Advertisment

OCAC ସିଇଓଙ୍କ ହ୍ୱାଟ୍ସଆପ୍‌ ହ୍ୟାକ୍‌: ଏଟିଏମ୍‌ରୁ ଟଙ୍କା ଉଠାଇବା ବେଳେ ମୁଖ୍ୟ ଅଭିଯୁକ୍ତକୁ ଧରିଲା ପୋଲିସ୍‌

OCAC ସିଇଓଙ୍କ ହ୍ୱାଟ୍ସଆପ୍‌ ହ୍ୟାକ୍‌ କରି ଟଙ୍କା ଲୁଟିବା ଘଟଣା଼ ପଛରେ ନାଇଜେରିଆ ଗ୍ୟାଙ୍ଗର ସମ୍ପୃକ୍ତି ନେଇ ସ୍ପଷ୍ଟ ହୋଇଥିଲା। ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଦିଲ୍ଲୀ ପୋଲିସ୍‌ ବେଙ୍ଗାଲୁରୁରୁ ଗିରଫ କରିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
OCAC CEO Cyber Fraud Case

OCAC CEO Cyber Fraud Case

ଭୁବନେଶ୍ୱର: OCAC ସିଇଓ ମନୋଜ କୁମାର ପଟ୍ଟନାୟକଙ୍କ ହ୍ୱାଟ୍ସଆପ୍‌ ହ୍ୟାକ୍‌ କରି ଟଙ୍କା ଲୁଟିବା ଘଟଣା଼ ପଛରେ ନାଇଜେରିଆ ଗ୍ୟାଙ୍ଗର ସମ୍ପୃକ୍ତି ନେଇ ସ୍ପଷ୍ଟ ହୋଇଥିଲା। ଗ୍ୟାଙ୍ଗର ସଦସ୍ୟ ବେଙ୍ଗାଲୁରୁରେ ରହି ଏହି ଅପରାଧ ଘଟାଇଛନ୍ତି ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କିଛି ଦିନ ପୂର୍ବେ କହିଥିଲେ। ସାଇବର ଠକେଇର ମୁଖ୍ୟ ଅଭିଯୁକ୍ତକୁ ଦିଲ୍ଲୀ ପୋଲିସ୍‌ ବେଙ୍ଗାଲୁରୁରୁ ଗିରଫ କରିଛି। ଅଭିଯୁକ୍ତର ନାଁ ଅକ୍ୟୁଦୁରୀ ପାସ୍କେଲ୍‌। ସେ ନାଇଜେରିଆନ୍ ବୋଲି ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ, ଅକ୍ୟୁଦୁରୀ ବେଙ୍ଗାଲୁରୁରେ ଏକ ଏଟିଏମ୍‌ରୁ ଟଙ୍କା ଉଠାଉ ଥିବାବେଳେ ଦିଲ୍ଲୀ ପୋଲିସ୍‌ ତାଙ୍କୁ ଧରିଥିଲା। ଅକ୍ୟୁଦୁରୀଙ୍କୁ ଆଣିବା ପାଇଁ ଓଡ଼ିଶା କ୍ରାଇମବ୍ରାଞ୍ଚର ଏକ ଟିମ୍ ବେଙ୍ଗାଲୁରୁ ଯାଇଥିବା ଜଣାପଡ଼ିଛି। ଆବଶ୍ୟକ ହେଲେ ଅଭିଯୁକ୍ତକୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଆଣିବ। ଏହାସହ OCAC ଠକେଇର ଅଧିକ ଖୋଳତାଡ଼ ଓ ଘଟଣାରେ ସମ୍ପୃକ୍ତି ନେଇ ତଦନ୍ତ କରିବ। ଏନେଇ କ୍ରାଇମବ୍ରାଞ୍ଚ ADG ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି। 

ନାଇଜେରିଆ ଗ୍ୟାଙ୍ଗର ସଦସ୍ୟ ମନୋଜଙ୍କ ହ୍ୱାଟ୍ସଆପ୍‌ ନମ୍ବର ହ୍ୟାକ୍‌ କରି ତାଙ୍କ ସାଙ୍ଗ ଓ ସମ୍ପର୍କୀୟଙ୍କୁ ମନୋଜଙ୍କ ନାଁ ନେଇ ଟଙ୍କା ମାଗିଥିବା ଅଭିଯୋଗ ହୋଇଥିଲା। ମନୋଜଙ୍କ କେତେକ ବନ୍ଧୁ ଓ ସମ୍ପର୍କୀୟ ବ୍ୟାଙ୍କ ଆକାଉଣ୍ଟ ଓ ୟୁପିଆଇରେ ଟଙ୍କା ଦେଇଥିବା ସୂଚନା ମିଳିଛି। ମନୋଜଙ୍କ ଜଣାଶୁଣା ୫ ଜଣ ଲୋକ ୭ ଲକ୍ଷ ଟଙ୍କା ଦେଇଥିବା ଜଣାପଡ଼ିଛି। 

Advertisment
Cyber Fraud OCAC OCAC CEO Manoj Pattnaik Social Account Hacked OCAC CEO Cyber Fraud Case
Advertisment
Advertisment