ ମୃତ୍ୟୁ ନେଇ ମେଡିକାଲ ପକ୍ଷରୁ ଫାଣ୍ଡିରେ ଏତଲା ଦିଆଯାଇଛି । ବ୍ୟବଚ୍ଛେଦ ହୋଇଛି ମୃତଦେହ । ଶୁଭାନୀଙ୍କର ମାଇଗ୍ରେନ୍ ସମସ୍ୟା ଥିବାରୁ ସେ ଏଥିପାଇଁ ମେଡିସିନ୍ ଖାଉଥିଲେ ବୋଲି ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି। ଗଞ୍ଜାମ ପୁରୁଷୋତ୍ତମପୁର ବାସିନ୍ଦା ହେଉଛନ୍ତି ଶୁଭାନୀ ପଟ୍ଟନାୟକ। ତାଙ୍କ ଭାଇ ମଧ୍ୟ ଭୁବନେଶ୍ୱରର ଏକ ମେଡିକାଲରେ ଡାକ୍ତରୀ ପାଠ ପଢୁଛନ୍ତି । ତେବେ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ଆସିବା ପରେ ହିଁ ଶୁଭାନୀଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିବ ବୋଲି ଆଶା କରାଯାଉଛି ।

Advertisment
Tragic Incident
Advertisment
Advertisment