/odishatv-khabar/media/post_attachments/uploadimage/library/16_9/16_9_0/OCAC_1637135201.jpg)
OCAC
ଭୁବନେଶ୍ୱର: OCAC ସିଇଓ ମନୋଜ କୁମାର ପଟ୍ଟନାୟକଙ୍କ ହ୍ୱାଟ୍ସଆପ୍ ହ୍ୟାକ୍ କରି ଟଙ୍କା ଲୁଟିବା ଘଟଣା଼ ପଛରେ ନାଇଜେରିଆ ଗ୍ୟାଙ୍ଗର ସମ୍ପୃକ୍ତି ସ୍ପଷ୍ଟ ହୋଇଛି। ଗ୍ୟାଙ୍ଗର ସଦସ୍ୟ ବେଙ୍ଗାଲୁରୁରେ ରହି ଏହି ଅପରାଧ ଘଟାଇଛନ୍ତି ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି।
ଏହି ନାଇଜେରିଆ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ୍ ଚିମେଲିନ୍ ଇମାନୁଏଲ ଆନିୱେତାଲୁଙ୍କୁ ପୂର୍ବରୁ ଦିଲ୍ଲୀ ପୋଲିସ ଗିରଫ କରିସାରିଛି। ଅନ୍ଲାଇନ୍ ଠକେଇ ଘଟଣାରେ ଦିଲ୍ଲୀ ପୋଲିସ ଚିମେଲିନ୍ଙ୍କୁ ଗିରଫ କରିଛି। ହେଲେ ଦିଲ୍ଲୀ ପୋଲିସ ପାଇଁ ମୋଷ୍ଟ ଓ୍ୱାଣ୍ଟେଡ୍ ଥିବା ଚିମେଲିନ୍ ଗ୍ୟାଙ୍ଗର ଅନ୍ୟ ସଦସ୍ୟ OCAC ସିଇଓଙ୍କ ହ୍ୱାଟ୍ସଆପ୍ ହ୍ୟାକ୍ କରି ଟଙ୍କା ଲୁଟ୍ କରିଥିବା ଜଣାପଡ଼ିଛି।
ଏମାନେ ବେଙ୍ଗାଲୁରୁରେ ରହି ଅପରାଧ ସଂଗଠିତ କରିଥିବାରୁ ସେମାନଙ୍କୁ ଧରିବା ଲାଗି କ୍ରାଇମବ୍ରାଞ୍ଚ ଟିମ୍ ଏବେ ଦିଲ୍ଲୀ ପୋଲିସ ଓ ବେଙ୍ଗାଲୁରୁ ପୋଲିସ ସହ ଯୋଗାଯୋଗରେ ରହିଛି।
ଏହି ନାଇଜେରିଆ ଗ୍ୟାଙ୍ଗର ସଦସ୍ୟ ମନୋଜଙ୍କ ହ୍ୱାଟ୍ସଆପ୍ ନମ୍ବର ହ୍ୟାକ୍ କରି ତାଙ୍କ ସାଙ୍ଗ ଓ ସମ୍ପର୍କୀୟଙ୍କୁ ମନୋଜଙ୍କ ନାଁ ନେଇ ଟଙ୍କା ମାଗିଥିବା ଅଭିଯୋଗ ହୋଇଥିଲା। ମନୋଜଙ୍କ କେତେକ ବନ୍ଧୁ ଓ ସମ୍ପର୍କୀୟ ବ୍ୟାଙ୍କ ଆକାଉଣ୍ଟ ଓ ୟୁପିଆଇରେ ଟଙ୍କା ଦେଇଥିବା ସୂଚନା ମିଳିଛି। ମନୋଜଙ୍କ ଜଣାଶୁଣା ୫ ଜଣ ଲୋକ ୭ ଲକ୍ଷ ଟଙ୍କା ଦେଇଥିବା ଜଣାପଡ଼ିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)