Illicit Country Liquor Den
ଭୁବନେଶ୍ୱର ସାଲିଆସାହିରେ ବଡ଼ ରେଡ୍ । ବେଆଇନ ଦେଶୀ ମଦ ଭାଟି ଚାଲିଥିବାର ଖବର ପାଇ ସକାଳୁ ରେଡ୍ କରିଛି ଅବକାରୀ ବିଭାଗ । ଏହି ଚଢ଼ାଉ ବେଳେ ଘଟଣାସ୍ଥଳରୁ ବିପୁଳ ପରିମାଣର ଦେଶୀ ମଦ, ପୋଚ ଜବତ ହୋଇଛି । ଅବକାରୀ ବିଭାଗ ଟିମ୍ ଜବତ ଦେଶୀ ମଦ, ପୋଚକୁ ନଷ୍ଟ କରିଛି । ଏହି ଘଟଣାରେ ୯ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି ।
ଅଧିକ ପଢ଼ନ୍ତୁ: ଆଜି କୋର୍ଟରେ ହାଜର ହେବେ ରାଜା ଚକ୍ର, ରିମାଣ୍ଡରେ ଆଣିବ EOW
ସାଲିଆସାହି ବସ୍ତିରେ ବେଆଇନ ଦେଶୀ ମଦ ଭାଟି ଚାଲିଥିବାର ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ଅବକାରୀ ବିଭାଗ । ଏହାପରେ ଅବକାରୀ ବିଭାଗ ଅଧିକାରୀ ଗ୍ରାହକ ବେଶରେ ସାଲିଆସାହିରେ ପଶିଥିଲେ । ପରେ ଅବକାରୀ ଏସପିଙ୍କ ସମେତ ୪୦ ଜଣିଆ ଟିମ୍ ଆସି ବସ୍ତିରେ ଚଢାଉ କରିଥିଲେ । ଅଧିକାରୀଙ୍କ ସୂଚନା ଅନୁସାରେ, ରେଡ୍ ସମୟରେ ୫ ହଜାରରୁ ୬ ହଜାର ଲିଟର ପୋଚ ନଷ୍ଟ କରାଯାଇଛି । ୧୦୦୦ ଲିଟର ମଦ ଜବତ ହୋଇଛି । ଏଥିସହ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
ତେବେ ସାଲିଆସାହିରେ ଦେଶୀ ମଦ ପ୍ରସ୍ତୁତ ହେବା ସହ ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ ଓ ଆଠଗଡ ଆଦି ବିଭିନ୍ନ ସ୍ଥାନରୁ ମଧ୍ୟ ଦେଶୀ ମଦ ଏଠାକୁ ଚାଲାଣ ହେଉଥିବା ଅବକାରୀ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ଗତ ୩ ମାସ ତଳେ ଅବକାରୀ ବିଭାଗ ଓ କମିଶନରେଟ ପୋଲିସ ପକ୍ଷରୁ ସାଲିଆସାହିରେ ବ୍ୟାପକ ଚଢାଉ କରାଯାଇ ପାଖାପାଖି ୬ଟି ଦେଶୀ ମଦ ଭାଟି ଠାବ କରାଯାଇଥିଲା । ହଜାର ହଜାର ଲିଟର ଦେଶୀ ମଦ ନଷ୍ଟ କରାଯିବା ସହ ଏକାଧିକ ଲୋକଙ୍କୁ ଗିରଫ କରିଥିଲା ପୋଲିସ । ତଥାପି ବେଆଇନ ଦେଶୀ ମଦ ଭାଟି ଉପରେ ଲାଗିପାରୁନି ରୋକ୍ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741930631.jpg)